Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଓ୍ବାଘା ବର୍ଡର ଦେଇ ଦେଶକୁ ଫେରିବେ ବୀର ଅଭିନନ୍ଦନ

1/03/2019 at 1:09 PM

ନୂଆଦିଲ୍ଲୀ ୧|୩: ଭାରତ ପ୍ରତ୍ୟାବର୍ତ୍ତନ କରିବେ ଭାରତୀୟ ୱିଙ୍ଗ୍ କମାଣ୍ଡର ବୀର ଅଭିନନ୍ଦନ ବର୍ଦ୍ଧମାନ । ୱାଘା ବର୍ଡର ଦେଇ ସ୍ବଦେଶକୁ ଫେରିବେ ଅଭିନନ୍ଦନ । ଏଥିପାଇଁ ଓ୍ବାଘା ବର୍ଡରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଓ୍ବାଘା ବର୍ଡରରେ ଅଭିନନ୍ଦନଙ୍କୁ ସ୍ବାଗତ କରିବେ ବାୟୁସେନାର ପ୍ରତିନିଧି ଦଳ । ସେହିପରି ତାଙ୍କୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମାଆ ।

ତେବେ ପାକିସ୍ତାନରେ ଭାରତୀୟ ହାଇ କମିଶନରଙ୍କୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିଛି ପାକ୍ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କ ଫେରିବା ବାଟକୁ ସାରାଦେଶବାସୀ ଚାହିଁ ବସିଛନ୍ତି । ତେବେ ଦିନ ୨ଟାରୁ ୪ଟା ମଧ୍ୟରେ ଅଭିନନ୍ଦନ ଓ୍ବାଘା ବର୍ଡରରେ ପହଞ୍ଚିବା ନେଇ ସୂଚନା ମିଳୁଛି ।

ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ବଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତ୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କ ସାହସିକତାକୁ ନେଇ ତାଙ୍କ ପରିବାର ଓ ଦେଶ ଗର୍ବିତ । ଅଭିନନ୍ଦନଙ୍କ ବାପା ଅବସରପ୍ରାପ୍ତ ଏୟାର ମାର୍ଶଲ ଏସ୍ ବର୍ଦ୍ଧମାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବନ୍ଦୀ ହୋଇଥିବା ସତ୍ବେ ତାଙ୍କ ପୁଅ ଅଦମ୍ୟ ସାହସ ଦେଖାଇଛନ୍ତି । ସେ ସୁରକ୍ଷିତ ଘରକୁ ଫେରିଆସିବେ ବୋଲି ଆଶା ରଖିଛନ୍ତି । ଅବସରପ୍ରାପ୍ତ ଏୟାର ମାର୍ଶଲ ଏସ୍ ବର୍ଦ୍ଧମାନ କହିଛନ୍ତି ଯେ, ଆପଣଙ୍କ ଚିନ୍ତା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ବନ୍ଧୁ । ଠାକୁରଙ୍କ ଆଶିର୍ବାଦ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଅଭି ଜୀବିତ, ମାନସିକ ସ୍ତରରେ ଦୃଢ ଓ ସେ ଆହତ ହୋଇନାହାନ୍ତି ।

   Related Posts