Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ତରୀକ୍ଷରେ ଭାରତର ବଡ଼ ବିଜୟ, ଦେଶର ପ୍ରଥମ ଘରୋଇ ରକେଟ୍ ଇଞ୍ଜିନ ‘ରମଣ’ର ପରୀକ୍ଷଣ ସଫଳ

13/08/2020 at 8:21 PM

ହାଇଦ୍ରାବାଦ ୧୩।୮:  ଭାରତୀୟ ଅନ୍ତରୀକ୍ଷ ଏଜେନ୍ସୀ (ଇସ୍ରୋ) ବ୍ୟତୀତ ଦେଶର ଘରୋଇ କ୍ଷେତ୍ର ମଧ୍ୟ ମହାକାଶ ଗବେଷଣାରେ ପ୍ରଗତି କରୁଛନ୍ତି। ଏହାର ଉଦାହରଣ ହେଉଛନ୍ତି ହାଇଦ୍ରାବାଦ ଷ୍ଟାର୍ଟଅପ୍ ‘ସ୍କାଏ ରୁଟ୍ ଏରୋସ୍ପେସ୍’। ଗୁରୁବାର ସ୍କାଏରୁଟ ଅପରଷ୍ଟେଜ୍ ରକେଟ୍ ଇଞ୍ଜିନଙ୍କୁ ହାଇଦ୍ରାବାଦରେ ପରୀକ୍ଷା କରିଥିବା ବେଳେ ଏହା ସଫଳ ହୋଇଛି।

ସଂସ୍ଥା ଏହି ରକେଟ୍ ଇଞ୍ଜିନର ନାମ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ସହ ଜଡିତ ପ୍ରଶିଦ୍ଧ ବୈଜ୍ଞାନିକଙ୍କ ନାମାନୁସାରେ ‘ ରମଣ’ ରଖିଛି। ସ୍କାଏରୁଟ୍ ଅନୁସାରେ ଏହି ରକେଟ୍ ଗୋଟିଏ ସମୟରେ ଅନେକ ଉପଗ୍ରହଙ୍କୁ ଅନ୍ତରୀକ୍ଷର ପୃଥକ ପୃଥକ କକ୍ଷପଥରେ ସ୍ଥାପିତ କରିପାରିବ। ସୂଚନା ଯୋଗ୍ୟଯେ ଇସ୍ରୋଙ୍କ ପୂର୍ବତନ ବୈଜ୍ଞାନିକଙ୍କ ଦ୍ୱାରା ଏହି ଷ୍ଟାର୍ଟଅପ୍ ସ୍ଥାପନା କରାଯାଇଛି। ଏହି ଷ୍ଟାର୍ଟଅପ୍ ଦେଶର ପ୍ରଥମ ଘରୋଇ ଅନ୍ତରୀକ୍ଷ ଯାନ ମଧ୍ୟ ନିର୍ମାଣ କରୁଛନ୍ତି।

ତେବେ ଅନ୍ତରୀକ୍ଷ ଯାନର ନିର୍ମାଣ ଶେଷ ହୋଇନଥିବାରୁ ଏ ନେଇ ଷ୍ଟାର୍ଟଅପ ଗୋପନୀୟତା ଅବଲମ୍ବନ କରୁଛନ୍ତି।   ସ୍କାଇରୁଟ ନିର୍ମାଣ କରିଥିବା ରକେଟ୍ ଇଞ୍ଜିନ ଏପର୍ଯ୍ୟନ୍ତ ଅଦ୍ୱିତୀୟ ବୋଲି ଷ୍ଟାର୍ଟଅପ ସଂସ୍ଥାପକ ପବନ କୁମାର ଚନ୍ଦାନା କହିଛନ୍ତି। ଏହି ଇଞ୍ଜିନକୁ ବାରମ୍ବାର ପ୍ରୟୋଗ ହୋଇପାରିବ। ଏଣୁ ମହାକାଶ କ୍ଷେତ୍ରରେ ଆଗକୁ ଦେଶରେ ସରକାରଙ୍କ ସହ ଘରୋଇ କ୍ଷେତ୍ରର ପ୍ରତିଯୋଗୀତା ଦେଖାଦେବ ବୋଲି ଗୁରୁବାରର ଏହି ପରୀକ୍ଷଣରୁ ସ୍ପଷ୍ଟ ହୋଇଯାଇଛି।

   Related Posts