RTIରେ ଖୁଲାସା, ମାସରେ କେବଳ ଥରୁଟିଏ ସଫା କରାଯାଏ ଟ୍ରେନରେ ମିଳୁଥିବା କମ୍ବଳ
5/03/2020 at 2:59 PM

ନୂଆଦିଲ୍ଲୀ ୦୫।୦୩- ଟ୍ରେନର ବାତାନୁକୂଳ ବଗିରେ ଯାତ୍ରା ସମୟରେ ମିଳୁଥିବା କମ୍ବଳକୁ ଆପଣ କେବେ ନା କେବେ ନିଶ୍ଚୟ ବ୍ୟବହାର କରିଥିବେ। ଏବେ ଏମିତି ଏକ ଖୁଲାସା ହୋଇଛି ଯାହା ଜାଣିଲେ ଆପଣ ଚକିତ ହୋଇଯିବେ। ଟ୍ରେନରେ ଯାତ୍ରା ସମୟରେ ମିଳୁଥିବା କଳା ରଙ୍ଗର ଏହି ମୋଟା କମ୍ବଳକୁ ମାସକରେ ଥରୁଟିଏ ମାତ୍ର ସଫା କରାଯାଏ। ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏବଂ ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସ ପରି ଟ୍ରେନରେ ମଧ୍ୟ ସେହି ସମଦଶା। ଏହି ଟ୍ରେନ ମୁମ୍ଵାଇ ଓ ଦିଲ୍ଲୀ ମଧ୍ୟରେ ନିୟମିତ ଯାତ୍ରା କରିଥାଏ। ଅର୍ଥାତ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ, ଏହି ଟ୍ରେନଗୁଡିକର ବାତାନୁକୂଳ କୋଚରେ ମିଳୁଥିବା କମ୍ଵଳ ପ୍ରାୟ ୮୩ ହଜାର କିମି ଯାତ୍ରା ଏବଂ ହଜାର ହଜାର ଯାତ୍ରୀ ବ୍ୟବହାର କରିବା ପରେ ଯାଇ ସଫା କରାଯାଏ।
ଏହି ସୂଚନା ଏକ ଆରଟିଆଇ ଉତ୍ତରରେ ରେଲଓ୍ଵେ ପକ୍ଷରୁ ଦିଆଯାଇଛି। ୬୪ ବର୍ଷୀୟ ଜତିନ ଦେଶାଇ ରେଲଓ୍ଵେଠୁ ଏହି ସୂଚନା ଆରଟିଆଇ ଜରିଆରେ ମାଗିଥିଲେ। ଆଶ୍ଵସ୍ତିକର କଥା ଏହା ଯେ, ଯାତ୍ରାରେ କମ୍ବଳ ସହିତ ମିଳୁଥିବା ବେଡରୋଲ୍ ଓ ତକିଆର ଖୋଳ ପ୍ରତିଦିନ ଧୋଆ ଯାଏ। ପ୍ରତ୍ୟେକ ଥର ଯାତ୍ରୀଙ୍କୁ ସଫା ବେଡରୋଲ୍ ଓ ତକିଆ ଦିଆଯାଏ। ଦେଶାଇଙ୍କ ଅନୁଯାୟୀ, ମୁଁ ଅଧିକାଂଶ ସମୟରେ ଟ୍ରେନରେ ଯାତ୍ରା କରିଥାଏ। ଥରେ ଟ୍ରେନରେ ମୋତେ ଫଟା ଏବଂ ମଇଳା କମ୍ବଳ ଦିଆଯାଇଥିଲା। ଏଥିରୁ ମୁଁ ଜାଣିବାକୁ ପାଇଲି ଯେ, ଟ୍ରେନରେ ଦିଆଯାଉଥିବା କମ୍ବଳ ନିୟମିତ ସଫା କରାଯାଏ ନାହିଁ। ଏହି ଅବସ୍ଥା ପୁଣି ଆମ ଦେଶର ପ୍ରମୁଖ ଟ୍ରେନ ଗୁଡିକରେ ଦେଖିବାକୁ ମିଳିଛି। ତେଣୁ ଜାଣିବାକୁ ଚାହୁଁଥିଲି ଯେ, ଏହି କମ୍ବଳଗୁଡିକୁ କେତେ ସମୟ ବ୍ୟବଧାନରେ ଧୋଆ ଯାଏ। ଏଥିପାଇଁ ମୁଁ ଆରଟିଆଇ ଜରିଆରେ ତଥ୍ୟ ମଗାଇଥିଲି।
ପୂର୍ବେ ଦୁଇ ମାସରେ ଥରୁଟିଏ କମ୍ବଳ ଧୋଆଯାଏ !
ଦେଶାଇଙ୍କ ଆଇଟିଆଇର ଉତ୍ତରରେ ତାଙ୍କୁ ସୂଚନା ମିଳିଛି ଯେ, କମ୍ବଳଗୁଡିକୁ ମାସରେ ଥରୁଟିଏ ଧୋଆ ଯାଏ। କାରଣ ଏହାକୁ ପ୍ରତ୍ୟେକ ଦିନ ଧୋଇବା ସମ୍ଭବ ନୁହଁ। ସମୟ ଅନୁସାରେ ଏହି କମ୍ବଳଗୁଡିକୁ ମରିଟିୟଲରେ ପରିଣତ କରାଯାଏ, ଯଦ୍ଵାରା ଏହାକୁ ଅଧିକ ନଧୋଇ ମଧ୍ୟ ଅଧିକ ସମୟ ବ୍ୟବହାର କରାଯାଇ ପାରିବ।