କର୍ମଚାରୀଙ୍କ ଅବସର ଦିନ ଜାରି ହେବ ତାଙ୍କ ଫଟୋଚିତ୍ରର ଡାକଟିକେଟ୍

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯।୯:  ଏପର୍ଯ୍ୟନ୍ତ ରିଟାୟରମେଣ୍ଟ କହିଲେ ଲୋକେ ପେନସନ୍‌ ଓ ବାର୍ଦ୍ଧକ୍ୟ ସୁରକ୍ଷିତ କରିବା ଲାଗି ଆର୍ଥିକ ରୁପେ ନିଜକୁ ସୁଦୃଢ କରିବା କଥା ଭାବୁଥାଇ ପାରନ୍ତି। ହେଲେ ଏବେ ଅବସରକୁ ଆଉଟିକେ ରୋମାଞ୍ଚକ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ ଡାକ ବିଭାଗ। ଏଥିଲାଗି ‘ହ୍ୟାପି ରିଟାୟରମେଣ୍ଟ ମାଇଁ ଷ୍ଟାମ୍ପ’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଦିଲ୍ଲୀ ସରକାର ଯୋଜନାର ପ୍ରଥମ ପ୍ରାୟୋଜକ ହୋଇଥିବା ଜଣାପଡିଛି।

{"id":331989,"width":576,"height":302,"sizeSlug":"large"}

କାର୍ଯ୍ୟକ୍ରମ ଅନୁସାରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବେ ଅବସର ଗ୍ରହଣ କଲେ ତାଙ୍କ ରିଟାୟରମେଣ୍ଟ ଦିନ ସେ ଚାକିରୀକାଳରେ କରିଥିବା ସେବା ସମ୍ମାନରେ ଡାକଟିକେଟ୍ ଜାରି ହେବ। ଯେଉଁଥିରେ କର୍ମଚାରୀଙ୍କ ଫଟୋ ସମେତ ତାଙ୍କ ବିଭାଗ, ଦପ୍ତର ଓ ସହକର୍ମୀଙ୍କ ଫୋଟ ମଧ୍ୟ ଥିମରେ ରହିବ।   ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ସର୍କଲ ପୋଷ୍ଟମାଷ୍ଟର ଜେନେରାଲ ଅଖିଳେଶ କୁମାର ପାଣ୍ଡେୟ। ଏହା ଦ୍ୱାରା କର୍ମଚାରୀଙ୍କ ଚାକିରୀରେ ଯୋଗଦାନ ଦିନର ଉତ୍ସାହ ତାଙ୍କ ଅବସରରେ ମଧ୍ୟ ଅନୁଭବ କରିପାରିବେ ବୋଲି ସେ କହିଛନ୍ତି। ସେହିପରି ତାଙ୍କ ବିଭାଗ ଏହା ଦ୍ୱାରା କର୍ମଚାରୀଙ୍କ ରିଟାୟରମେଣ୍ଟକୁ ମଧ୍ୟ ସ୍ମରଣୀ କରିପାରିବେ।

{"id":331990,"width":577,"height":440,"sizeSlug":"large"}

ଏହି ଯୋଜନାରେ ଡାକ ବିଭାଗ ଏକ ସ୍ୱତନ୍ତ୍ର ପୋଷ୍ଟାଲ ଟିକେଟ୍‌ ପ୍ରସ୍ତୁତ କରିବେ। ଯେଉଁଥିରେ କର୍ମଚାରୀଙ୍କ ଥମ୍ବ ସାଇଜ୍‌ ଫଟୋ ସହ ତାଙ୍କ କାର୍ଯ୍ୟାଳୟ ଭବନ, ଦପ୍ତର କକ୍ଷ, କଳାକୃତି, ଐତିହାସିକ ସ୍ମାରକ, ପ୍ରଶିଦ୍ଧ ପର୍ଯ୍ୟଟନ ସ୍ଥଳ, ଐତିହାସିକ ସହର, ବନ୍ୟ ଜୀବନ ସହିତ ପଶୁ ଓ ପକ୍ଷୀଙ୍କ ଫଟୋ ମଧ୍ୟ ସ୍ଥାନିତ କରିବେ। ଯେପରି କର୍ମଚାରୀଙ୍କୁ ତାଙ୍କ ଅବସର ମଧ୍ୟ କର୍ମମୟ ଜୀବନ ପରି ରୋମାଞ୍ଚିତ କରିବ। ଡାକ ବିଭାଗର ଏପରି ସ୍ୱତନ୍ତ୍ର ଯୋଜନା ନିମନ୍ତେ କର୍ମଚାରୀଙ୍କ କାର୍ଯ୍ୟାଳୟ ଅଥବା ନିଜେ କର୍ମଚାରୀ ଡାକ ବିଭାଗଙ୍କ ସହ ଯୋଗାଯୋଗ କରି ନିଜ ଲାଗି ଡାକଟିକେଟ୍ ପ୍ରସ୍ତୁତ କରିପାରିବେ ବୋଲି ମହାଡାକପାଳ କହିଛନ୍ତି।

{"id":331991,"width":577,"height":428,"sizeSlug":"large"}

ଡାକଟିକେଟ୍ ଛାପିବାର ସର୍ବାଧିକାର ଡାକ ବିଭାଗଙ୍କ ଦ୍ୱାରା ସଂରକ୍ଷିତ। ଏଣୁ ଏବେ ଷ୍ଟାମ୍ପକୁ ଡାକ ବିଭାଗ କର୍ମଚାରୀଙ୍କ ସହ ତାଙ୍କ ବିଭାଗକୁ ଯୋଡିବା ଲାଗି ଓ ଅବସର ଦିବସକୁ ସ୍ମରଣୀୟ କରିବା ପାଇଁ ଡାକ ବିଭାଗ ଏକ ପ୍ରୟାସ କରିଥିବା ଦିଲ୍ଲୀ ସର୍କଲ ଡାକ ବିଭାଗର ସହାୟକ ଅଧିକ୍ଷକ ଅରବିନ୍ଦ କୁମାର କହିଛନ୍ତି। ଏହି ଯୋଜନାକୁ ହ୍ୟାପି ରିଟାୟରମେଣ୍ଟ ମାଇଁ ଷ୍ଟାମ୍ପ ନାମରେ ନାମିତ କରାଯାଇଥିବା ବେଳେ ଅଧିକାରୀକ ଅବସର ପାଇବାକୁ ଯାଉଥିବା କର୍ମଚାରୀଙ୍କ ପଟୋ ଓ ଥିମ ଷ୍ଟାମ୍ପ ଆକାରରେ ଛପାଯିବ। ଏହି ଯୋଜନା ଲାଗି ଦେୟ ମାତ୍ର ୩୦୦ ଟଙ୍କା ରହିଛି। ଯେଉଁଥିରେ କର୍ମଚାରୀଙ୍କୁ ତାଙ୍କ ଫଟୋ ଥିବା ୧୨ଟି ଡାକଟିକେଟ୍‌ ପ୍ରଦାନ କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.