Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ରେଳବାଇରେ ଏବେବି ବଦଳିନି ଇଂରେଜଙ୍କ ନିୟମ, ବେଶପୋଷାକ ଦେଖି ବୟସ୍କ ଯାତ୍ରୀଙ୍କୁ ଶତାବ୍ଦୀ ଏକ୍ସପ୍ରେସରେ ଚଢାଇଦେଲେନି କୋଚ କଣ୍ଡକ୍ଟର

6/07/2019 at 6:22 PM

ବାରାବଙ୍କୀ : ପୁଣି ମହାତ୍ମା ଗାନ୍ଧିଙ୍କ ଇତିହାସର ପୁନରାବୃତ୍ତି ଘଟିଛି ଭାରତୀୟ ରେଳରେ । ଜଣେ ବୟସ୍କ ଯାତ୍ରୀଙ୍କ ପୋଷାକ ପରିଛେଦକୁ ଦେଖି କୋଚ୍ କଣ୍ଡକ୍ଟର ତାଙ୍କୁ ଟ୍ରେନରେ ଚଢାଇ ନଦେବା ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।  ଗତ ୪ ତାରିଖ ଦିନ ଇଟୱା ଜଙ୍କସନରେ  ଶତାବ୍ଦୀ ଏକ୍ସପ୍ରେସରେ ଏହି ଘଟଣା ଘଟିଛି। 

ବୃଦ୍ଧଙ୍କ ନିକଟରେ ଶତାବ୍ଦୀ ଏକ୍ସପ୍ରେସ୍ ରେ ଯାତ୍ରା କରିବା ପାଇଁ କନଫର୍ମ ଟିକେଟ୍ ଥିଲା। ତେବେ ଧୋତୀ, କୁର୍ତ୍ତା ଓ ପାଦରେ ରବର ଚପଲ ଦେଖି କୋଚ କଣ୍ଡକ୍ଟର ତାଙ୍କୁ ଇଟାୱା ଜଙ୍କସନରେ ଟ୍ରେନରେ ଉଠାଇ ଦେଇନଥିଲେ।  ଏଥିରେ ଅପମାନିତ ବୃଦ୍ଧ ଯାତ୍ରୀ ରେଳବାଇ ଅଭିଯୋଗ ପୁସ୍ତିକାରେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିବା ସହ ବସ୍ ରେ ଟିକେଟ୍ କାଟି ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲେ।

ବିବରଣୀରୁ ପ୍ରକାଶ ଯେ ଉତ୍ତରପ୍ରଦେଶ ବାରାବାଙ୍କିର ମୁସେପୁର ଥୁରତିଆରେ ରହୁଥିବା ବାବା ରାମ ଅବଧ ଦାସ ଗତ ଜୁଲାଇ ୪ ତାରିଖ ଗୁରୁବାର ଦିନ ଅନଲାଇନରେ କାନପୁରରୁ ନୂଆଦିଲ୍ଲୀ ଯିବା ଲାଗି ଟ୍ରେନ ନମ୍ବର ୧୨୩୩ ଶତାବ୍ଦୀ ଏକ୍ସପ୍ରେସରେ ଟିକେଟ କରିଥିଲେ। ରାମ ଅବଧ ଦାସଙ୍କୁ କୋଚ୍ ନମ୍ବର ସି-୨ର ୭୨ ନମ୍ବର ସିଟ୍ ରେ କନଫର୍ମେସନ ଟିକେଟ୍ ମିଳିଥିଲା। ଏଥି ପାଇଁ ସେ ସକାଳେ ଟ୍ରେନରେ ଉଠିବା ଲାଗି ଇଟାୱା ଜଙ୍କସନରେ ଅପେକ୍ଷା କରିଥିବା ବେଳେ କୋଚ୍ କଣ୍ଡକ୍ଟର, ଆଟେଣ୍ଡାଣ୍ଟ, ତାଙ୍କୁ ଟ୍ରେନରେ ଉଠିବାକୁ ଦେଇନଥିଲେ।

୧୮୯୩ ମସିହାରେ ମହାତ୍ମା ଗାନ୍ଧି ଡର୍ବାନରୁ ପ୍ରିଟୋରିଆ ଟ୍ରେନରେ ଯାଉଥିବା ବେଳେ ଫଷ୍ଟକ୍ଲାସ ଟିକେଟ୍ ଥିବା ସତ୍ତ୍ୱେ ଭାରତୀୟ ହୋଇଥିବାରୁ ଗୋରାମାନେ ତାଙ୍କୁ ପିଟରମାର୍ଟିଜବର୍ଗ ଷ୍ଟେସନରେ ଟ୍ରେନରୁ ଫିଙ୍ଗି ଦେଇଥିଲେ। ଘଟଣାଟି ସମାନ ଧରଣର ହୋଇ ନଥିଲେ ମଧ୍ୟ ଟ୍ରେନର କନଫର୍ମ ଟିକେଟ୍ ଥିବା ଜଣେ ବୟସ୍କ ଯାତ୍ରୀଙ୍କୁ ତାଙ୍କ ପୋଷାକ ପରିଛେଦ ଦେଖି ବଗିକୁ ପ୍ରବେଶ କରାଇ ନଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ନେଇ ବୃଦ୍ଧଯାତ୍ରୀ ଷ୍ଟେସନ ମାଷ୍ଟରଙ୍କ ନିକଟରେ ଅଭିଯୋଗ କରିବାରୁ ସେ ତାଙ୍କୁ ରେଳ ଅଭିଯୋଗ ପୁସ୍ତିକା ପ୍ରଦାନ କରିଥିଲେ। ଏଥିରେ ଯାତ୍ରୀ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ବସ୍ ରେ ଟିକେଟ୍ କାଟି ଦୀର୍ଘ ଯାତ୍ରା କରିଥିଲେ।     

   Related Posts