ବିରାଟ ବାହିନୀ ଖାଇଲେ ଚକୁଳି ମଣ୍ଡା ଓ ଘାଣ୍ଟ ତରକାରୀ

Published By : Prameya-News7 Bureau | December 21, 2019 IST

ଭୁବନେଶ୍ୱର ୨୧।୧୨ -ପ୍ରାକ୍ଟିସ୍‌ ଯିବା ପୂର୍ବରୁ ଆଜି ବି ଦୁଇ ଦଳର ଖେଳାଳି ହୋଟେଲ୍‌ରେ ବିଭିନ୍ନ ଖାଦ୍ୟର ମଜା ଉଠାଇଛନ୍ତି ।

{"id":200741,"sizeSlug":"large"}

ବିଶେଷକରି ଭାରତୀୟ ଖେଳାଳି ଆଜି ସକାଳୁ ଅଭ୍ୟାସ ପାଇଁ ଯିବା ପୂର୍ବରୁ ଟିପିକାଲ ଓଡିଆ ଖାଦ୍ୟ ବ୍ରେକ ଫାଷ୍ଟରେ ନେଇଥିଲେ ।

{"id":200742,"sizeSlug":"large"}

 ଚକୁଳି ପିଠା ସାଙ୍ଗକୁ ଓଡିଆର ମିକ୍ସ ଘାଣ୍ଟ ତରକାରୀ ମଣ୍ଡା ପିଠା ଖାଇଥିଲେ । ସେହିଭଳି କାରବିଆନ୍‌ ଟିମ୍‌ ବି ମଧ୍ୟାହ୍ନରେ ପ୍ରାକ୍ଟିସ୍ ପାଇଁ ଯିବା ପୂର୍ବରୁ ଭାରତୀୟ ଖାଦ୍ୟର ମଜା ଉଠାଇଥିଲେ । ମେ ଫେୟାରର ସେଫ୍‌ ଏମାନଙ୍କୁ ଏହି ସବୁ ଖାଦ୍ୟ ପରସି ଦେଇଥିଲେ । 

wp:core-embed/youtube {"url":"https://www.youtube.com/watch?v=Artv88_UWa8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=Artv88_UWa8
/wp:core-embed/youtube

ସୂଚନାଯୋଗ୍ୟ  ଭୁବନେଶ୍ବରରେ ଗୋଟିଏ ଦିନ ବିଶ୍ରାମ ପରେ ଦୁଇ ଦଳ ବାରବାଟୀରେ ନେଟସ ପ୍ରାକ୍ଟିସ କରିଛନ୍ତି। ସକାଳ ୯ଟାରେ ଟିମ୍ ଇନ ବ୍ଲୁ ପ୍ରଥମେ ପଡିଆକୁ ଓହ୍ଲାଇଥିଲେ। କିଛି ସମୟ ୱାର୍ମଅପ ପରେ କରିଥିଲେ ବ୍ୟାଟିଂ ବୋଲିଂର ଅଭ୍ୟାସ। ମ୍ୟାଚ ପୂର୍ବରୁ ଦର୍ଶକଙ୍କ ଗହଳି ଭିତରେ ହୋଇଥିଲା ନେଟସ ପ୍ରାକ୍ଟଡିସ୍‌। ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ସମୟ ନେଟ୍ସରେ ଦେଖିବାକୁ ମିଳିଥିଲା। ଚେନ୍ନାଇରେ ୪ ଓ ବିଶାଖାପାଟ୍ଟଣମ୍‌ରେ ଖାତା ଖୋଲିବା ଆଗରୁ ପ୍ୟାଭିଲିଆନ ଫେରିଥିଲେ ବିରାଟ। ଏଥର ବଡ ସ୍କୋର ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍। ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଭାରତ ଦ୍ବିତୀୟ ଏକଦିବସୀୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ବାରବାଟୀ ମ୍ୟାଚରେ ମଧ୍ୟ ସେହି ମନୋବଳ ନେଇ ପଡିଆକୁ ଓହ୍ଲାଇବେ ମେନ ଇନ ବ୍ଲୁ।

wp:core-embed/twitter {"url":"https://twitter.com/imVkohli/status/1207948551755460608?s=20","type":"rich","providerNameSlug":"twitter","className":""}
https://twitter.com/imVkohli/status/1207948551755460608?s=20
/wp:core-embed/twitter

ଅପରାହ୍ନରେ ନେଟସ ପାଇଁ ବାରବାଟୀ ଯାଇଥିଲେ ୱେଷ୍ଟଇଣ୍ଡିଜ ଖେଳାଳି। ୩ଟା ପରେ ଆରମ୍ଭ କରିଥିଲେ ପ୍ରାକ୍ଟିସ୍‌ । ଚଳିତ ସିରିଜରେ ଚମତ୍କାର ଫର୍ମରେ ରହିଛନ୍ତି ଇଣ୍ଡିଜ ଖେଳାଳି। ସିରିଜରେ ସାଇ ହୋପସ, ନିକୋଲାସ ପୁରନ୍, ସିମରନ ହେତମେୟାର, ଏଭିନ ଲୁଇସ ତାଙ୍କର ଜଲୱା ଦେଖାଉଛନ୍ତି । ସେହିପରି ଅଧିନାୟକ କିରନ ପୋଲାର୍ଡ ବାରବାଟୀରେ ବଡ ସ୍କୋର କରିବାକୁ ଚେଷ୍ଠା କରିବେ। ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ ହାତେଇବାକୁ ଚାହିଁବ କାରବିଆନ ଟିମ୍।

ବାରବାଟୀର ରେକର୍ଡ ଭାରତ ସପକ୍ଷରେ ରହିଛି। ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟି ମ୍ୟାଚ ଖେଳାଯାଇଛି। ୩ ଟି ଯାକ ମ୍ୟାଚରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ତେବେ ସିରିଜ୍‌ ର ଶେଷ ମ୍ୟାଚ୍‌ ଏବଂ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବାରୁ ସିରିଜ୍‌ ହାତେଇ ବାକୁ ସବୁ ବଳ କୌଶଲ ଲଗାଇଦେବେ ଉଭୟ ଟିମ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.