Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବର୍ଷକରେ ୨୩ କୋଟି ଭାରତୀୟଙ୍କୁ ଗରିବ କରିଛି କରୋନା, ସହରାଞ୍ଚଳରେ ଦାରିଦ୍ର୍ୟ ହାର ବଢିଛି ୨୦ %

6/05/2021 at 12:32 PM

ନୂଆଦିଲ୍ଲୀ, ୦୬/୦୫: କରୋନା ଭାଙ୍ଗି ଦେଇଛି ଆର୍ଥିକ ମେରୁଦଣ୍ଡ । ଜୀବିକା ହରାଇଛନ୍ତି ଅନେକ ବ୍ୟକ୍ତି । ରୋଜଗାର ଛାଡି ବାହାର ରାଜ୍ୟରୁ ଫେରି ଆସିଛନ୍ତି । କୋଭିଡ୍‌ ସଂକ୍ରମଣ ଆରମ୍ଭ ହେବାର ବର୍ଷକ ମଧ୍ୟରେ ପ୍ରାୟ ୨୩ କୋଟି ଭାରତୀୟ ଗରିବ ହୋଇସାରିଲେଣି । ଏହି ସମୟରେ ସହରାଞ୍ଚଳ ଦାରିଦ୍ର୍ୟ ହାର ୨୦% ବଢ଼ିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୫% ବୃଦ୍ଧି ପାଇଛି । ଅଜିମ୍‌ ପ୍ରେମ୍‌ଜି ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଏହା କୁହାଯାଇଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ୍‌-୧୯ର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯାଉଛି । ଏହାଦ୍ୱାରା ଯାତାୟାତ ପ୍ରଭାବିତ ହେବାରୁ ଲୋକଙ୍କ ଆୟ ହ୍ରାସ ପାଇଛି । ସର୍ବୋପରି ଅର୍ଥନୈତିକ କାର୍ଯ୍ୟକଳାପ ସଂକୁଚିତ ହୋଇଛି । ଯାତାୟାତ ୧୦% ହ୍ରାସ ପାଇବା ଯୋଗୁ ଆୟ ୭.୫% ସଂକୁଚିତ ହୋଇଛି ।

ଶ୍ରମ ବଜାର ବାବଦରେ ରିପୋର୍ଟ କହିଛି ଯେ ୨୦୨୦ ଶେଷସୁଦ୍ଧା ପ୍ରାୟ ୧.୫ କୋଟି ଶ୍ରମିକ ଜୀବିକା ହରାଇ ବସିଛନ୍ତି । ପାରିବାରିକ ଆୟ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛି । ୨୦୨୦ ଅକ୍ଟୋବରରେ ମୁଣ୍ଡ ପିଛା ହାରାହାରି ମାସିକ ପାରିବାରିକ ଆୟ ୪,୯୭୯ ଟଙ୍କାକୁ ହ୍ରାସ ପାଇଛି, ଯାହା ସେହିବର୍ଷ ଜାନୁଆରୀରେ ୫,୯୮୯ ଟଙ୍କା ରହିଥିଲା ।

   Related Posts