Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୨ଟି କମ୍ପାନୀରେ ବିଭକ୍ତ ହେବ ଇଣ୍ଡିଆନ ରେଲୱେ, ଜାଣନ୍ତୁ ମୋଦି ସରକାରଙ୍କ ପୁରା ପ୍ଲାନ

28/10/2019 at 5:26 PM

ନୂଆଦିଲ୍ଲୀ : ଇଣ୍ଡିଆନ ରେଲୱେ ତାର କୋଚ୍ ଓ ଇଞ୍ଜିନ ନିର୍ମାଣ ସମ୍ପର୍କିତ ସମସ୍ତ ବିଭାଗକୁ ଗୋଟିଏ ଛାତ ତଳେ ରଖିବାକୁ ଅନେକ ପୂର୍ବରୁ ଯୋଜନା କରିଥିଲା। ତେବେ ଏପର୍ଯ୍ୟନ୍ତ ଏଥିରେ ସଫଳ ହୋଇପାରିନଥିବା ବେଳେ ଏବେ ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଫଳରେ ଭାରତୀୟ ରେଳ ୨ଟି କେନ୍ଦ୍ରୀୟ ସାର୍ବଜନିକ ଉପକ୍ରମ (ପିଏସୟୁ) କମ୍ପାନୀରେ ପରିବର୍ତିତ ହେବେ, ଯେଉଁମାନଙ୍କ ପାଖରେ କୋଚ୍ ଓ ଇଞ୍ଜିନ ପ୍ରଡକ୍ସନର ନିୟନ୍ତ୍ରଣ ବି ରହିବ। ଏହି ପରିବର୍ତ୍ତନକୁ ଏବେ ରେଳବାଇ କ୍ଷେତ୍ରରେ ବଡ ସଂସ୍କାର ବୋଲି ବିବେଚନା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ବିଚାର ବିମର୍ଷ କରାଯିବ।

ଯଦି ଯୋଜନାମୁତାବକ ସବୁ ଠିକଠାକ ଚାଲେ ତେବେ ଖୁବ୍ ଶୀଘ୍ର ‘ନ୍ୟୁ ଇଣ୍ଡିଆନ ରେଲୱେ ମୋଟିଭ ପାୱାର କମ୍ପାନୀ’ ନାମରେ ଦେଶରେ ନୂଆ ପିଏସୟୁ ସ୍ଥାପିତ ହେବ। ଯେଉଁଥିରେ ଚିତ୍ତରଞ୍ଜନ ଲୋକୋ ୱାର୍କସ ସମେତ ବନାରସ ଡିଜେଲ ଲୋକୋ ୱାର୍କସ୍, ମାଧେପୁରା ଓ ମଢୌରା ଆଦି ରେଳବାଇ ଫାକ୍ଟ୍ରି ସବୁ ରହିବେ। ସେହିପରି ଇଣ୍ଡିଆନ ରେଲୱେ ରୋଲିଂ ଷ୍ଟକ କମ୍ପାନୀ (ଆଇଆରଆରସି) ଗଠନ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ୧୦୦ ଦିନିଆ ଯୋଜନାକୁ ପୂର୍ବରୁ ଅନୁମତି ମିଳିସାରିଛି। ଏହି କମ୍ପାନୀରେ ରାୟବରେଲୀସ୍ଥିତ ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରି  ଓ ଚକ ନିର୍ମାଣ କରୁଥିବା କାରଖାନାମାନଙ୍କର ସଞ୍ଚାଳନ ଓ ନିୟନ୍ତ୍ରଣ ଦାୟିତ୍ୱ ରହିବ। 

ରେଳବାଇ ଦୁଇଟି କମ୍ପାନୀରେ ବାଣ୍ଟି ହୋଇଗଲେ ବିଭିନ୍ନ ବିଭାଗଙ୍କ ମଧ୍ୟରେ ଥିବା ବିବାଦ ଆଉ ରହିବ ନାହିଁ। ରେଳବାଇ ଅଧିକାରୀମାନେ ଏହା କହିଛନ୍ତି। ଯେଉଁ କମ୍ପାନୀ କୋଚ୍ ନିର୍ମାଣ କାମ ଦେଖରେଖ କରିବ ତା ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ମେକାନିକାଲ ଡିପାର୍ଟମେଣ୍ଟ ରହିବ। ସେହିପରି ଯେଉଁ କମ୍ପାନୀ ଇଞ୍ଜିନ ନିର୍ମାଣ କରିବ ତା ନିୟନ୍ତ୍ରଣରେ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ସବୁ ରହିବେ। ଏଭଳି  କମ୍ପାନୀମାନଙ୍କର ବ୍ୟବହାରିକତା ଯାଞ୍ଚ ଲାଗି ଯେଉଁ ଘରୋଇ କନସଲଟାନ୍ସୀ  କମ୍ପାନୀର ସହାୟତା ନିଆଯାଇଛି ସେ ମଧ୍ୟ ଏପରି ପ୍ରସ୍ତାବ ଦେଇଥିବା ରେଳବାଇ ଅଧିକାରୀମାନେ କହିଛନ୍ତି।

ଦୁଇଟି କମ୍ପାନୀରେ ପରିବର୍ତ୍ତିତ ହେବା ସତ୍ତ୍ୱେ ରେଳବାଇ ବିଶ୍ୱର ବଡ ସଂସ୍ଥାଙ୍କ ମଧ୍ୟରେ ପରିଗଣିତ ହେବ। ଯଦି କର୍ପୋରେଟ ଶୈଳୀରେ ଏହି କମ୍ପାନୀଗୁଡିକର ନିର୍ମାଣ କରାଯାଏ ତେବେ ଭାରତ ମଧ୍ୟ କୋଚ୍ ଓ ଇଞ୍ଜିନ ବିକାଶ ସମ୍ପର୍କିତ ବୈଶ୍ୱିକ ଦୌଡରେ ନିଜକୁ ସାମିଲ  କରିପାରିବ। ରେଳବାଇର ଏହି କମ୍ପାନୀଗୁଡିକୁ ଲାଭ ଉଦ୍ଦେଶ୍ୟରେ ଚଳାଯାଇପାରିବା ସହ ଅନ୍ୟ ଦେଶଙ୍କୁ ସପ୍ଲାଇ କରିବାର ପ୍ରତିଯୋଗୀତାରେ ସାମିଲ ହୋଇପାରିବ।  ତେବେ ରେଳବାଇ କର୍ମଚାରୀ ସଂଘମାନେ ସରକାରଙ୍କ ଏପରି କମ୍ପାନୀ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଭାରତୀୟ ରେଳ ଭଳି ଦୁର୍ଲଭ ସମ୍ପତ୍ତିକୁ ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦେବାକୁ ସରକାରଙ୍କର ଏହା ପ୍ରଥମ ପଦକ୍ଷେପ ବୋଲି ୟୁନିୟନମାନେ କହିଛନ୍ତି। ତେବେ ମନ୍ତ୍ରାଳୟ ୟୁନିୟନଙ୍କ ଏଭଳି ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି।

   Related Posts