Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଏବେ ଟ୍ରେନରେ ଅପରାଧୀଙ୍କୁ ନିସ୍ତାର ନାହିଁ – ଟ୍ରେନରେ ଲାଗିବ ଫେସ୍‌ ରେକଗନିସନ୍‌ ଟେକନୋଲଜି

12/11/2019 at 9:58 PM

ନୂଆଦିଲ୍ଲୀ – ଏବେ ଅପରାଧୀଙ୍କୁ ନିସ୍ତାର ମିଳିବ ନାହିଁ । ଏବେ ଟ୍ରେନରେ ଫେସ୍‌ ରେକଗନିସନ୍‌ ଟେକନୋଲଜିର ବ୍ୟବହାର କରାଯିବ । ଏହା ଦ୍ୱାରା ଟ୍ରେନରେ ଯାତ୍ରା କରୁଥିବା ଅପରାଧୀମାନଙ୍କୁ ଗିରଫ କରାଯାଇ ପାରିବ । ଏବେ ରେଳ ଯାତ୍ରାକୁ ଅପରାଧୀ ମୁକ୍ତ ରଖିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନସିର ବ୍ୟବହାର କରାଯିବ ।
ସିସିଟିଏନ୍‌ଏସ୍‌ ସହ ଏହାକୁ ସଂଯୁକ୍ତକରାଯିବ । ଆର୍‌ପିଏଫ୍‌ ଏହାକୁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଥିଲା । ସିସିଟିଏମ୍‌ଏସ୍‌ ଅପରାଧୀଙ୍କର ଏକ ଡାଟାବେସ୍‌ ।

ମୁମ୍ବାଇରେ ୨୬/୧୧ ଆକ୍ରମଣ ପରେ ଆର୍‌ପିଏଫ୍‌ ଏଥିପାଇଁ ପ୍ରସ୍ତାବ ଦେଇଥିଲା । ମୁମ୍ବଇ ରେଳ ଷ୍ଟେସନରେ ଆକ୍ରମଣ ପରେ ଏବେ ଦେଶର ୨୦୦ ରେଳ ଷ୍ଟେସନ ଆତଙ୍କବାଦୀଙ୍କ ସ୍କାନରରେ ରହିଥିବା କଥା ସୂଚନା ମିଳିଛି । ଏଥିପାଇଁ ସମସ୍ତ ରେଳ ଷ୍ଟେସନ ଓ ଟ୍ରେନରେ ଫେସ୍‌ ରେକଗନିସନ୍‌ ଟେକନୋଲଜି ବ୍ୟବହାର କରାଯିବ ।

ଭାରତୀୟ ରେଳରେ ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯିବ । ଭାରତୀୟ ରେଳରେ କୋଟି କୋଟି ଯାତ୍ରୀ ଯାତ୍ରା କରୁଛନ୍ତି ଏମାନଙ୍କ ସୁରକ୍ଷା ପାଇଁ ଫେସ୍‌ ରେକଗନିସନ୍‌ ଟେକନୋଲଜି ଆବଶ୍ୟକତା ରହିଛି।

   Related Posts