ରେଳବାଇର ନୂଆ ଏକକ ହେଲ୍‌ପ ଲାଇନ୍ ନମ୍ବର: ୧୩୯ରେ ସବୁ ସୁବିଧା… ହେଲ୍‌ପ, ଇନକ୍ବାରୀ ଏବଂ ଗ୍ରୀଭାନ୍‌ସ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨.୦୧- ରେଳଯାତ୍ରୀଙ୍କ ଲାଗି ନୂଆବର୍ଷରେ ଏକ ବଡ ସୁବିଧା ଆରମ୍ଭ କରିଛନ୍ତି ଭାରତୀୟ ରେଳବାଇ । ବିଭିନ୍ନ କାମ ପାଇଁ ଆଉ ଭିନ୍ନ ଭିନ୍ନ ହେଲ୍‌ପ ଲାଇନ ନମ୍ବରରେ  ଡାଏଲ କରିବାକୁ ପଡିବ ନାହିଁ । ନୂଆ ବର୍ଷରେ ଏକକ ହେଲ୍‌ପ ଲାଇନ ନମ୍ବର ସେବା ଆରମ୍ଭ କରିଛି ଇଣ୍ଡିଆନ ରେଲୱେ । ୧୩୯ ନମ୍ବର ଡାଏଲ କଲେ ସମସ୍ତ ସହାୟତା ସହ , ବିଭିନ୍ନ ଇନକ୍ୱାରୀ ଏବଂ ଅଭିଯୋଗ ଇତ୍ୟାଦିର  ଉତ୍ତର ତଥା ସମାଧାନ ପରାମର୍ଶ ମିଳିଯିବ । ଏହି ନମ୍ବର ଏବେ କେବଳ ୧୮୨ କୁ ବାଦ ଦେଇ ସମସ୍ତ ପୂର୍ବ ହେଲ୍‌ପ ଲାଇନ ନମ୍ବରର ସ୍ଥାନ ନେବ । ଅର୍ଥାତ୍ ୧୩୯ ରେ ଡାଏଲ କଲେ ହେଲ୍‌ପ, ଇନକ୍ୱାରୀ ସହ ଗ୍ରୀଭାନ୍ସ  ସବୁ କାମ ହୋଇପାରିବ ।

{"id":205971,"sizeSlug":"large"}

 ରେଳବାଇର ସୂଚନା ଅନୁଯାୟୀ , ଏଣିକି  ୧୩୯ ରେ ସବୁ ସୁବିଧା ମିଳିବ । ଏହି ଏକକ ହେଲ୍‌ପ ଲାଇନ ନମ୍ବର ପ୍ରଚଳନ ସହ ପୂର୍ବରୁ ପ୍ରଚଳିତ  ସାଧାରଣ ଅଭିଯୋଗ ପାଇଁଥିବା ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା  ଲାଗି ଉଦ୍ଦିଷ୍ଟ ଥିବା ୧୦୭୨ , ଏସ୍ଏମ୍ ଏସ୍  ଅଭିଯୋଗ ଲାଗି ଥିବା ନମ୍ବର ୯୭୧୭୬୩୦୯୮୨ ,  ବଗି ସଫେଇ ଲାଗି  ୫୮୮୮୮ ଅଥବା ୧୩୮ , ଭିଜିଲାନ୍ସ  ଲାଗି ଉଦ୍ଦିଷ୍ଟ ଥିବା ୧୫୨୨୧୦ , କ୍ୟାଟରିଙ୍ଗ ସର୍ଭିସ ଲାଗି ଥିବା  ୧୮୦୦୧୧୧୩୨୧  ଆଉ ଦରକାର ପଡିବ ନାହିଁ ।  ଏହି ସବୁ ନମ୍ବରର  ସେବା ଓ ସୁବିଧା  ୧୩୯ ଡାଏଲ କଲେ ହିଁ ମିଳିବ । ଯାତ୍ରୀଙ୍କୁ ସଂଗଠିତ ଏବଂ ସହଜରେ ତଥା ଶିଘ୍ର ସେବା ଯୋଗାଇବା  ଲାଗି ରେଳବାଇ ପକ୍ଷରୁ ଏହି ଏକକ ହେଲ୍ପ ଲାଇନ ନମ୍ବର ପ୍ରଚଳନ କରାଯାଇଛି । 

{"id":205972,"sizeSlug":"large"}

ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ  ରେଲୱେର ଏହିଏକକ ହେଲ୍ପ ଲାଇନ ସେବା ଆରମ୍ବ ସଂପର୍କରେ ସୂଚନା ଦିଆଯିବା ବେଳେ କୁହାଯାଇଛି ଯେ, ୧୩୯ ହେଲ୍ପ ଲାଇନ ସେବା ୧୨ ଟି ଭାଷାରେ ଉପଲବ୍ଧ ହେବ । ଆଇଭିଆରଏସ୍  ପଦ୍ଧଥିରେ ଏହା ଯୋଗାଯାଇପାରିବ । ତେବେ ଏଥିଲାଗି କେବଳ ସ୍ମାର୍ଟ ଫୋନ୍ ଆବଶ୍ୟକ ପଡିବ ନାହିଁ । ସମସ୍ତ ମୋବାଇଲ ବ୍ୟବହାରକାରୀ ଏହି ନମ୍ବର ଡାଏଲ କଲାମାତ୍ରେ ହିଁ ସବୁ ସୁବିଧା ପାଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.