ମଙ୍ଗଳବାର ପ୍ରାୟ ୫୦୦ ଟ୍ରେନ୍ ବାତିଲ୍, ଲିଷ୍ଟରେ ରହିଛି ଏହିସବୁ ଟ୍ରେନ୍

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୨: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ କୌଣସି କାରଣରୁ ଶହ ଶହ ଟ୍ରେନ୍ ବାତିଲ୍ କରାଯାଇଥାଏ । ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଥାଏ । ଫଳରେ ଟ୍ରେନ୍ ରେ ଯାତ୍ରା କରିବା ପୂର୍ବରୁ ବାତିଲ୍ କରାଯାଇଥିବା ଟ୍ରେନ୍ ଗୁଡିକର ଲିଷ୍ଟ ଦେଖିନେବା ଜରୁରୀ ।

ଫେବୃଆରୀ ୨୫ତାରିଖରେ ପ୍ରାୟ ୫୦୦ ଟ୍ରେନ୍ ବାତିଲ୍ କରାଯାଇଛି । ଏଗୁଡିକ ମଧ୍ୟରେ ୩୫୫ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୧୪୮ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି । ସେହିଭଳି ୪୬ ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି ।

କିଛି ପ୍ରମୁଖ ଟ୍ରେନ୍ ଗୁଡିକର ଲିଷ୍ଟ ଯାହା ସଂପୂର୍ଣ୍ଣ ଏବଂ ଆଂଶିକ ଭାବେ ରଦ୍ଦ କରାଯାଇଛି-

{"align":"center","id":228816,"sizeSlug":"large"}

ଏହା ବ୍ୟତୀତ କେତେକ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲୁଛି । ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ ।

{"align":"center","id":228817,"width":478,"height":725,"sizeSlug":"large"}

ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । ଏହା ବ୍ୟତୀତ NTES ମୋବାଇଲ୍ ଆପ୍ ମାଧ୍ୟମରେ ସୂଚନା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.