ଏବେ ଆଉହେବନି ମୁହାଁମୁହିଁ ଟ୍ରେନ୍ ଧକ୍କା, ଧନଜୀବନ ହାନୀ ରୋକିବାକୁ ରେଳବାଇ ବିକଶିତ କରିଛନ୍ତି ‘କବଚ’, ଜାଣନ୍ତୁ କାମ କରୁଛି କିପରି ?

Published By : Prameya-News7 Bureau | October 08, 2021 IST

ଜୟପୁର ୮।୧୦:  ଦେଶରେ ଟ୍ରେନ ଦୁର୍ଘଟଣା ଟାଳିବା ଲାଗି ଭାରତୀୟ ରେଳ ସ୍ୱଦେଶୀ ଜ୍ଞାନ କୌଶଳରେ ନୂଆ ଟେକନିକ୍‌ ବିକଶିତ କରିଛନ୍ତି। ଫଳରେ ମୁହାଁମୁହିଁ ଟ୍ରେନ ଧକ୍କା ଟଳାଯାଇପାରିବ ବୋଲି ଉତ୍ତର-ପଶ୍ଚିମ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ କ୍ୟାପ୍ଟେନ ଶଶିକିରଣ କହିଛନ୍ତି। ରେଳବାଇ ବିକଶିତ କରିଥିବା ଏହି ନୂଆ ବୈଷୟିକ ଜ୍ଞାନ କୌଶଳକୁ ‘କବଚ’ ନାମରେ ନାମିତ କରିଥିବା ବେଳେ ବାସ୍ତବିକ ଏହା ହେଉଛି ଟ୍ରେନ୍‌ କୋଲାଇଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍‌) ବୋଲି ଜନସମ୍ପର୍କ ଅଧିକାରୀ କହିଛନ୍ତି।

{"id":524172,"width":840,"height":558,"sizeSlug":"full","linkDestination":"none"}

ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ବେଳେ ଉପଗ୍ରହ ସହାୟତାରେ ଡ୍ରାଇଭରଙ୍କୁ ଆଗାମୀ ରେଳ ଟ୍ରାକ୍‌ର ସୂଚନା ଦେବା ସହ ଆବଶ୍ୟକ ସ୍ଥଳେ ନିଜେ ବ୍ରେକ୍‌ କଷିବ। ଯେପରି ଦୁର୍ଘଟଣା ପୂର୍ବରୁ ଟ୍ରେନ ଅଟକି ଯାଇପାରିବ ବୋଲି ସେ କହିଛନ୍ତି। ଏହି ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଲୋକ ପାଇଲଟକୁ ଆଗକୁ ଆସିବାକୁ ଥିବା ସିଗ୍ନାଲଗୁଡିକର ସ୍ଥିତି ସମ୍ପର୍କରେ ସୂଚନା ମିଳିଯାଉଥିବା ବେଳେ ଆଗକୁ ଲାଇନରେ ଆସୁଥିବା ପ୍ରତିବନ୍ଧକର ସୂଚନା ମଧ୍ୟ ମିଳୁଛି। ସେହି ଅନୁସାରେ ପାଇଲଟ ଟ୍ରେନର ବେଗକୁ ନିୟନ୍ତ୍ରିତ କରିବେ।

{"id":524175,"width":842,"height":236,"sizeSlug":"full","linkDestination":"none"}

ଯଦି ଲାଇନରେ ଆଗକୁ କୌଣସି ଟ୍ରେନ ଛିଡା ହୋଇଥାଏ ବା ଅଟକି ରହିଥାଏ ଏଥିରେ ସିଷ୍ଟମ  ସକ୍ରିୟ ହୋଇ ଲୋକୋ ପାଇଲଟକୁ ସଚେତ କରିବା ସହ ନିଶ୍ଟିତ ସମୟରେ ଗାଡି ନିଜକୁ ନିଜେ ଅଟକି ଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର-ପଶ୍ଚିମ ରେଳବାଇଙ୍କ ୧୫୮୬ କିଲୋମିଟର ଦୀର୍ଘ ରେଳଲାଇନରେ ସିଷ୍ଟମ ଲଗାଇବାକୁ ପଦକ୍ଷେପ ନିଆଯାଇଛି। ଏଥିଲାଗି ୪୩୬.୨୨ କୋଟି ଟଙ୍କା ଖର୍ଚ୍ଚ ହେବା ଥିବା ବେଳେ ଏହାର ସଫଳତା ଦେଶର ଅନ୍ୟ ରେଳବାଇରେ ମଧ୍ୟ କାର୍ଯ୍ୟକାରୀ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.