ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପ୍ରସ୍ତୁତ କରିଛି ପୋଷ୍ଟ୍ କୋଭିଡ୍ କୋଚ୍ : ପ୍ରଥମଥର ପାଇଁ ଯାତ୍ରୀଙ୍କୁ ମିଳିବ ଏହିସବୁ ସୁବିଧା

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯/୦୭ : ଭାରତୀୟ ରେଳବାଇ କରୋନା କାଳରେ ଯାତ୍ରୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ପୋଷ୍ଟ୍ କୋଭିଡ୍ କୋଚ୍ ପ୍ରସ୍ତୁତ କରିଛି | କପୂରଥଲା ରେଳ କାରଖାନାରେ ଏହି କୋଚ୍ ପ୍ରସ୍ତୁତ କରାଯାଇଛି | ପୋଷ୍ଟ କୋଭିଡ୍ କୋଚରେ କପର୍ କୋଟେଡ଼୍ ହ୍ୟାଣ୍ଡଲ୍, ପ୍ଲାଜମା ଏୟାର୍ ପ୍ୟୁରିଫାୟାର୍, ଟାଇଟେନିୟମ୍ ହାର୍ଡ ଅକ୍ସାଇ୍ଡ କୋଟିଂଗ୍ ସିଟ୍ ସହ ଗୋଡରେ ସଞ୍ଚାଳିତ ହେଉଥିବା ବିଭିନ୍ନ ସୁବିଧା ଦିଆଯାଇଛି | ଏହି କୋଚରେ କଣ କଣ ବିଶେଷତ୍ୱ ରହିଛି ଜାଣନ୍ତୁ

{"id":302507,"width":579,"height":385,"sizeSlug":"large"}

କପୂରଥଲା ରେଳ କାରଖାନାରେ କରୋନାରୁ ରକ୍ଷା ପାଇଁ ଅତ୍ୟାଧୁନିକ କୋଚ୍ ଡିଜାଇନ୍ କରାଯାଇଛି | ହାତ ନ ଲଗାଇ ପାଣି ଓ ସାବୁନ ବ୍ୟବହାର ସୁବିଧା ଉପଲବ୍ଧ ରହିଛି | ଏହିସବୁ ସୁବିଧା ଗୋଡ ଦ୍ୱାରା ସଞ୍ଚାଳିତ ହୋଇପାରିବ | ଏହାଛଡା କପର କୋଟେଡ଼ ହ୍ୟାଣ୍ଡଲ୍, ପ୍ଲାଜମା ଏୟାର୍ ପ୍ୟୁରିଫାୟାର୍, ଟାଇଟେନିୟମ୍ ହାର୍ଡ ଅକ୍ସାଇଡ୍ କୋଟିଂଗ୍ ସିଟ୍ ବ୍ୟବହାର କରାଯାଇଛି |

{"id":302508,"sizeSlug":"large"}

ଯେପରି ହାତର ବ୍ୟବହାର କମ ହେବ, କୌଣସି ଜିନିଷରେ ହାତ ଲଗାଇବାକୁ ନ ପଡିବ ତାକୁ ଦୃଷ୍ଟିରେ ରଖି ନୂଆ ଡିଜାଇନ ବ୍ୟବହାର କରାଯାଇଛି | ଗୋଡ ସାହାଯ୍ୟରେ ଅନେକ ବସ୍ତୁ ବ୍ୟବହାର କରାଯାଇପାରେ | ୱାଶ୍ ବେସିନ୍ କୁ ମଧ୍ୟ ଗୋଡ ଦ୍ୱାରା ସଞ୍ଚାଳିତ କରାଯାଇପାରିବ | ରେଲୱେ ନୂଆ କୋଚରେ ୱାଶ୍ ରୁମରେ ଟଏଲେଟ୍ ପାଖରେ ଯେଉଁ ଫ୍ଲସ୍ ଲଗାଯାଇଛି ତାହା ମଧ୍ୟ ଗୋଡ ଦ୍ୱାରା ସଞ୍ଚାଳିତ | ଏହାସହ ଟଏଲେଟରେ ପ୍ରବେଶ କରିବା ପାଇଁ କିମ୍ବା ବାହାରକୁ ବାହାରିବା ପାଇଁ କବାଟକୁ ହାତ ନ ଲଗାଇ ଗୋଡ ସାହାଯ୍ୟରେ ମଧ୍ୟ ଖୋଲି ପାରିବେ |

