ଜାନୁଆରୀ ୬ରୁ ଭଡା ବଢାଇବ ରେଳବାଇ, ଜାଣନ୍ତୁ କେଉଁ ସହରକୁ ଗଲେ ପଡିବ କେତେ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୪।୧: କରୋନା ସଙ୍କଟ ସମୟରେ ବନ୍ଦ ରହିଥିବା ଟ୍ରେନ୍ ଗୁଡିକୁ ପୁଣି ଥରେ ଚାଲୁ କରିଛି । ରେଳବାଇ ପକ୍ଷରୁ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ କିଛି ଟ୍ରେନ୍ ଚଳାଚଳ କରୁଛି । ଯଦି ଯାତ୍ରୀମାନେ ଏହି ଟ୍ରେନ୍ ରେ ଯାତାୟତ କରୁଛନ୍ତି ତେବେ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ ଭାରତୀୟ ରେଳବାଇ ଭଡା ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛି । କେବଳ ରିଜରଭେସନ କରୁଥିବା ଯାତ୍ରୀମାନେ ଏହି ଟ୍ରେନ୍ ରେ ଯାତାୟତ କରିପାରିବେ । ଯେଉଁମାନେ ରିଜରଭେସନ ନଥିବା ଯାତ୍ରୀମାନେ ଟ୍ରେନ୍ ରେ ଯାତାୟତ କରିପାରିବେନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୬ ତାରିଖରୁ ଟ୍ରେନ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ମଲାନୀରୁ ଗୋରଖପୁର ମଧ୍ୟରେ ଟ୍ରେନ୍ ଯାତାୟତ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ରେଳ ଯାତ୍ରୀଙ୍କ ଭିଡ କମାଇବା ପାଇଁ ରିଜରଭେସନ ଅନିର୍ବାଜ୍ୟ କରାଯାଇଛି ।

ଯାତ୍ରୀ ଯେତେ ଦୂର ଯାତ୍ରା କଲେ ବି ରିଜରଭେସନ ଜରୁରୀ । ଏହା ବ୍ୟତୀତ ଟ୍ରେନ୍ ଆସିବାର ଠିକ୍ ଅଧାଘଣ୍ଟା ପୂର୍ବରୁ ଟିକେଟ୍ କାଉଣ୍ଟର ଖୋଲିବ । ଏଠାରେ ଯାତ୍ରୀମାନଙ୍କୁ ରିଜରଭେସନ ଟିକେଟ୍ ହିଁ ମିଳିବ । ଏହା ବ୍ୟତୀତ ଆପଣ ଅନଲାଇନ୍ ରିଜରଭେସନ ମଧ୍ୟ କରାଇବା ଜରୁରୀ ।

ମୈଲାନୀ ଜଙ୍କସନରୁ ଲକ୍ଷ୍ମୀପୁରକୁ ପୂର୍ବରୁ ୪୦ ଟଙ୍କା ଥିବାବେଳେ ଏବେ ୫୫ ଟଙ୍କା ଦେବାକୁ ପଡିବ । ମୈଲାନୀ ଜଙ୍କସନରୁ ହରଗାଓଁକୁ ପୂର୍ବରୁ ୪୫ ଟଙ୍କା ଥିବାବେଳେ ଏବେ ୬୦ ଟଙ୍କା ଦେବାକୁ ପଡିବ । ମୈଲାନୀ ଜଙ୍କସନରୁ ସୀତାପୁରକୁ ପୂର୍ବରୁ ୫୫ ଟଙ୍କା ଥିବାବେଳେ ଏବେ ୭୦ ଟଙ୍କା ଦେବାକୁ ପଡିବ । ମୈଲାନୀ ଜଙ୍କସନରୁ ଲକ୍ଷ୍ନୌକୁ ପୂର୍ବରୁ ୭୫ ଟଙ୍କା ଥିବାବେଳେ ଏବେ ୯୦ ଟଙ୍କା ଦେବାକୁ ପଡିବ । ମୈଲାନୀ ଜଙ୍କସନରୁ ଗୋରଖପୁରକୁ ପୂର୍ବରୁ ୧୭୫ ଟଙ୍କା ଥିବାବେଳେ ଏବେ ୧୯୦ ଟଙ୍କା ଦେବାକୁ ପଡିବ । ମୈଲାନୀ ଜଙ୍କସନରୁ ଲକ୍ଷ୍ମୀପୁରକୁ ପୂର୍ବରୁ ୪୦ ଟଙ୍କା ଥିବାବେଳେ ଏବେ ୫୫ ଟଙ୍କା ଦେବାକୁ ପଡିବ । ଏହି ସମସ୍ତ ଟିକେଟ୍ ମୂଲ୍ୟରେ ସଂରକ୍ଷଣ ଶୁଳ୍କ ୧୫ ଟଙ୍କା ସାମିଲ ରହିଛି ।

ଏହା ବ୍ୟତୀତ ରେଲଓ୍ବେ ଜମ୍ମୁତବୀ ଏବଂ ଉଧମପୁର ମଧ୍ୟରେ ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଟ୍ରେନ୍ ଚଳାଚଳ କରିବା ଦ୍ବାରା ସବୁଠୁ ଅଧିକ ଲାଭ ପାଟଣା, ଦୁର୍ଗ, ବାରାଣାସୀ ଏବଂ ନୂଆଦିଲ୍ଲୀ ଯାତ୍ରୀମାନଙ୍କୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.