ରେଳଯାତ୍ରୀଙ୍କ ପାଇଁ ମଇ ୧ତାରିଖରୁ ବଦଳିଲା ନିୟମ : ଜାଣନ୍ତୁ

Published By : Prameya-News7 Bureau | April 27, 2019 IST

ନୂଆଦିଲ୍ଲୀ ୨୭/୪: ଭାରତୀୟ ରେଲଓ୍ବେ ନିଜ ଯାତ୍ରୀଙ୍କ ସୁବିଧାକୁ ସହଜ କରିବା ନିମନ୍ତେ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଟ୍ରେନରେ ଯାତ୍ରା ନିମନ୍ତେ ଟିକେଟ ବୁକ୍ କରିବା ସମୟରେ ଆପଣ ଯେଉଁ ବୋର୍ଡ଼ି ଷ୍ଟେସନକୁ ବାଛିଛନ୍ତି କିନ୍ତୁ ପରେ ଏହି ଷ୍ଟେସନକୁ ବଦଳିବା ପାଇଁ ଚାହୁଁଛନ୍ତି ତେବେ​ ମଇ ୧ତାରିଖରେ ଏହି କାମ ଅତ୍ୟନ୍ତ ସହଜ ହୋଇଯିବ। କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ରହିଛି। ରେଲଓ୍ବେର କହିବାନୁସାରେ ଏହି ଟିକେଟରେ କ୍ୟାନସଲ୍ କଲେ ରିଫଣ୍ଡ ମିଳିବ ନାହିଁ। କାରଣ ଆସନ୍ତା ମଇ ୧ତାରିଖରୁ ରେଲଓ୍ବେର ଟିକେଟିଙ୍ଗ୍ ସହ ଜଡ଼ିତ ନିୟମରେ କେତେକ ପରିବର୍ତ୍ତନ ହେବାର ଅଛି। ମଇ ୧ରୁ ଟ୍ରେନର ଚାର୍ଟ ହେବାର ୪ଘଣ୍ଟା ପୂର୍ବ ଯାଏଁ ଆପଣ ନିଜର ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳି ପାରିବେ। ଏବେ ଏହାକୁ କେବଳ ୨୪ଘଣ୍ଟା ଆଗରୁ ବଦଳା ଯାଇ ପାରିବ। ଯାତ୍ରା ସମୟରେ ବୋର୍ଡ଼ିଙ୍ଗ୍ ଷ୍ଟେସନରେ ବଦଳାଇଲେ ଟିକଟ କ୍ୟାନସିଲେସନରେ ଟଙ୍କା ରିଫଣ୍ଡ କରାଯିବ ନାହିଁ।

{"id":107865,"width":595,"height":396}

ଯଦି ଆପଣ ଟିକେଟ ବୁକିଙ୍ଗ୍ କରିବା ସମୟରେ ବୋର୍ଡ଼ିଙ୍ଗ୍ ଷ୍ଟେସନ ବାଛିଛନ୍ତି,କିନ୍ତୁ ପରେ ଆପଣ ଏଥିରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଇ ୧ତାରିଖରୁ ଏହି ପରିବର୍ତ୍ତନ ପୁଣି ଥରେ କରି ପାରିବେ। ଏହାପରେ ଟିକେଟ ବୁକିଙ୍ଗ୍ କରିବା ସମୟରେ ବୋର୍ଡ଼ିଙ୍ଗ୍ ଷ୍ଟେସନ ବାଛିବା ପରେ ପୁଣି ଥରେ ବୋର୍ଡ଼ିଙ୍ଗ୍ ଷ୍ଟେସନ ପରିବର୍ତ୍ତନ କରିପାରିବେ ନାହିଁ।

{"id":107866,"width":595,"height":334}

ଏହା ବିଷୟରେ ରେଲଓ୍ବେ ବିଭାଗର ଅଧିକାରୀମାନେ କୁହନ୍ତି ଯେ ଯାତ୍ରୀଙ୍କ ସୁବିଧା ପାଇଁ ବୋର୍ଡ଼ିଙ୍ଗ୍ ଷ୍ଟେସନରେ ପରିବର୍ତ୍ତନର ଅବଧିକୁ ୨୪ଘଣ୍ଟାରୁ ୪ଘଣ୍ଟା କରାଯାଇଛି। ମଇ ୧ତାରିଖରୁ ଟ୍ରେନ୍ ଚାଲିବାର ୪ଘଣ୍ଟା ପୂର୍ବରୁ ବୋର୍ଡ଼ିଙ୍ଗ୍ ପରିବର୍ତ୍ତନ କରି ପାରିବେ।

