Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ସୋସାଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଲୋକପ୍ରୀୟ ନେତା, ଜାଣନ୍ତୁ ଇଂଷ୍ଟାରେ ତାଙ୍କ ଫଲୋଅରଙ୍କ ସଂଖ୍ୟା କେତେ

13/10/2019 at 6:32 PM

ସୋସାଲ ମିଡିଆରେ ଲୋକଙ୍କ ସହ ମିସିବାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଜଣାସୁଣା। ଟ୍ୱିଟରରେ ମୋଦିଙ୍କୁ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ନିକଟରେ ୫୦ ମିଲିୟନରେ ପହଞ୍ଚିଥିଲା। ତେବେ କେବଳ ଟ୍ୱିଟର ନୁହେଁ ସୋସାଲ ମିଡିଆର ଫଟୋ ସେୟାରିଂ ସାଇଟ୍ ଇଂଷ୍ଚାରେ ବି ତାଙ୍କ ଅନୁଗାମୀଙ୍କ ସଂଖ୍ୟା କମ୍ ନୁହେଁ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ୩୦ ମିଲିୟନରେ ପହଞ୍ଚିସାରିଲାଣି। 

ଇଂଷ୍ଟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ୧୪.୯ ମିଲିୟନ ଫଲୋଅର ଥିବା ବେଳେ ତାଙ୍କ ପୂର୍ବରୁ ଦେଶର ରାଷ୍ଟ୍ରପତି ଥିବା ବାରାକ ଓବାମାଙ୍କ ଫଲୋଅରଙ୍କ ସଂଖ୍ୟା ୨୪.୮ ମିଲିୟନ। ବିଶ୍ୱରେ ବୈଷୟିକ ଜ୍ଞାନ କୌଶଳ ପ୍ରତି ଋଚି ରଖୁଥିବା ଲୋକପ୍ରୀୟ ନେତାଙ୍କ ସୂଚୀରେ ଏବେ ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ ପଛକୁ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଲୋକଙ୍କ ସହିତ ମିସିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆଗ୍ରହର ଏହା ଏକ ନମୁନା ବୋଲି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏକ ଟ୍ୱିଟ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ଟ୍ୱିଟରରେ ମୋଦିଙ୍କ ମୋଟ ଫଲୋଅରଙ୍କ ସଂଖ୍ୟା ଏବେ ୫୦.୭ ମିଲିୟନ ରହିଛି। ଯାହା ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ ଫଲୋଅରଙ୍କ ସଂଖ୍ୟା ଠାରୁ ମାତ୍ର ୧୫ ମିଲିୟନ ପଛରେ ରହିଛନ୍ତି। ତେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଏବେବି ଟ୍ୱିଟରରେ ୧୦୯ ମିଲିୟନ ଫଲୋଅରଙ୍କ ସହ ବିଶ୍ୱର ସର୍ବାଧିକ ଲୋକପ୍ରୀୟ ନେତା ହୋଇ ରହିଛନ୍ତି। ଗତବର୍ଷ ହୋଇଥିବା ଏକ ଅନ୍ତର୍ଜାତୀୟ ସୋସାଲ ମିଡିଆ ସର୍ଭେକ୍ଷଣ ଗଲପ ଇଣ୍ଟରନ୍ୟାସନାଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ତୃତୀୟ ସର୍ବାଧିକ ଲୋକପ୍ରୀୟ ଜନ ନାୟକ ଭାବେ ସ୍ଥାନିତ କରିଥିଲା।

ଏହି ସର୍ଭେରେ ମୋଦିଙ୍କ ପଛକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ତେରେସା ମେ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ ଆଦି ଥିଲେ। ତେବେ ଟପ ରାଙ୍କିଙ୍ଗ ସର୍ଭେରେ ଫରାସୀ ରାଷ୍ଟ୍ରପତିଙ୍କ ପରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମାର୍କେଲ ସ୍ଥାନିତ ହୋଇଥିଲେ।  

   Related Posts