Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଡାକ ବିଭାଗ ଦେଉଛନ୍ତି ଅପୂର୍ବ ସୁଯୋଗ, ମାତ୍ର ୫ ହଜାର ଟଙ୍କାରେ ଖୋଲନ୍ତୁ ପୋଷ୍ଟ ଅଫିସ୍, ମାସକୁ ପାଆନ୍ତୁ ୫୦ ହଜାରରୁ ଅଧିକ ଟଙ୍କା

19/07/2020 at 5:47 PM

ନୂଆଦିଲ୍ଲୀ ୧୯।୭: ଏକ ନିର୍ଦ୍ଧିଷ୍ଟ ଆୟୁ ପରେ ଅଧିକ ଆୟର ଆଶା ପ୍ରାୟ ସମସ୍ତଙ୍କର ରହିଛି। ଏଥିଲାଗି ଅନେକ ଲୋକ ଖୁବ୍ କମ୍‌ ବୟସରୁ ନିଜ ସ୍ୱପ୍ନ ପୁରା କରିବାକୁ ବାହାରି ପଡନ୍ତି ତ କେତେକ ସମୟ ଓ ସୁଯୋଗକୁ ଅପେକ୍ଷା କରି ରହନ୍ତି। ଏପରି ଲୋକଙ୍କ ଲାଗି ପୋଷ୍ଟ ଅଫିସ କାରବାର ନିଶ୍ଚିତ ରୂପେ ଆୟର ଏକ ପ୍ରକୃଷ୍ଠ ମାଧ୍ୟମ ହୋଇପାରେ। ମାତ୍ର ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ଲୋକେବି ଏପରି ବ୍ୟବସାୟ ସହ ନିଜକୁ ସମ୍ପୃକ୍ତ କରିପାରିବେ।

ପୋଷ୍ଟ ଅଫିସ ସହ ନିଜକୁ ସଂଯୁକ୍ତ କରି ମାସିକ ୫୦ ହଜାର ଟଙ୍କାରୁ ବି ଅଧିକ ଆୟ କରିବାର ଏହା ଅପୂର୍ବ ସୁଯୋଗ। ଏଥିପାଇଁ ଇଣ୍ଡିଆନ ପୋଷ୍ଟ ଫ୍ରାଞ୍ଚାଇଜି ସ୍କିମ୍‌ ଆଣିଛନ୍ତି। ଏହି ସ୍କିମରେ ଆପଣ ପୋଷ୍ଟ ଅଫିସ ସହ ମିସି କାରବାର କରିପାରିବେ। ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସସହ ମିସି ବ୍ୟବସାୟ ଆରମ୍ଭ କରିବାର ଉପାୟ ।

ଯଦି ଆପଣ ଫ୍ରାଞ୍ଚାଇଜି ନେବେ ତେବେ ମାସିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ। ଆପଣ ଗାଁ ହେଉ ବା ସହର କେଉଁଠାରେ ବି ଫ୍ରାଞ୍ଚାଇଜ ପୋଷ୍ଟ ଅଫିସ  ଖୋଲି ପାରିବେ। ଏଥିଲାଗି ଆପଣଙ୍କୁ କେବଳ ୫ ହଜାର ଟଙ୍କାର ସିକ୍ୟୁରିଟି ଜମା କରିବାକୁ ପଡିବ। ଯେଉଁ ବ୍ୟକ୍ତି ଫ୍ରାଞ୍ଚାଇଜି ନେବାକୁ ଆଗ୍ରହୀ ତାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଓ ସେ ଅନୁନ୍ୟ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ଦରକାର।  ଆପଣ ପୋଷ୍ଟ ଅଫିସ ଖୋଲିବା ପରେ ଆପଣଙ୍କ ଆୟର ଜରିଆ ଏଥିରୁ ମିଳିବାକୁ ଥିବା କମିଶନରୁ ପାଇବେ।

ଫ୍ରାଞ୍ଚାଇଜି ଡାକଘରେ ଆପଣ ରେଜିଷ୍ଟ୍ରେଡ୍ ଆର୍ଟିକ୍ଲ, ସ୍ପିଡ୍ ପୋଷ୍ଟ ଆର୍ଟିକ୍ଲ ବୁକିଂ, ମନି ଅର୍ଡର, ରେଜିଷ୍ଟ୍ରି, ପୋଷ୍ଟେଜ୍ ଷ୍ଟାମ୍ପ, ପୋଷ୍ଟାଲ ଷ୍ଟେସନାରୀ ଓ ମନିଅର୍ଡର ଫର୍ମ ବିକ୍ରୟ କରି ଆପଣ ଉତ୍ତମ କମିଶନ ପାଇପାରିବେ। ପୋଷ୍ଟ ଅଫିସ ଦୁଇ ପ୍ରକାରର ଫ୍ରାଞ୍ଚାଇଜି ଦେଉଛନ୍ତି। ଏଥିରେ ଗୋଟିଏ ଆଉଟଲେଟ୍ ଓ ଅନ୍ୟଟି ଏଜେଣ୍ଟସ୍ ଫ୍ରାଞ୍ଚାଇଜି। ଏଥିରୁ ଆପଣ ଯେକୌଣସି ଗୋଟିଏ ନେଇ ପାରନ୍ତି। ସୂଚନା ଯୋଗ୍ୟ ଯେ ଦେଶରେ ଏପରି ଅନେକ ସ୍ଥାନ ଅଛି ଯେଉଁଠି ପୋଷ୍ଟ ଅଫିସର ଆବଶ୍ୟକତା ଅଛି ହେଲେ ଖୋଲିବା ସମ୍ଭବ ହେଉନି। ଏଣୁ ଲୋକଙ୍କୁ ଏହାର ସୁବିଧା ପ୍ରଦାନ ଲାଗି ଫ୍ରାଞ୍ଚାଇଜ ଆଉଟଲେଟ୍‌ ଖୋଲିବାର ସୁଯୋଗ ଦେଉଛନ୍ତି ଡାକ ବିଭାଗ।

   Related Posts