{"id":302509,"sizeSlug":"large"}

ନୂଆ କୋଚରେ ଗେଟର ହ୍ୟାଣ୍ଡଲ୍ ତମ୍ବା ପାଣି ଦେଇ ତିଆରି କରାଯାଇଛି ଯେପରିକି ବ୍ୟାକ୍ଟେରିଆ ଓ ଭାଇରସରୁ ରକ୍ଷା ହୋଇପାରିବ | ଯେକୌଣସି ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ତମ୍ବାର ମହତ୍ଵପୁର୍ଣ ଭୂମିକା ରହିଛି | କୋଚରେ ପ୍ଲାଜମା ଏୟାର୍ ପ୍ୟୁରିଫାୟାର୍ ବନ୍ଦୋବସ୍ତ କରାଯାଇଛି ଯେପରିକି ଯାତ୍ରୀଙ୍କୁ ତାଜା ପବନ ମିଳିବ ଏବଂ ପ୍ଲାଜମା ଜରିଆରେ କୋଚ୍ ଲଗାତାର ସାନିଟାଇଜ ମଧ୍ୟ ହେବ | ଏହାଛଡା କୋଚରେ ଟାଇଟେନିୟମ୍ ହାର୍ଡ ଅକ୍ସାଇଡ୍ କୋଟିଂଗ୍ ରହିଛି | ଯାତ୍ରୀଙ୍କୁ ଭାଇରସରୁ ସୁରକ୍ଷିତ ରଖିବା ପାଇଁ କବାଟ, ହ୍ୟାଣ୍ଡଲ୍, ଟଏଲେଟ ସିଟ୍, କାଚ ଝରକା, କପ୍ ହୋଲ୍ଡର୍ ଆଦି ଟାଇଟେନିୟମ୍ ହାର୍ଡ ଅକ୍ସାଇଡ୍ କୋଟିଂଗରେ ତିଆରି କରାଯାଇଛି | ଟାଇଟେନିୟମ୍ ହାର୍ଡ ଅକ୍ସାଇଡ୍ କୋଟିଂଗ୍ ଭାଇରସ୍ କିମ୍ବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ଏବଂ ଏୟାର୍ କ୍ୱାଲିଟିକୁ ସୁସ୍ଥ କରିଥାଏ |

{"id":302510,"sizeSlug":"large"}

ରେଲୱେ ଅନୁଯାୟୀ, ଏହିଭଳି ପୋଷ୍ଟ କୋଭିଡ କୋଚ୍ ତିଆରି ପାଇଁ ପାଖାପାଖି ୬-୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ | ରେଲୱେ ଯୋଜନା ଅନୁଯାୟୀ ରେଳ କୋଚରେ ଏହିଭଳି ବଡ ସ୍ଥରରେ ପରିବର୍ତ୍ତନ କରାଯିବ | ଏହି ପରିବର୍ତ୍ତନ ସହ ନୂଆ କିସମର ରେଳ କୋଚ ମଧ୍ୟ ତିଆରି ହେଉଛି ଯାହାଦ୍ୱାରା କରୋନା ସଙ୍କଟ ପରେ ମଧ୍ୟ ଯାତ୍ରୀ ସୁରକ୍ଷିତ ରହିବେ ଏବଂ ସଂକ୍ରମଣରୁ ବଞ୍ଚିତ ରହିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.