ରେଳବାଇରେ ଲାଗୁ ହେଲା ’ନୋ ବିଲ୍ ନୋ ପେମେଣ୍ଟ ’ନୀତି, ବିନା ବିଲରେ ଏବେ ଟ୍ରେନରେ ସବୁ ମାଗଣା
19/07/2019 at 4:51 PM

ନୂଆଦିଲ୍ଲୀ : ଭାରତୀୟ ରେଳ ସାରା ଦେଶରେ ’ନୋ ବିଲ୍ ନୋ ପେମେଣ୍ଟ ’ନୀତି ଲାଗୁ କରିଛନ୍ତି। ଫଳରେ ଟ୍ରେନ ହେଉ ବା ପ୍ଲାଟଫର୍ମରେ ମିଳୁଥିବା ଖାଦ୍ୟପଦାର୍ଥ, ପାନୀୟ, ପାଣିବୋତଲ, ବହି ଓ ଫଳ ଆଦି ପାଇଁ ଯାତ୍ରୀଙ୍କୁ ବିକ୍ରେତା ପଇସା ନେଇ ବିଲ୍ ଦେବେ। ତେବେ ଯେଉଁମାନେ ବିଲ ଦେବେ ନାହିଁ ସେମାନଙ୍କୁ ଯାତ୍ରୀଙ୍କୁ ସେବା ନିମନ୍ତେ ଟଙ୍କା ଦେବାକୁ ପଡିବ ନାହିଁ। ଗୁରୁବାର ସାରା ଦେଶରେ ଟ୍ରେନ ଓ ଷ୍ଟେସନମାନଙ୍କରେ ଏହି ନୂଆ ନିୟମ ଲାଗୁ ହୋଇଛି।

ଇଣ୍ଡିଆନ ରେଲକୁ ଦେଶର ଲାଇଫଲାଇନ କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଦୈନିକ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି। ଏଣୁ ଷ୍ଟେସନ, ପ୍ଲାଟଫର୍ମ ସମେତ ରେଳବାଇର ସ୍ୱଚ୍ଛତା ପ୍ରତି କେନ୍ଦ୍ର ସରକାର ଏବେ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ଭାରତୀୟ ରେଳ ଅନେକ ସଂସ୍କାର ପ୍ରକ୍ରିୟା ହାତକୁ ନେଇଛନ୍ତି। ଏଥିରେ ଷ୍ଟେସନରେ ବେପାର କରୁଥିବା ଲୋକଙ୍କ ଉପରେ କଟକଣା ଜାରି କରିବା ଲାଗି ପ୍ରଥମେ ପଦକ୍ଷେପ ନିଆଯାଇଛି। ଏଥିରେ ଯାତ୍ରୀଙ୍କୁ ଯାତ୍ରା କାଳରେ ଉଚିତ ଦାମରେ ସମଗ୍ରୀ ମିଳିବା ସହିତ ଅପମିଶ୍ରଣ, ଠକେଇ ଆଦିକୁ ମଧ୍ୟ ରୋକା ଯାଇପାରିବ।
रेलवे द्वारा No Bill, No Payment की नीति अपनाते हुए विक्रेताओं द्वारा ग्राहकों को बिल देना अनिवार्य किया गया है।
— Piyush Goyal (@PiyushGoyal) July 18, 2019
ट्रेन अथवा रेलवे प्लेटफार्म पर यदि कोई विक्रेता आपको बिल देने से इंकार करता है तो आप को उसे पैसे देने की आवश्यकता नही है। pic.twitter.com/qxcnnjtemb
ରେଳବାଇଙ୍କ ନୂଆ ନୀତି ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୟୁଟର ହ୍ୟାଣ୍ଡେଲରେ ଏକ ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି। ଏଥିରେ ଯାତ୍ରୀଙ୍କୁ ଷ୍ଟେସନରେ ସେମାନେ କିଣୁଥିବା ସାମଗ୍ରୀ ନିମନ୍ତେ ଭେଣ୍ଡରଙ୍କ ଠାରୁ ବିଲ ମାଗିବାକୁ ପରାମର୍ଶ ଦେଇଥିବା ବେଳେ ଯେଉଁ ବିକ୍ରେତା ବିଲ ଦେବେ ନାହିଁ ତାଙ୍କୁକ୍ରୟ ସାମଗ୍ରୀର ମୂଲ୍ୟ ନ ଦେବାକୁ କହିଛନ୍ତି । ଷ୍ଟେସନମାନଙ୍କରେ ଭେଣ୍ଡରଙ୍କୁ ନେଇ ଅନେକବାର ଯାତ୍ରୀ ଅସନ୍ତୋଷ ଉପୁଜିଛି। ବିଶେଷ କରି ପାଣି ବୋତଲକୁ ସେମାନେ ବେଶ୍ ଉଚ୍ଚ ଦରରେ ବିକ୍ରି କରୁଥିବାର ଅନେକ ଥର ଅଭିଯୋଗ ହେଲାଣି। ହେଲେ ଏବେ ରେଳବାଇଙ୍କ ନୂଆ ନିୟମ ପରେ କେହି ଯାତ୍ରୀଙ୍କୁ ଉଚ୍ଚ ମୂଲ୍ୟରେ ପାଣି ହେଉ କି ଚା ବା ଖାଦ୍ୟ ସାମଗ୍ରୀ ବିକ୍ରୟ କରିପାରିବେ ନାହିଁ।