ପ୍ରକାଶ ପାଇଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଜୀବନୀ : ୨୦ ଭାଷାରେ ପ୍ରକାଶିତ, ରହିଛି କିଛି ଜଣା-ଅଜଣା ତଥ୍ୟ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂଆ ଜୀବନୀ ରିଲିଜ ହୋଇଛି | ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଜି.ବାଲକ୍ରିଷ୍ଣନ ଏହି ରିଲିଜ କରିଛନ୍ତି | ମୋଦିଙ୍କ ଜୀବନି ଉପରେ ଆଧାରିତ ଏହି ବହିଟି ହେଲା - Narendra Modi - Harbinger of Prosperity & Apostle of World Peace.

ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକାଳର ୬ ବର୍ଷ ପୂରଣ ହେବା ଅବସରରେ ପ୍ରକାଶ ପାଇଛି | ଶୁକ୍ରବାର ଦିନ ଇଣ୍ଟରନେଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁସ୍ତକ ପ୍ରକାଶିତ ହୋଇଥିଲା |

ଏହି ପୁସ୍ତକ ଆନ୍ତର୍ଜାତୀୟ ପରିଷଦର ସଭାପତି ତଥା ଅଲ ଇଣ୍ଡିଆ ବାର ଆସୋସିଏସନର ଚେୟାରମ୍ୟାନ୍ ଅଗରୱାଲା ଏବଂ ଆମେରିକାର ଲେଖକ ତଥା କବି ଏଲିଜାବେଥ ହୋରାନଙ୍କ ସହ-ଲେଖା ହୋଇଛି |

{"id":279116,"sizeSlug":"large"}

ପୁସ୍ତକରେ ମୋଦିଙ୍କ ପିଲାଦିନର କିଛି ଫଟୋ ରହିଛି | ଏହାସହ ତାଙ୍କ ଜୀବନର କିଛି ମହତ୍ଵପୁର୍ଣ ମୁହୂର୍ତ୍ତ ଏବଂ ଚମତ୍କାର ବ୍ୟକ୍ତିତ୍ୱ ସମ୍ପର୍କରେ ଲେଖାଯାଇଛି | ତା'ଛଡା ଜଣେ ଚା ବିକାଳୀ ବାଳକରୁ ଆରମ୍ଭ କରି ରାଜନୀତିରେ ପାଦ ଦେବା ଯାଏଁ ତାଙ୍କର ଚଲାପଥ କିପରି ଥିଲା ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି | ଜଣେ ଚା' ବିକାଳୀରୁ ସେ କିଭଳି ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ ସମ୍ପର୍କରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି | ପୁସ୍ତକରେ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ କିଛି ଜଣା-ଅଜଣା ତଥ୍ୟ ମଧ୍ୟ ରହିଛି |

ପୁସ୍ତକ ଦୁଇଟି ଫର୍ମାଟରେ ଉପଲବ୍ଧ, ହାର୍ଡକଭର ଏବଂ ଇ-ବୁକ | ଏହାସହ ପୁସ୍ତକ ୨୦ଟି ଭାଷାରେ ପ୍ରକାଶ ପାଇଛି | ୧୦ଟି ବିଦେଶୀ ଭାଷା-ଇଂରାଜୀ, ଆରବିକ, ଡଚ, ଫ୍ରେଞ୍ଚ, ଜର୍ମାନ, ଇଟାଲିଆନ, ଜପନୀଜ, ମାଣ୍ଡାରିନ, ରଷିଆନ ଓ ସ୍ପାନିସ ଭାଷାରେ ପ୍ରକାଶ ପାଇଛି | ୧୦ଟି ଭାରତୀୟ ଭାଷାରେ ମଧ୍ୟ ପୁସ୍ତକ ପ୍ରକାଶ ପାଇଛି | ହିନ୍ଦୀ, ଆସାମୀ, ବଙ୍ଗାଳି, ଗୁଜରାଟୀ, କନ୍ନଡ଼ ମରାଠୀ, ପଂଜାବୀ, ତାମିଲ, ତେଲୁଗୁ ଓ ଉର୍ଦୁ ଭାଷାରେ ପୁସ୍ତକ ପ୍ରକାଶ ପାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.