ରେଳ କର୍ମଚାରୀଙ୍କୁ ଲାଗିବ ଝଟ୍‌କା, ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧: କରୋନା କାଳରେ ଭାରତୀୟ ରେଳବାଇ ଘାଟାରେ ଚାଲିଛି। ବହୁ କ୍ଷତି ମଧ୍ୟରେ ଟ୍ରେନ୍‌ ଗଢ଼ୁଛି। ତେଣୁ ଏହି କ୍ଷତିର ଭରଣା କରିବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏହି କ୍ଷତିକୁ ରେଳ କର୍ମଚାରୀଙ୍କ ପକେଟରୁ କାଟିବ ରେଳବାଇ। ଓଭର ଟାଇମ୍‌ ଡ୍ୟୁଟି ପାଇଁ ମିଳୁଥିବା ଭତ୍ତା କମ୍‌ କରିବାକୁ ରେଳ ମନ୍ତ୍ରାଳୟ ଯୋଜନା କରିଥିବା ଜଣାପଡ଼ିଛି। ରେଳ କର୍ମଚାରୀଙ୍କୁ ଯାତ୍ରା ଓ ଓଭର ଟାଇମ୍‌ ଡ୍ୟୁଟି ଭତ୍ତାରେ ୫୦ ପ୍ରତିଶତ କଟିପାରେ।

ଜୀବିଜ୍‌ ଡଟ୍‌ କମ୍‌ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଭତ୍ତା କାଟିବା ନେଇ ଏବେ ରେଳ ବିଭାଗ ବିଚାର ବିମର୍ଶ ଜାରି ରଖିଥିବା ଜଣାପଡ଼ିଛି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ। ଚଳିତ ବର୍ଷ ଅଗଷ୍ଟ ମାସରେ ଏନେଇ ଖବର ସାମ୍ନାକୁ ଆସିଥିଲା। ୨୦୨୦-୨୧ରେ କର୍ମଚାରୀଙ୍କ ଦରମା ଓ ପେନ୍‌ସନ୍‌ ବନ୍ଦ କରିବାକୁ ନେଇ ମନ୍ତ୍ରାଳୟ ବିଚାର କରୁଥିବା ଚର୍ଚ୍ଚା ହେଉଥିଲା।

ତେବେ ଏଭଳି ଚର୍ଚ୍ଚା ଉପରେ ବିରାମ ଟାଣିଥିଲେ କେନ୍ଦ୍ର ସରକାର। ପରେ ପିଆଇବି ଟ୍ବିଟ୍‌ କରି ଏଭଳି ଖବର ମିଛ ବୋଲି ସ୍ପଷ୍ଟ କରିଥିଲା। ଏହାସହ ସରକାରଙ୍କ ପାଖରେ ଏଭଳି କିଛି ପ୍ରସ୍ତାବ ନଥିବା ନେଇ ପିଆଇବି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଥିଲା। ପୂର୍ବରୁ ଏମିତି ମଧ୍ୟ କୁହାଯାଉଥିଲା ​‌ଯେ ଲକ୍‌ଡାଉ୍‌ନ୍‌ ଭାରତୀୟ ରେଳ ଉପରେ ଖୁବ ପ୍ରଭାବ ପକାଇଛି। ଏହା ସହ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନଥିବା ବି ଶୁଣିବାକୁ ମିଳିଥିଲା। କିନ୍ତୁ ସେମିତି କିଛି ଦେଖିବାକୁ ମିଳିନାହିଁ। ଏବେ କର୍ମଚାରୀଙ୍କୁ ମିଳୁଥିବା ଭତ୍ତା ୫୦ ପ୍ରତିଶତ କାଟିବା ନେଇ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.