Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜୁନ ୧ରୁ ନିୟମିତ ଚାଲିବ ୨୦୦ ଟ୍ରେନ୍, ଶୀଘ୍ର ଆରମ୍ଭ ହେବ ବୁକିଂ

19/05/2020 at 9:23 PM

ନୂଆଦିଲ୍ଲୀ ୧୯।୦୫: ଭାରତୀୟ ରେଲଓ୍ଵେ ଜୁନ ୧ରୁ ୨୦୦ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ନନ ଏସି ହେବ। ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଏହି ସମ୍ଵନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗୋଏଲଙ୍କ ଅନୁଯାୟୀ ଭାରତୀୟ ରେଲଓ୍ଵେ ଜୁନ ୧ରୁ ନିଜର ସମୟ ସାରଣୀ ହିସାବରେ ପ୍ରତି ଦିନ ୨୦୦ ନନ ଏସି ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍‌ର ବୁକିଂ ଶୀଘ୍ର ଆରମ୍ଭ ହେବ। ସଂପ୍ରତି ଏହି ସବୁ ଟ୍ରେନ୍‌ର ରୁଟ୍‌ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

କିନ୍ତୁ ଟିକେଟ୍ ବୁକିଂ କେବେ ଆରମ୍ଭ ହେବ ସେ ନେଇ ଶୀଘ୍ର ତାରିଖ ଘୋଷଣା  କରାଯିବ। ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଟୁଇଟ୍ କରିଛନ୍ତି, ଶ୍ରମିକଙ୍କ ଲାଗି ବଡ ଆଶ୍ଵସ୍ତିକର କଥା। ଆଜିର ଦିନରେ ପ୍ରାୟ ୨୦୦ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରି ପାରିବ। ଆଗକୁ ଏହି ସଂଖ୍ୟା ଆହୁରି ବଢିବ।

ଗୋଏଲ ଆଉ ଏକ ଟୁଇଟ୍ କରି କହିଛନ୍ତି, ଏହା ଅତିରିକ୍ତ ଜୁନ ୧ରୁ ଟାଇମ୍ ଟେବୁଲ୍ ଅନୁସାରେ ପ୍ରତି ଦିନ ୨୦୦ ନନ ଏସି ଟ୍ରେନ୍ ଚଳାଚଳ କରିବ। ଯାହାର ଅନଲାଇନ୍‌ ବୁକିଂ ଶୀଘ୍ର ଆରମ୍ଭ ହେବ।

କୁହାଯାଉଛି ଯେ, ଏହି ଟ୍ରେନ୍ ପାଇଁ ଓ୍ଵେଟିଂ ଲିଷ୍ଟ ଟିକେଟ୍ ମଧ୍ୟ ମିଳିପାରେ, ମାତ୍ର ତତ୍କାଳ କିମ୍ବା ପ୍ରିମିୟର ତତ୍କାଳ ପରି ବ୍ୟବସ୍ଥା ହେବ ନାହିଁ। ଏହି ଟ୍ରେନ୍‌ର ବୁକିଂ ଆଇଆରସିଟିସିର ଓ୍ଵେବ୍‌ସାଇଟ୍‌ ଜରିଆରେ ହେବ। ବୁକିଂ କେଉଁ ଦିନ ଆରମ୍ଭ ହେବ ଏହାର ଶୀଘ୍ର ଘୋଷଣା କରାଯିବ।

ଏକ୍ସପ୍ରେସ୍ ଟ୍ରେନ୍ ବି ଚାଲିବ

ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶ୍ରମିକ ଓ ରାଜଧାନୀ ସ୍ପେଶାଲ ଟ୍ରେନ୍ ପରି ଏବେ ମେଲ୍ ଏକ୍ସପ୍ରେସ୍‌ ସ୍ପେଶାଲ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ। ଏଥିରେ ଜନ ଶତାବ୍ଦୀ ଓ ଇଣ୍ଟର ସିଟି ସ୍ପେଶାଲ ବି ସାମିଲ ହୋଇପାରେ। ଏହି ଗାଡିରେ ତତ୍କାଳ ଓ ପ୍ରିମିୟମ ତତ୍କାଳ ଟିକେଟ୍‌ର ବ୍ୟବସ୍ଥା ନାହିଁ ମାତ୍ର ଓ୍ଵେଟିଂ ଲିଷ୍ଟ ବ୍ୟବସ୍ଥା କରାଯାଇପାରେ। କିନ୍ତୁ ଏଥିରେ ଆର ଏ ସିର ଟିକେଟ୍ କଟାଯିବ ନାହିଁ। ଉଲ୍ଲେଖନୀୟ ଶ୍ରମିକ ଓ ରାଜଧାନୀ ସ୍ପେଶାଲରେ କେବଳ କନଫର୍ମ ଟିକେଟ୍ କଟାଯାଉଛି।

   Related Posts