ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ ! ଏହି ଡକ୍ୟୁମେଣ୍ଟ ନଥିଲେ ଟ୍ରେନ୍‌ ଯାତ୍ରା ମନା, ଶୀଘ୍ର ଲାଗୁ ହୋଇପାରେ ନୂଆ ନିୟମ

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/୬: ଯଦି ରେଳ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଜରୁରୀ। ଖୁବଶୀଘ୍ର ଭାରତୀୟ ରେଳ କରୋନା ସହ ଜଡ଼ିତ ନିୟମ ପରିବର୍ତ୍ତନ କରି ନୂଆ ନିୟମ ଲାଗୁ କରିବାକୁ ଯାଉଛି। ମିଡିଆ ରିପୋର୍ଟ ଉପରେ ବିଶ୍ବାସ କଲେ ଏବେ ଯାତ୍ରୀଙ୍କୁ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡ଼ିବ ନାହିଁ। କରୋନା ପାଇଁ ଅନେକ ରାଜ୍ୟ ରେଳ ଯାତ୍ରୀଙ୍କ ପାଇଁ ଆରଟିପିସିଆର କରୋନା ନେଗେଟିଭ୍‌ ରିପୋର୍ଟ ଅନିବାର୍ଜ୍ୟ କରିଥିଲେ।

ଏଥିପାଇଁ ରେଳଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏବେ ମିଳିଥିବା ଖବର ଅନୁସାରେ ରେଳବାଇ ଏହି ନିୟମ ଖବୁଶୀଘ୍ର ବଦଳାଇବାକୁ ଯାଉଛି। ଜୀ ବିଜନେସ୍‌ ରିପୋର୍ଟ ମୁତାବିକ୍‌ ଏଣିକି ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ପରିବର୍ତେ ଯାତ୍ରୀଗଣ କରୋନା ଟିକାକରଣ ପ୍ରମାଣପତ୍ର ନେଇ ଯାତ୍ରା କରିବା ବାଧ୍ୟତାମୂଳକ ହୋଇପାରେ।

ଯଦି ଜଣେ ବ୍ୟକ୍ତି କରୋନା ଟିକାକରଣ ପ୍ରମାଣପତ୍ର ପାଇଛନ୍ତି ବା ଆରୋଗ୍ୟ ସେତୁ ଆପ୍‌ରେ ଟିକା ନେଇଥିବାର ପ୍ରମାଣପତ୍ର ରହିଛି ତେବେ ସେ ଟ୍ରେନ୍‌ରେ ଆରାମରେ ଯାତ୍ରା କରିପାରିବେ। ଏମିତି କରିବା ଦ୍ବାରା ଲୋକେ ଟିକା ନେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଉଛି । ଏନେଇ ରେଲଓ୍ବେ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.