ଇଣ୍ଡିଆନ୍ କ୍ରିକେଟ୍‌ ପ୍ଲେୟାର ଖାଇବେ ଡାଲମା ସହ ଏହି ଓଡିଆ ଖାଦ୍ୟ

Published By : Prameya-News7 Bureau | December 19, 2019 IST

ଭୁବନେଶ୍ୱର ୧୯।୧୨ - ଓଡ଼ିଶାରେ ରହଣି ବେଳେ ପ୍ଲେୟାରମାନେ କଣ ଖାଇବେ ସେଥିପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ମେନ୍ୟୁ । ତେବେ ଇଣ୍ଡିଆନ୍ ପ୍ଲେୟାରମାନେ ଓଡ଼ିଶାର ପାରମ୍ପରିକ ଡାଲମା ଖାଇବେ । ଏହାଛଡା ଚିଙ୍ଗୁଡିର ବିଭିନ୍ନ ପ୍ରକାରର ଡିସ୍ ବି ସେମାନଙ୍କ ପାଇଁ ରହିଛି । ଡେଜର୍ଟରେ ଖାଇବେ ଛେନାପୋଡ ଏବଂ ରସଗୋଲା । ତେବେ କାରବିଆନ୍ ପ୍ଲେୟାରଙ୍କୁ ପରସାଯିବ ଚିକେନର ବିଭିନ୍ନ ପ୍ରକାରର ଡିସ୍ ।

{"id":199888,"sizeSlug":"large"}

ମେ ଫେୟାରରେ ଇଣ୍ଡିଆ ଏବଂ କାରବିଆନ୍ ଦଳର ପ୍ଲେୟାର । ୫ ଦିନ ରହଣିରେ ପ୍ଲେୟାରମାନେ କଣ ଖାଇବେ । ସେଥିପାଇଁ ହୋଟେଲ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ମେନ୍ୟୁ । ତେବେ ଖେଳାଳିଙ୍କ ହେଲ୍ଥକୁ ନଜରରେ ରଖି ମେନ୍ୟୁ ପ୍ରସ୍ତୁତ କରିଛନ୍ତି ସେଫ୍ ।

{"id":199889,"sizeSlug":"large"}

ପ୍ଲେୟାରମାନଙ୍କୁ ଲଞ୍ଚ ଏବଂ ଡିନରରେ ପରସାଯିବ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଡାଲମା । ଏହାଛଡା ଓଡ଼ିଶାରେ ରହଣି ବେଳେ ଇଣ୍ଡିଆନ ପ୍ଲେୟାରମାନେ ସି ଫୁଡ୍ ଖାଇବାକୁ ବେଶୀ ପସନ୍ଦ କରନ୍ତି । ତେବେ ଚିଙ୍ଗୁଡି ହେଉଛି ସେମାନଙ୍କର ଫେବରାଇଟ୍, ଯାହା ସ୍ପାଇସି ହୋଇନଥିବ । ବ୍ରେକଫାଷ୍ଟରେ ଲାଇଟ୍ ଫୁଡ ସାଙ୍ଗକୁ ହେଲ୍ଥ ଡ୍ରିଙ୍କ୍ସ ନେବେ ପ୍ଲେୟାର । ଆଉ ଡେଜର୍ଟରେ ଛେନାପୋଡ ଏବଂ ବେକ୍ ରସଗୋଲା ଖାଇବେ ମେନ୍ ଇନ୍ ବ୍ଲୁ ।

{"id":199890,"sizeSlug":"large"}

କାରବିଆନ୍ ଦଳ ପାଇଁ ବି ସ୍ବତନ୍ତ୍ର ମେନ୍ୟୁ ପ୍ରସ୍ତୁତ ହୋଇଛି । ସେମାନ ବ୍ରେକଫାଷ୍ଟ, ଲଞ୍ଚ ଏବଂ ଡିନରରେ କେବଳ ନନଭେଜ୍ ଖାଇବାକୁ ପସନ୍ଦ କରନ୍ତି ।

{"id":199891,"sizeSlug":"large"}

ତେବେ ସେମାନଙ୍କର ଫେବରାଇଟ୍ ହେଉଛି ଚିକେନ୍ । ଚିକେନରେ ବିଭିନ୍ନ ପ୍ରକାରର ଡିସ୍ ପ୍ରସ୍ତୁତ କରି କାରବିଆନ ଦଳକୁ ପରଷିବେ ସେଫ୍ ।

{"id":199892,"sizeSlug":"large"}

ଏହାଛଡା ଯିଏ ଯାହା ଡିମାଣ୍ଡ କରିବେ ସେମାନଙ୍କୁ ହୋଟେଲ ପକ୍ଷରୁ ତାହା ଯୋଗାଇ ଦିଆଯିବ ।

{"id":199893,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.