ଲକ୍‌ଡାଉନ୍‌ ଶେଷ ହେବା ପରେ ରେଲଓ୍ଵେର ପ୍ଲାନ: କେବଳ ଚାଲିବ ସ୍ଲିପର ଟ୍ରେନ, ଭଡା ଲାଗିବ ଅଧିକ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: କରୋନା ଭାଇରସ୍‌ ଭାରତ ସମେତ ପୂରା ଦୁନିଆରେ ତାଣ୍ଡବଲୀଳା ମଚାଇଛି। ମୋଦୀ ସରକାର ଏହି ମାରାତ୍ମକ ଭାଇରସ୍‌ ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପୀ  ଲକ୍‌ଡାଉନ୍‌ କରିଛନ୍ତି। ଏହି କାରଣରୁ ଟ୍ରେନ, ମେଟ୍ରୋ, ବିମାନ ଓ ସାର୍ବଜନୀନ ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି। ଲକ୍‌ଡାଉନ୍ ମେ ୩ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ ରେଲଓ୍ଵେ ଲକ୍‌ଡାଉନ୍‌ ପରେ କିଛି ସ୍ଵତନ୍ତ୍ର ଟ୍ରେନ ଚଳାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ସୂତ୍ର ମୁତାବକ ଲକ୍‌ଡାଉନ୍‌ ଶେଷ ହେବା ପରେ ପ୍ରାରମ୍ଭରେ କିଛି ସ୍ଵତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ପ୍ରସ୍ତାବ ରହିଛି। ଏହି ଟ୍ରେନ ସବୁ ଗ୍ରୀନ ଜୋନରେ ଯାତ୍ରା କରିବ। ଏହା ସହିତ କେବଳ ଜରୁରୀକାଳୀନରେ  ହିଁ ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ। ମାତ୍ର କଣ୍ଟେନମେଣ୍ଟ ଜୋନ ଏବଂ ହଟ୍‌ସ୍ପଟ୍‌ ଅଞ୍ଚଳରେ କୌଣସି ଟ୍ରେନ୍ ଯାତ୍ରା କରିବ ନାହିଁ।

{"id":259465,"sizeSlug":"large"}

ଏହି ସ୍ଵତନ୍ତ୍ର ଟ୍ରେନର ଭଡା ମଧ୍ୟ ଅଧିକ ରହିବ। ଯଦ୍ଵାରା ଲୋକେ କେବଳ ଜରୁରୀକାଳୀନ ଯାତ୍ରା କରିବେ। ଏହା ପୂର୍ବରୁ ରେଲଓ୍ଵେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଛାତ୍ର ସମେତ ଅନ୍ୟଙ୍କୁ ଭଡାରେ ମିଳୁଥିବା ରିଲିଫକୁ ବନ୍ଦ କରି ଦେଇଛି। ରେଲଓ୍ଵେର ପ୍ରୟାସ ଏହା ରହିବ, ଯେ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂପୂର୍ଣ୍ଣ ଭାବେ ଶେଷ ନହୋଇଛି, ସେ ଯାଏ ଯେତେ କମ ହେବ ଲୋକେ ଯାତ୍ରା କରନ୍ତୁ।

ଏହାକୁ ଦୃଷ୍ଟିରେ ରଖି ରେଲଓ୍ଵେ କେବଳ ସ୍ଲିପର ଟ୍ରେନର ସଞ୍ଚାଳନ କରିବେ। ଏସି କୋଚ୍ ଓ ଜେନେରାଲ ଟ୍ରେନ ଚଳାଚଳ କରିବ ନାହିଁ। ଏହି ଟ୍ରେନରୁ ମିଡିଲ୍ ବର୍ଥକୁ ମଧ୍ୟ ହଟାଇ ଦିଆଯିବ। ଯେଉଁ  ଲୋକଙ୍କ ଟିକେଟ୍ କନଫର୍ମ ହେବ, ସେହି ମାନେ ଯାତ୍ରା କରି ପାରିବେ। ଟିକେଟ୍‌ କନଫର୍ମ ନହେଲେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ଯାତ୍ରା ସମୟରେ ସାମାଜିକ ଦୂରତ୍ଵର ପୂରା ଧ୍ୟାନ ରଖାଯିବ। ରେଲଓ୍ଵେ କରୋନା ଭାଇରସ୍‌ର ମୁକାବିଲା ପାଇଁ ପାଞ୍ଚ ହଜାର ଆଇସୋଲେସନ ଶଯ୍ୟା ପ୍ରସ୍ତୁତ କରିଛି।

{"sizeSlug":"large"}

ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ସମସ୍ତ ଯାତ୍ରୀବାହୀ ଟ୍ରେନର ସଞ୍ଚାଳନ ଠପ୍ ରହିବା ପରେ ବି ରେଲଓ୍ଵେ ଆବଶ୍ୟକ ବସ୍ତୁର ପରିବହନରୁ କୋଟି କୋଟି ଟଙ୍କା ଆୟ କରିଛି। ରେଲଓ୍ଵେ ସଂପ୍ରତି ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଚଳାଉଛି। ଯାହା ଫଳରେ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ପହଞ୍ଚି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.