୧୬ ଦିନର ଆନ୍ଦୋଳନ ପରେ ସ୍ୱାଭାବିକ ହେଲା ପୋଷ୍ଟାଲ ସେବା

Published By : Prameya-News7 Bureau | June 07, 2018 IST

୧୬ ଦିନର ଆନ୍ଦୋଳନ ପରେ ଓହରିଲା ଜାତୀୟ ଓ ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ । ସଂଘ ପକ୍ଷରୁ ହୋଇଥିବା ୧ ଦଫା ଦାବିକୁ କେନ୍ଦ୍ର ସରକାର ମାନିନେବା ପରେ ଆନ୍ଦୋଳନକୁ ଓହରିଛି ସଂଘ । ଗତ ୨୨ ତାରିଖରୁ ସମସ୍ତ କର୍ମଚାରୀ ଡାକ ଘର ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ କରିଥିଲେ । ଗ୍ରାମୀଣ ଡାକସେବ କର୍ମଚାରୀଙ୍କୁ ସପ୍ତମ ବେତନ ଲାଗୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ ଓ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ। ତେବେ ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନଙ୍କ ପାଇଁ ସରକାର ସ୍ବତନ୍ତ୍ର କମଲେଶ ଚନ୍ଦ୍ର କମିଟି ବସାଇଥିଲେ । ଯାହା ୧ ବର୍ଷ ପୁର୍ବରୁ ଏହି କମିଟି ସମସ୍ତ ରିପୋର୍ଟ ସରକାରଙ୍କୁ ଦେଇସାରିଥିବା ବେଳେ ସରକାର ବେତନ ଲାଗୁ କରିନଥିଲେ। ଏନେଇ କର୍ମଚାରୀ ମହଲରେ ଦେଖାଦେଇଛି ଉତ୍ସାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.