ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଏଣିକି ଗୋଟିଏ ନମ୍ବର ଡାଏଲରେ ହେବ ସବୁ ସମସ୍ୟାର ସମାଧାନ

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮/୦୩: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ !  ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା।  ଏଣିକି ଆଉ ଅଧିକ ନମ୍ବର ମନେ ରଖିବାକୁ ପଡ଼ିବ ନାହିଁ। କାରଣ ଗୋଟିଏ  ଫୋନ୍‌ ନମ୍ବରରେ ସବୁ କିଛି କାର୍ଯ୍ୟ ହୋଇଯିବ। ଭାରତୀୟ ରେଳ ସଙ୍ଗଲ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଛି।

ନମ୍ବରଟି ହେଉଛି ୧୩୯। ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ହେଲ୍ପ ଲାଇନ୍‌ ନମ୍ବରକୁ ମିଶାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ସୁବିଧା ୧୨ଟି ଭାଷାରେ ମିଳିବ। ଏହି ନମ୍ବର ଡାଏଲ କରିବାକୁ ସ୍ମାର୍ଟଫୋନ୍‌ ଜରୁରୀ ନୁହେଁ। ଯେକୌଣସି ଫୋନ୍‌ରୁ ୧୩୯ ଡାଏଲ କରିପାରିବେ ଯାତ୍ରୀ।  ୧୩୯କୁ ଏସଏମଏସ୍‌ କରି ମଧ୍ୟ ଟିକେଟ ଉପଲବ୍ଧତା, ଆରାଇଭାଲ ଟାଇମ ଆଦି ଜାଣିହେବ।

୧୩୯ରେ କଲ ପରେ କଣ କରିବେ ?

-ସୁରକ୍ଷା ଏବଂ ମେଡିକାଲ ହେଲ୍ପ ପାଇଁ ୧ ଦବାଇବେ

- କୌଣସି ପ୍ରକାର ସୂଚନା ପାଇଁ ୨

- ସାମାନ୍ୟ ଅଭିଯୋଗ ପାଇଁ ୪

- ଭିଜିଲାନ୍ସ ସମ୍ବନ୍ଧରେ ଅଭିଯୋଗ ପାଇଁ ୫

- ପାର୍ସଲ ଏବଂ ଗୁଡ୍‌ସ ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ୬

- ଆଇଆରସିଟିସି ଟ୍ରେନ୍‌ ସମ୍ବନ୍ଧୀୟ ସୂଚନା ପାଇଁ ୭

- ଅଭିଯୋଗ ଷ୍ଟାଟସ୍‌ ଜାଣିବାକୁ ୯ ଦବାଇବାକୁ ପଡ଼ିବ

- କଲ୍‌ ସେଣ୍ଟର କର୍ମଚାରୀଙ୍କ ସହ କଥା ହେବାକୁ (*) ଡାଏଲ କରିବାକୁ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.