Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ହିମାଳୟ ପାହାଡିଆ ଅଞ୍ଚଳରେ ଗର୍ଜୁଛି ରାଫେଲ, କରୁଛି ଖାସ୍‌ ଯୁଦ୍ଧ ପ୍ରସ୍ତୁତି, ଧରି ପାରିବନି ଚୀନ ରାଡାର

10/08/2020 at 3:49 PM

ନୂଆଦିଲ୍ଲୀ ୧୦।୦୮: ଭାରତୀୟ ଲଢୁଆ ବିମାନ ରାଫେଲ ଯୁଦ୍ଧର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସଂପ୍ରତି ଏହି ବିମାନ  ହିମାଚଳ ପ୍ରଦେଶର ବରଫାଚ୍ଛନ ଅଞ୍ଚଳରେ ରାତ୍ରି ସମୟରେ ଅଭ୍ୟାସ୍ ଜାରି ରଖିଛି। ପାହାଡ ମଝିରେ କଠିନ ପରିସ୍ଥିତିରେ ଏହି ଯୁଦ୍ଧାଭ୍ୟାସ୍ ପାକିସ୍ତାନ ଓ ଚୀନ ସହ ଲଢେଇ ବେଳେ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଯଦି ଲଦାଖ ସେକ୍ଟରରେ ଚୀନ ସଂଲଗ୍ନ ସୀମାରେ ସ୍ଥିତି ବିଗିଡେ ତେବେ ରାଫେଲ ନିଜର ମେଟେରୋ ଓ ସ୍କାଲ୍‌ପ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ରାଫେଲ ବିମାନ ଭାରତୀୟ ବାୟୁସେନାର ଗୋଲ୍‌ଡେନ ଏରୋଜ ସ୍କ୍ଵାଡ୍ରନକୁ ମିଳିଛି।

ହିମାଚଳ ପ୍ରଦେଶରେ ଉଡାଣ ଭରି ରାଫେଲ ବିମାନ ସଂପ୍ରତି ଏଲଏସିଠୁ ଦୂରତା ରଖି ଅଭ୍ୟାସ୍ ଜାରି ରଖିଛି। ଯଦ୍ଵାରା ଅକ୍ସାଇ ଚୀନରେ ମୁତୟନ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ରାଡାର ଏହାର ଫ୍ରିକ୍ଵେନସି ସିଗ୍ନେଚର୍ସକୁ ଠାବ କରି ପାରିବ ନାହିଁ। ସବୁଠୁ ଜଟିଳ ସ୍ଥିତିରେ ଚୀନ ଏହି ସିଗ୍ନେଚର୍ସର ୟୁଜ୍ କରି ଜେଟ୍‌ର ଜାମ କରିପାରେ। କିନ୍ତୁ ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ ଲଦାଖରେ ମଧ୍ୟ ପ୍ରଶିକ୍ଷଣ ପାଇଁ ରାଫେଲକୁ ଉପଯୋଗ କରାଯାଇପାରିବ। କାରଣ ଏଥିରେ ଏମିତି ସିଗ୍ନାଲ ପ୍ରୋସେସର୍ସ ଲାଗିଛି ଯାହା ଆବଶ୍ୟକସ୍ଥଳେ ସିଗ୍ନାଲ ଫ୍ରିକ୍ଵେନ୍ସି ବଦଳାଇ ପାରିବ। ଶତ୍ରୁ ପକ୍ଷର ରାଡାର ରାଫେଲର ଫ୍ରିକ୍ଵେନସି ସିଗ୍ନେଚର୍ସକୁ ଧରି ପାରିବ ନାହିଁ।

ଭାରତକୁ ଯେଉଁ ରାଫେଲ ଆସିଛି, ସେଥିରେ ମିଟର ବିୟଣ୍ଡ ଭିଜୁଆଲ ରେଞ୍ଜ ଏୟାର ଟୁ ଏୟାର ମିସାଇଲ, ମିକା ମଲ୍‌ଟି ମିଥନ ଏୟାର ଟୁ ଏୟାର ଏବଂ ସ୍କାଲ୍‌ପ ଡିପ୍-ଷ୍ଟ୍ରାଇକ୍‌ କ୍ରୁଜ୍ ମିସାଇଲ୍‌ ମଧ୍ୟ ସଜ୍ଜିତ ରହିଛି। ଏଥିରେ ଭାରତୀୟ ବାୟୁସେନାର ଯବାନଙ୍କୁ ଆକାଶ ଓ ଭୂପୃଷ୍ଠରେ ନିଶାଣକୁ ଲକ୍ଷ୍ୟଭେଦ କରି ଉଡାଇବାର ଜବରଦସ୍ତ କ୍ଷମତା ହାସଲ ହୋଇଛି। ଏହା ସଂପ୍ରତି ମଧ୍ୟମ ରେଞ୍ଜର ଆକାଶରୁ ଆକାଶକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ରଠୁ ତିନି ଗୁଣ ଅଧିକ ଶକ୍ତିଶାଳୀ ରହିଛି। ଏହି କ୍ଷେପଣାସ୍ତ୍ର ସିଷ୍ଟମ ସହିତ ଏକ ଖାସ୍ ରକେଟ୍ ମୋଟର ଲାଗିଛି ଯାହା ଏହାକୁ ୧୨୦ କିଲୋମିଟରର ରେଞ୍ଜ ପ୍ରଦାନ କରିଥାଏ।

   Related Posts