Railways Jobs: ଦଶମ ପାସ୍ ପାଇଁ ୨୭୯୨ ପଦରେ ନିଯୁକ୍ତି
8/03/2020 at 10:00 PM

ନୂଆଦିଲ୍ଲୀ ୦୮।୦୩- ଭାରତୀୟ ରେଲଓ୍ଵେ ଗତ କିଛି ଦିନରୁ କ୍ରମାଗତ ବିଭିନ୍ନ ଜୋନରେ ଅଲଗା ଅଲଗା ପଦରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି। ପୁଣି ଥରେ ଆଶାୟୀଙ୍କ ଲାଗି ସରକାରୀ ଚାକିରି ପାଇବାକୁ ସୁବର୍ଣ୍ଣ ସୁଯୋଗ ରହିଛି। ଆପଣ ଯଦି ଦଶମ, ଦ୍ଵାଦଶ ଶ୍ରେଣୀ ପାସ୍ କିମ୍ବା ଡିପ୍ଲୋମାଧାରୀ ଏବଂ ରେଲଓ୍ଵେ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ରେଲଓ୍ଵେ ଆପଣଙ୍କ ଲାଗି ସୁଯୋଗ ନେଇ ଆସିଛି।
ପୂର୍ବତନ ରେଲଓ୍ଵେ ଅପରେଣ୍ଟିସ୍ ୨୭୯୨ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଭର୍ତ୍ତି ଲାଗି ଆବେଦନର ପ୍ରକ୍ରିୟା କଣ ରହିବ, ଆବେଦନ କେତେ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କରି ପାରିବେ, ଚୟନ ପ୍ରକ୍ରିୟା କେମିତି ହେବ, ଆବେଦନ ନେଇ ବୟସ ସୀମା କଣ ରହିଛି ଏହାର ସମସ୍ତ ସୂଚନା ନିମ୍ନରେ ଦିଆଯାଇଛି।
ପଦର ନାମ- ଆକ୍ଟ ଅପରେଣ୍ଟିସ୍
ପଦ ସଂଖ୍ୟା- ୨୭୯୨
କେଉଁ ଡିଭିଜନରେ କେତେ ପଦ ଦିଆଯିବ ନିଯୁକ୍ତି
ହାଓ୍ଵାଡା ଡିଭିଜନ- ୬୫୯
ସିଆଲଦହ ଡିଭିଜନ- ୫୨୬
ମାଲଦା ଡିଭିଜନ- ୧୦୧
ଆସନସୋଲ ଡିଭିଜନ- ୪୧୨
କାଞ୍ଚରାପରା ଓ୍ଵାର୍କସପ୍- ୨୦୬
ଲିଲୁଆ ଓ୍ଵାର୍କସପ୍- ୨୦୪
ଜମାଲପୁର ଓ୍ଵାର୍କସପ୍- ୬୮୪
ଶିକ୍ଷାଗତ ଯୋଗ୍ୟତା
ଆଶାୟୀଙ୍କ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ଜରୁରୀ। ଅଧିକ ସୂଚନା ପାଇଁ ରେଲଓ୍ଵେ ଓ୍ଵେବସାଇଟକୁ ଯାଇ ପାରିବେ।
ଆବେଦନର ତାରିଖ
ପ୍ରାର୍ଥୀ ୨୦୨୦ ମାର୍ଚ୍ଚ ୬ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ଉଲ୍ଲେଖଯୋଗ୍ୟ, ଆବେଦନର ତାରିଖ ବଢାଯାଇ ଏପ୍ରିଲ ୫ କରାଯାଇଛି। ପୂର୍ବରୁ ମଧ୍ୟ ଏହି ପଦ ପାଇଁ ଆଶାୟୀ ଆବେଦନ କରି ସାରିଛନ୍ତି।
ଆବେଦନର ପ୍ରକ୍ରିୟା
ରେଲଓ୍ଵେ ଏହି ପଦରେ ନିଯୁକ୍ତି ଲାଗି ଅନଲାଇନ ଜରିଆରେ ଆବେଦନ କରି ପାରିବେ। ଯେଉଁ ଓ୍ଵେବସାଇଟରୁ ଆବେଦନ କରିବେ ଏହାର ଲିଙ୍କ ହେଉଛି http://apprentice.rrcrecruit.co.in/gen_instructions_er.aspx
ଆବେଦନ ଶୁଳ୍କ
ଜେନେରାଲ ଓ ଓବିସି ବର୍ଗର ପ୍ରାର୍ଥୀଙ୍କ ଲାଗି ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି। ଅନ୍ୟ ବର୍ଗର ପ୍ରାର୍ଥୀ ଓ ମହିଳାଙ୍କ ଲାଗି କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଇଷ୍ଟର୍ଣ୍ଣ ରେଲଓ୍ଵେ ଓ୍ଵେବସାଇଟ୍ ଯିବା ଲାଗି ଏଠାରେ କ୍ଲିକ୍ କରନ୍ତୁ- https://er.indianrailways.gov.in/