କରୋନା : ୧୨ ଦିନରେ ରେଳବାଇର ୮୫କୋଟି ଟଙ୍କା କ୍ଷତି, ଟିକେଟ୍ ରଦ୍ଦ କଲେ ୧୨ଲକ୍ଷ ଯାତ୍ରୀ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୩:  ଦେଶରେ କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିକୁ ବି ଆକ୍ରାନ୍ତ କରିବ। କରୋନା ଯୋଗୁ କେବଳ ସେୟାର ବଜାର ନୁହେଁ କମୋଡିଟି ବଜାର ମଧ୍ୟ ପ୍ରଭାବିତ ହେଲାଣି। ଏଥିରେ ରେଳବାଇ ଗତ ୧୨ ଦିନରେ ୮୫ କୋଟି ଟଙ୍କା କ୍ଷତିରେ ପଡିଥିବା ଜଣାପଡିଛି। ଲୋକେ କରୋନା ସଂକ୍ରମଣ ଯୋଗୁ କରିଥିବା ଯାତ୍ରା ଯୋଜନା ପ୍ରତ୍ୟାହାର କରିଥିବା ବେଳେ ଏବେ ରେଳବାଇଙ୍କୁ ଟିକେଟ୍ ମୂଲ୍ୟ ଫେରାଇବାକୁ ପଡୁଛି। ଏହି ସମୟରେ ଦେଶରେ ୧୨ଲକ୍ଷ ଯାତ୍ରୀ ରେଳଯାତ୍ରା ରଦ୍ଦ କରିଥିବା ଜଣାପଡିଛି।

{"id":238464,"width":577,"height":301,"sizeSlug":"large"}

ଦିଲ୍ଲୀ ଯାତ୍ରୀ ସଂରକ୍ଷଣ ପ୍ରଣାଳୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ୧୨ଲକ୍ଷ ୨୯ ହଜାର ଯାତ୍ରୀ ସେମାନଙ୍କ ଟିକେଟ୍ ଫେରାଇଛନ୍ତି। ଯାତ୍ରୀ ସେମାନଙ୍କର ଯାତ୍ରା ବାତିଲ  କରିବା ଯୋଗୁ ରେଳବାଇ ୮୫.୩ କୋଟି ଟଙ୍କା ହରାଇଛନ୍ତି। ଦେଶରେ କରୋନା ସଂକ୍ରମଣ ପରଠାରୁ ଏହାର ପ୍ରଭାବ ରେଳ ପରିବହନ ଉପରେ ପଡିଛି। ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ଯୋଗୁ ରେଳବାଇ ଏବେ ବିପୁଳ କ୍ଷତିର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଗଲାଣି।

{"id":238465,"sizeSlug":"large"}

ଇଣ୍ଡିଆନ ରେଲୱେ ଦିଲ୍ଲୀ, ମୁମ୍ବାଇ, ଶିକନ୍ଦରାବାଦ, ଗୌହାଟୀ ଓ କୋଲକାତା ଆଦି ୫ଟି ସ୍ଥାନରେ ଯାତ୍ରୀ ଆରକ୍ଷଣ ପ୍ରଣାଳୀ(ପିଆରଏସ) ସ୍ଥାପନା କରିଛନ୍ତି। ସେହିପରି ଦେଶରେ ଯାତ୍ରୀ ପରିବହନ ଯୋଗାଇଦେବାକୁ ରେଳବାଇ ଦେଶରେ ଦୈନିକ ୨୦ ହଜାର ଟ୍ରେନ ପରିଚାଳନା କରୁଛନ୍ତି। ବାର୍ଷିକ ୧.୯୭ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଉଥିବା ରେଳବାଇ କରୋନା ସଂକ୍ରମଣ ଯୋଗୁ ଆୟ ହ୍ରାସ ଚିନ୍ତାରେ ପଡିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.