ଆଜି ପର୍ଯ୍ୟନ୍ତ କୌଣସି ଦେଶ କରିପାରିନାହାନ୍ତି ଏପରି କାମ, ନୂଆ ଇତିହାସ ରଚିବ ଭାରତୀୟ ରେଳ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୬।୭:  ଭାରତର ରେଳ ଧାରଣାରେ ଏବେ ଦୌଡିବ ସୌରଶକ୍ତି ଚାଳିତ ଟ୍ରେନ୍‌। ଏଥିପାଇଁ ଭାରତୀୟ ରେଳ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ସରିଛି। ଏଥିଲାଗି ମଧ୍ୟପ୍ରଦେଶ ବିନାରେ ଏକ ସୌର ସକ୍ତି ପ୍ଲାଣ୍ଟ ସ୍ଥାପିତ ହୋଇଥିବାରୁ ବେଳେ ଏଥିରୁ ୧.୭ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇପାରୁଛି। ଉତ୍ପାଦିତ ସୌର ଶକ୍ତିକୁ ରେଳବାଇ ଟ୍ରେନ୍‌ ଚଳାଇବାରେ ଉପଯୋଗ କରିବେ ବୋଲି ଜଣାପଡିଛି। ଫଳରେ ଅକ୍ଷୟ ଶକ୍ତି ଉପଯୋଗ କରି ଟ୍ରେନ ଚଳାଇବାରେ ଭାରତ ହେବ ବିଶ୍ୱରେ ପ୍ରଥମ ଦେଶ।

{"id":296867,"sizeSlug":"large"}

ସୌର ଶକ୍ତିରେ ଟ୍ରେନ ଚଳାଚଳ ଲାଗି ଭାରତୀୟ ରେଳଙ୍କର ଏହା ପାଇଲଟ୍ ପ୍ରେଜେକ୍ଟ। ଏହି ରେଳର ସଫଳତା ଆଧାରରେ ଆଗକୁ ଅଧିକରୁ ଅଧିକ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନା ସହ ସାରା ଦେଶର ରେଳ ଚଳାଚଳ ବ୍ୟବସ୍ଥାକୁ ଅକ୍ଷୟଶକ୍ତିରେ ରୂପାନ୍ତରିତ କରାଯିବ। ଏହି ପାୱାର ପ୍ଲାଣ୍ଟ ୨୫ ହଜାର ଭୋଲ୍ଟର ବିଦ୍ୟୁତ ଉତ୍ପାଦନ କରିପାରିବ। ଯାହାକୁ ସୋଲାର ପାୱାର ଷ୍ଟେସନରୁ ସିଧା ଟ୍ରେନ୍‌ ଓଭର ହେଡ୍‌କୁ ଟ୍ରାନ୍ସଫର କରାଯିବ।

{"id":296868,"sizeSlug":"large"}

ରେଳବାଇଙ୍କ ଅବୟ୍ବହୃତ ଜମି ଉପଯୋଗ କରି ମଧ୍ୟପ୍ରଦେଶ ବିନାରେ ରେଳବାଇ ଏହି ସୋଲାର ପ୍ଲାଣ୍ଟ ସ୍ଥାପନା କରିଥିବା ବେଳେ ଏଥିରେ ରେଳବାଇଙ୍କୁ ଭେଲ ବୈଷୟିକ ସହାୟତା କରିଛନ୍ତି। ଏହି ଶକ୍ତି ପ୍ରକଳ୍ପରୁ ୧.୭ ମେଗାୱାଟ୍ ବିଦ୍ୟୁତ ଉତ୍ପାଦିତ ହେଉଛି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ଟ୍ରେନ୍‌ ଚଳାଇବା ଲାଗି ଶକ୍ତି ଆବଶ୍ୟକତା ପୂରଣ ନିମନ୍ତେ କେଉଁଠି ହେଲେ ଏପରି ପାୱାର ପ୍ଲାଣ୍ଟ ସ୍ଥାପିତ ହୋଇ ନାହିଁ।

{"id":296869,"width":582,"height":333,"sizeSlug":"large"}

ଏପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ରେଳବାଇ କେବଳ ଷ୍ଟେସନ, ପ୍ଲାଟଫର୍ମ, କାର୍ଯ୍ୟାଳୟ ଓ ଆବାସୀୟ କଲୋନୀ ବିଦ୍ୟୁତକରଣ ଲାଗି ସୌର ଶକ୍ତିର ବ୍ୟବହାର କରିଛନ୍ତି। ହେଲେ କେଉଁଠାରେ ବି ଟ୍ରେନ୍ ଚଳାଯାଇ ନାହିଁ। ପାୱାର ପ୍ରଜେକ୍ଟ ବାଦେ ଭାରତୀୟ ରେଲୱେ ରେଳ ବଗିମାନଙ୍କ ଉପରେ ମଧ୍ୟ ସୋଲାର ପାନେଲ ସ୍ଥାପନା କରିଛନ୍ତି। ଏଥିରୁ ଉତ୍ପାଦିତ ବିଦ୍ୟୁତ ବଗିର ବିଜୁଳି ଆବଶ୍ୟକତା ପୂରଣ କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.