ବୁଧବାର ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍, ଯାତ୍ରା ପୂର୍ବରୁ ଦେଖିଦିଅନ୍ତୁ ଲିଷ୍ଟ

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୩: ହୋଲି ପରେ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି । ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି । ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି । ବାତିଲ୍ ହୋଇଥିବା ଟ୍ରେନ୍‌ରେ ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ସହରକୁ ଦିଲ୍ଲୀ ସହିତ ସଂଯୋଗ କରୁଥିବା ଅନେକ ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି ।

{"id":236305,"sizeSlug":"large"}

ଭାରତୀୟ ରେଳବାଇ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁଯାୟୀ ବୁଧବାର ଚାଲୁଥିବା ୪୨୬ ଟ୍ରେନ୍‌କୁ ବାତିଲ୍ କରାଯାଇଛି । ଏଥିରେ ସୁପରଫାଷ୍ଟ, ଏକ୍ସପ୍ରେସ୍, ମେଲ୍ ଏକ୍ସପ୍ରେସ୍, ହମସଫର ଏବଂ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି ।

{"id":236306,"sizeSlug":"large"}

ବାତିଲ୍ ହୋଇଥିବା ଟ୍ରେନ୍ ମଧ୍ୟରେ ୨୯୬ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି । ଏହାସହ ୧୩୦ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି | ଏହା ବ୍ୟତୀତ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି । ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । ଏହା ବ୍ୟତୀତ NTES ମୋବାଇଲ୍ ଆପ୍ ମାଧ୍ୟମରେ ସୂଚନା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.