ରେଳ ବିଭାଗର କରୋନା ପ୍ରସ୍ତୁତି : ୭ ରାଜ୍ୟର ୧୭ ଷ୍ଟେସନରେ ସ୍ଥାପନ ହେଲା କୋଭିଡ୍ କୋଚ୍

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯/୫ : ଦେଶରେ ଚାଲିଥିବା କରୋନା ସଙ୍କଟ ବିରୋଧୀ ଲଢେଇରେ ସାମିଲ ହେବାକୁ ଆଗେଇ ଆସିଲା ଭାରତୀୟ ରେଳବାଇ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ବିଭିନ୍ନ କୋଚ୍ ନିୟୋଜିତ କରାଯାଇଛି । ରାଜ୍ୟଗୁଡିକର ଚାହିଦା ଅନୁଯାୟୀ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ କୋଚ୍ ପରିବହନ କରିଛି ।

wp:html /wp:html

ରେଳ ଷ୍ଟେସନରେ ନିୟୋଜିତ ବିଚ୍ଛିନ୍ନ କୋଚରେ ଡାକ୍ତରଙ୍କ ସୁବିଧା ସମେତ ସମସ୍ତ ସୁବିଧା ପାଇବାକୁ ସମସ୍ତ ପ୍ରୟାସ କରାଯାଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ୨୯୮ କୋଚ୍ ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରାଯାଇଛି । କରୋନା ରୋଗୀଙ୍କ ପାଇଁ ୪୭୦୦ରୁ ଅଧିକ ବେଡ୍ ରହିଛି । ଏହା ସହ ସ୍ୱାସ୍ଥ୍ୟ ସୁବିଧା ଯତ୍ନ ନେବା ପାଇଁ ନିୟୋଜିତ ହୋଇଛନ୍ତି ଆରପିଏଫ୍ କର୍ମଚାରୀ । ରେଳବାଇ ମହାରାଷ୍ଟ୍ର ରାଜ୍ୟରେ ୬୦ ଟି କୋଚ୍ ନିୟୋଜିତ କରିଛି । ନନ୍ଦୁରବର ବିଭିନ୍ନ ସ୍ଥାନରେ ୧୧୬ କୋଭିଡ ରୋଗୀ ମଧ୍ୟ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହାସହ ୨୩ ରୋଗୀ ବର୍ତ୍ତମାନ ବିଭିନ୍ନ କୋଚରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.