ରେଷ୍ଟୁରାଣ୍ଟରେ ଲଞ୍ଚ୍ କରି ଅଡୁଆରେ ଭାରତୀୟ ଖେଳାଳି, ବାୟୋ-ପ୍ରୋଟୋକଲର ଉଲଙ୍ଘନ ଅଭିଯୋଗ, ବିସିସିଆଇର ତଦନ୍ତ ଆରମ୍ଭ

Published By : Prameya-News7 Bureau | January 02, 2021 IST

ସିଡନୀ,୦୨/୦୧ :  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଖେଳାଳିଙ୍କ ଦ୍ୱାରା ବାୟୋ-ସିକ୍ୟୁରିଟି ପ୍ରୋଟୋକଲ ଭାଙ୍ଗିବା ମାମଲାରେ ତଦନ୍ତ ଆରମ୍ଭ କରିଛି । ନୂଆବର୍ଷ ଅବସରରେ ଭାରତୀୟ ଦଳର ଖେଳାଳି ରୋହିତ ଶର୍ମା, ଋଷଭ ପନ୍ତ, ଶୁଭମନ ଗିଲ୍, ପୃଥ୍ୱୀ ଶ ଓ ନବଦୀପ ସୈନୀ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ୍ କରୁଥିବା ନଜର ଆସିଥିଲେ । ଏଥିରେ ବାୟୋ ସିକ୍ୟୁରିଟି ପ୍ରୋଟୋକଲର ଉଲଙ୍ଘନ ହୋଇଥିବା କୁହାଯାଉଛି । ଲଞ୍ଚ୍ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଖେଳାଳିମାନେ ଚେଡଷ୍ଟନ୍ ସପିଂ ସେଣ୍ଟରର ବାର୍ ବି କ୍ୟୁ ରେଷ୍ଟୁରାଣ୍ଟ ଭିତରେ ଖାଉଥିବା ଦେଖିବାକୁ ମିଳିଥିଲା । ରେଷ୍ଟୁରାଣ୍ଟର କର୍ମଚାରୀ ସିଡନୀ ମର୍ଣ୍ଣିଂ ହେରାଲ୍ଡକୁ କହିଥିଲେ ଯେ, ଭାରତୀୟ ଖେଳାଳି ନୂଆବର୍ଷ ଦିନ ଏଠାକୁ ଆସିଥିଲେ । କରୋନା ଭାଇରସର ପ୍ରକୋପକୁ ଦେଖି ସମସ୍ତ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।

ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସଦସ୍ୟଙ୍କୁ ବାହାରେ ବୁଲିବା ପାଇଁ ଅନୁମତି ଥିଲେ ବି କିଛି ଖାଇବା ଓ ରେଷ୍ଟୁରାଣ୍ଟରେ ବସିବା ପାଇଁ ବାରଣ କରାଯାଇଥିଲା । ଭାରତୀୟ ଖେଳାଳି ରେଷ୍ଟୁରାଣ୍ଟ ଭିତରେ ବସି ଭୋଜନ କରୁଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.