{"id":107867,"width":595,"height":396}

ଟିକେଟ ବୁକ୍ କରୁଥିବା ଯାତ୍ରୀ ଟ୍ରେନର ପ୍ରସ୍ଥାନ ସମୟରୁ ୨୪ଘଣ୍ଟା ପୂର୍ବ ଯାଏଁ ଅନଲାଇନ ବୋର୍ଡ଼ିଙ୍ଗ୍ ଷ୍ଟେସନରେ ପରିବର୍ତ୍ତନ କରି ପାରିବେ।

ଯଦି କୈାଣସି ଯାତ୍ରୀ ଥରେ ବୋର୍ଡ଼ିଙ୍ଗରେ ପରିବର୍ତ୍ତନ କରିଛି ତେବେ ସେ ତା’ର ପୁରୁଣା ବୋର୍ଡ଼ିଙ୍ଗ୍ ପଏଣ୍ଟରୁ ଟ୍ରେନ୍ ଧରି ପାରିବେ ନାହିଁ।

ଯଦି ଯାତ୍ରୀ ବୋର୍ଡ଼ିଙ୍ଗ୍ ପଏଣ୍ଟ ଚେଞ୍ଜ କରିବା ପରେ ପୁରୁଣା ଷ୍ଟେସନରୁ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ଦୁଇ ଷ୍ଟେସନ୍ ମଝିର ଭଡ଼ା ଦେବାକୁ ପଡ଼ିବ।

ବୋର୍ଡ଼ିଙ୍ଗ୍ ପଏଣ୍ଟରେ କେବଳ ଥରେ ପରିବର୍ତ୍ତନ କରା ଯାଇପାରିବ।

ବୋର୍ଡ଼ିଙ୍ଗ୍ ଷ୍ଟେସନକୁ ପ୍ରସ୍ଥାନ ସମୟରୁ ୨୪ଘଣ୍ଟା ପୂର୍ବ ଯାଏଁ ପରିବର୍ତ୍ତନ କରାଯାଇପାରିବ।

ଯଦି ଟିକେଟ ସିଜ କରି ଦିଆଯାଉଛି ତେବେ ବୋର୍ଡ଼ିଙ୍ଗ୍ ପଏଣ୍ଟ ଚେଞ୍ଜ କରିବା ପ୍ରଯୁଜ୍ୟ ନୁହେଁ।

ବିକଳ୍ପ ଅପସନ ନେଉଥିବା ପିଏନଆର ନମ୍ବରରେ ବୋର୍ଡ଼ିଙ୍ଗ୍ ପଏଣ୍ଟ ଚେଞ୍ଜ କରାଯାଇ ପାରିବ ନାହିଁ।

ଆଇ ଟିକେଟରେ ଅନଲାଇନ ବୋର୍ଡ଼ିଙ୍ଗ୍ ପଏଣ୍ଟ ଚେଞ୍ଜ କରିବାର ବିକଳ୍ପ ମିଳେ ନାହିଁ।

ତତ୍କାଳୀନ ବୁକିଙ୍ଗ୍ ଟିକେଟରେ ବୋର୍ଡ଼ିଙ୍ଗ୍ ପଏଣ୍ଟ ଚେଞ୍ଜ କରିବାର ଅପସନ ନଥାଏ।

ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳିବା ପାଇଁ ଯାତ୍ରୀକୁ ରିଜର୍ଭେସନ କାଉଣ୍ଟର୍ ଯିବାର ଆବଶ୍ୟକତା ନାହିଁ। ରେଲଓ୍ବେ ଇନକ୍ବାଇରି ନଂ-୧୩୯ରେ କଲ୍ କିମ୍ବା ମ୍ୟାସେଜ କଲେ କିମ୍ବା ଆଇଆରସିଟିସି ଓ୍ବେବସାଇଟରେ ବୋର୍ଡ଼ିଙ୍ଗ୍ ଷ୍ଟେସନ ବଦଳି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.