Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଭାରତୀୟ ରେଳ ବିଭାଗର ନିଷ୍ପତ୍ତି, ଶନିବାରଠୁ ବଦଳିବ ରିଜର୍ଭେସନ୍‌ ନିୟମ

9/10/2020 at 3:35 PM

ନୂଆଦିଲ୍ଲୀ ୦୯/୧୦: କରୋନା ମହାମାରୀ ପାଇଁ ସାରା ବିଶ୍ବ ସମେତ ଭାରତରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଜୀବନ ଜୀବିକାକୁ ନଜରରେ ରଖି ଭାରତ ସରକାର ଦେଶରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ତଥାପି କରୋନା ଭୟରେ ଲୋକେ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ସହ କାର୍ଯ୍ୟସ୍ଥଳରେ ପହଞ୍ଚୁଛନ୍ତି । ଦେଶରେ ଧିରେଧିରେ ଟ୍ରେନ୍‌ ଚଳାଚଳ ମଧ୍ୟ ସ୍ବଭାବିକ ହେଉଛି।

କରୋନା କାଳରେ ବିଭିନ୍ନ ନିୟମର ପାଳନ କରିବାକୁ ରେଳ ବିଭାଗ ତାଗିଦ କରୁଛି। ସେପଟେ ୧୦ ଅକ୍ଟୋବର ଅର୍ଥାତ ଶନିବାର ପାଖରୁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ରିଜର୍ଭେସନ୍‌ କରୁଥିବା ଯାତ୍ରୀ ମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ଏଣିକି ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିବାର ମାତ୍ର ଅଧଘଣ୍ଟା ପୂର୍ବରୁ ହିଁ ଦ୍ବିତୀୟ ପର୍ଯ୍ୟାୟ ରିଜର୍ଭେସନ୍‌ (ଆରକ୍ଷଣ) ତାଲିକା ପ୍ରକାଶ କରାଯିବ। ତେବେ ପୂର୍ବରୁ ଥିବା ଏହି ନିୟମକୁ ପୁଣିଥରେ ଆସନ୍ତକାଲିଠୁ ଲାଗୁ କରିବ ଭାରତୀୟ ରେଳ ବିଭାଗ ।

କରୋନା ମହାମାରୀକୁ ନଜରରେ ରଖି ଦ୍ବିତୀୟ ପର୍ଯ୍ୟାୟ ତାଲିକା ୨ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା। ରେଲ୍‌ଓ୍ବେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କରୋନା ପୂର୍ବରୁ ରିଜର୍ଭେସନ୍‌ର ପ୍ରଥମ ତାଲିକା ଟ୍ରେନ୍‌ର ପ୍ରସ୍ଥାନ ସମୟର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା। ଯାହାଦ୍ବାରା ଯାତ୍ରୀମାନେ ପ୍ରଥମେ ଆସ, ପ୍ରଥମେ ପାଅ ନୀତିରେ ଅନଲାଇନ୍‌ ଓ ପିଆରଏସ୍‌ କାଉଣ୍ଟରରୁ ଟିକେଟ୍‌ ସଂଗ୍ରହ କରିପାରୁଥିଲେ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ତାଲିକା ୩୦ ମିନିଟ୍‌ ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା।

ସୂଚନାଯୋଗ୍ୟ ଯେ, ଭାରତୀୟ ରେଳ ପକ୍ଷରୁ ୨୫ ମାର୍ଚ୍ଚ ପାଖରୁ ରାଷ୍ଟ୍ରୀୟ ଲକ୍‌ଡାଉନ୍‌କୁ ନଜରରେ ରଖି ପ୍ରତ୍ୟେକ ଟ୍ରେନ୍ ବାତିଲ କରାଯାଇଥିଲା । ପରେ ଧିରେଧରେ ପର୍ଯ୍ୟାୟ କ୍ରମେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ମେ’ ୧ରୁ ପ୍ରବାସୀ ଶ୍ରମିକଙ୍କୁ ସ୍ବରାଜ୍ୟ ପହଞ୍ଚାଇବା ପାଇଁ ପୁନଃ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା ।

   Related Posts