ଅଭିନନ୍ଦନଙ୍କୁ ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କଲା ପାକ୍

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧|୩: ଆଜି ଭାରତ ଫେରିବେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ଭାରତୀୟ ହାଇ କମିଶନରଙ୍କୁ ହସ୍ତାନ୍ତର କଲେ ପାକ୍ କର୍ତ୍ତୃପକ୍ଷ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କ ଫେରିବା ବାଟକୁ ଚାହିଁ ରହିଛି ସାରାଦେଶ । ୱାଘା ବର୍ଡର ଦେଇ ସ୍ବଦେଶକୁ ଫେରିବେ ଅଭନନ୍ଦନ । ଅଭିନନ୍ଦନଙ୍କୁ ସ୍ବାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ତାଙ୍କୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମାଆ ।

{"id":89636}

ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ବଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତ୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।

{"id":89637}

ଆଜିର ଦିନ ଭାରତ ପାଇଁ ହେବ ଐତିହାସିକ । କାରଣ ଆଜି କିଛି ଏଭଳି ହେବାକୁ ଯାଉଛି , ଯାହାକୁ ସବୁଦିନ ପାଇଁ ସାରା ଦେଶ ମନେ ରଖିବ । ବିନା କିଛି ସର୍ତରେ କିନ୍ତୁ ପ୍ରବଳ ଚାପରେ ପଡି ଶେଷରେ ପାକିସ୍ତାନ ମୁଣ୍ଡ ନୁଆଁଇଛି । ତେବେ ଶାନ୍ତି ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଏହି ପଦକ୍ଷେପ ନେଇଥିବା ଇମ୍ରାନ କହିଛନ୍ତି। ଅନ୍ୟପକ୍ଷରେ ଭାରତ କହିଛି ଯେ ଜେନେ ଭା ଚୁକ୍ତି ଅନୁସା ରେ ପାକିସ୍ତାନ ଭାରତୀୟ ମିଗ୍ ପାଇଲଟଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଛି। ଏହାସହିତ ଭାରତ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କଲେ ଏହାର କଡା ଜବାବ ଦିଆଯିବ। କେବଳ ଏତିକି ନୁହେଁ, ଭାରତ ବିରୋଧରେ ସକ୍ରିୟ ଥିବା ଆତଙ୍କବାଦୀ ଗୋ ଷ୍ଠୀଙ୍କୁ ମଧ୍ୟ ଧ୍ବଂସ କରାଯିବ। ଭଳି କାର୍ଯ୍ୟାନୁଷ୍ଠାନରୁ ଓହରିବାର ପ୍ରଶ୍ନ ଉଠୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.