ନୂଆଦିଲ୍ଲୀ ୨୮/୧୦: ସରକାରୀ ଚାକିରୀ କରିବା ଆଶାରେ ଆଜିର ଯୁବପୀଢ଼ି ଠକାମୀରେ ଶିକାର ହେଉଥିବା ଦେଖିବାକୁ ମିଳିଛି। କରୋନା କାଳରେ ଲୋକଙ୍କ ଚାକିରୀ ଯାଉଥିବା ବେଳେ ସରକାରୀ ଚାକିରୀ କରିବା ଲୋଭରେ ଫସୁଛନ୍ତି। ବିଭିନ୍ନ ଠକ ସଂସ୍ଥା କରୋନା କାଳରେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ବିଶେଷ କରି ରେଲ୍ଓ୍ବେରେ ଚାକିରୀ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି। ଏଭଳି ଠକାମୀର ଶିକାର ହେଉଛନ୍ତି ଯୁବପୀଢ଼ି। ଏନେଇ ରେଳ ମନ୍ତ୍ରାଳୟ ଆଲର୍ଟ କରିଛି।
wp:core-embed/twitter {"url":"https://twitter.com/RailMinIndia/status/1321344365835423745","type":"rich","providerNameSlug":"twitter","className":""} /wp:core-embed/twitterରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରି ଯୁବପୀଢ଼ିଙ୍କୁ ଆଲର୍ଟ କରାଯାଇଛି। ଏହାସହ ଚାକିରୀ ନାଁରେ ଠକୁଥିବା ଲୋକଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। କୌଣସି ବ୍ୟକ୍ତି ଠକାମୀରେ ଶିକାର ହେଲେ କିମ୍ବା ଠକ ସଂସ୍ଥା ସମ୍ପର୍କରେ ଅଭିଯୋଗ କରିବାକୁ ହେଲେ ୧୮୨ରେ କଲ କରିପାରିବେ। ତେବେ ରେଲ୍ଓ୍ବେରେ ଭର୍ତ୍ତି ନେଇ ସମସ୍ତ ପ୍ରକାର ତଥ୍ୟ ଅଫିସିଆଲ୍ ଓ୍ବେବସାଇଟ୍ରେ ପାଇପାରିବେ ବୋଲି ଟ୍ବିଟ୍ରେ ଦର୍ଶାଯାଇଛି।
wp:core-embed/twitter {"url":"https://twitter.com/PIBFactCheck/status/1292412780524367872","type":"rich","providerNameSlug":"twitter","className":""} /wp:core-embed/twitterପୂର୍ବରୁ ଅଗଷ୍ଟ ମାସରେ ପିଆଇବି ଫ୍ୟାକ୍ଟ ଚେକ୍ ଅଫିସିଆଲ୍ ଟ୍ବିଟ୍ର ହ୍ୟାଣ୍ଡେଲ ମଧ୍ୟ ମିଥ୍ୟା ରେଳ ଚାକିରୀ ବିଜ୍ଞାପନ ସମ୍ପର୍କରେ ସତର୍କ କରାଇଥିଲା। ଏହି ବିଜ୍ଞାପନ ଖବରକାଗଜରେ ପ୍ରକାଶିତ ହୋଇଥିବା ନେଇ ଭାଇରାଲ୍ ହେଉଥିଲା। କିନ୍ତୁ ଏହାକୁ ରେଳ ବିଭାଗ ପ୍ରକାଶ କରିନଥିବା ଟ୍ବିଟ୍ରେ ପିଆଇବି ପକ୍ଷରୁ କୁହାଯାଇଥିଲା।