ବଡ ଖବର !୨୭ ତାରିଖରେ ମୁହାଁମୁହିଁ ହେବେ ମୋଦି ଓ ଇମ୍ରାନ, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୭ ତାରିଖ ଦିନ ଆମେରିକାରେ ମୁହାଁମୁହିଁ ହେବେ ଭାରତ ଓ ପାକ୍ । ସେହି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିବେ। ଏଥିଲାଗି ମୋଦିଙ୍କ ୭ ଦିନିଆ ନ୍ୟୁୟର୍କ ଗସ୍ତ ଚୂଡାନ୍ତ ହୋଇଛି।  ଏହି ଗସ୍ତ ଅବସରରେ ପ୍ରଧାମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷୀକ ଓ ବହୁ ପକ୍ଷୀୟ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ୨୭ ତାରିଖ ଦିନ ଜାତିସଂଘର ବାର୍ଷିକ ଅଧିବେଶନରେ ସମ୍ବୋଧନ କରିବାକୁ ଚୂଡାନ୍ତ ହୋଇଥିବା ବକ୍ତାଙ୍କ ସୂଚୀରେ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟର କିଛି ସମୟ ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି।

{"id":155222,"width":579,"height":386}

ମିଳିତ ଜାତିସଂଘର ଏହାର ୭୪ତମ ଅଧିବେଶନ। ଏଥିଲାଗି ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୭ତାରିଖ ପୂର୍ବାହ୍ନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଜାତିସଂଘ ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଜାତିସଂଘ ବାର୍ଷିକ ଅଧିବେଶନର ବକ୍ତାମାନଙ୍କ ପ୍ରାରମ୍ଭିକ ସୂଚୀ ଅନୁସାରେ ପ୍ରାୟ ୧୧୨ ଜଣ ରାଷ୍ଟ୍ରପତି, ୪୮ ଜଣ ଶାସନାଧ୍ୟକ୍ଷ ଓ ୩୦ ଜଣ ବୈଦେଶିକ ମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଅଧିବେଶନର ସାଧାରଣ ଚର୍ଚ୍ଚା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

{"id":155223,"width":583,"height":437}

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମହାସଭାକୁ ସେପ୍ଟେମ୍ବର ୨୪ ତାରିଖ ଦିନ ସମ୍ବୋଧିତ କରିବେ। ଟ୍ରମ୍ଫ ଗତ ୨୦୧୭ ମସିହାରେ ପ୍ରଥମ ଥର ଜାତି ସଂଘକୁ ସମ୍ବୋଧିତ କରିଥିଲେ। ନ୍ୟୁୟର୍କ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମହାସଭା ଅଧିବେଶନ ବ୍ୟତୀତ ଅନ୍ୟ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ଆଲୋଚନାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ବିଲ ଏଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧତ କରିବାର କାର୍ଯ୍ୟକ୍ରମ ମଧ୍ୟ ଅଛି।  

{"id":155224,"width":581,"height":436}

ଏହା ବ୍ୟତୀତ ଜାତିସଂଘ ମୁଖ୍ୟାଳୟରେ ମୋଦି ସେପ୍ଟେମ୍ବର ୨୪ ତାରିଖ ଦିନ ଇକୋନମିକ ଏଣ୍ଡ ସୋସିଆଲ କାଉନସିଲ (ଇସିଓଏସଓସି) ଚାମ୍ବରରେ ‘ଲିଡରସିପ୍ ମ୍ୟାଟର୍ସ: ରିଲିଭେନ୍ସ ଅଫ ଗାନ୍ଧି ଇନ୍ କଣ୍ଟେମ୍ପ୍ରରି ୱାର୍ଲଡ’ ଶିର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜକ ହେବେ। ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ବାର୍ଷିକ ଉପଲକ୍ଷେ ଜାତି ସଂଘରେ ଭାରତ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.