ଭାରତୀୟ ଫାର୍ମା କମ୍ପାନୀଙ୍କ ଲାଗି ଗ୍ରେଟ୍ ୱାଲ ଏବେ ଚାଲେଞ୍ଜ୍

Published By : Prameya-News7 Bureau | June 04, 2020 IST

କୋଭିଡ-୧୯ ମହାମାରୀ ବିଶ୍ୱର ବ୍ୟବସାୟୀକ ପରିଦୃଶ୍ୟକୁ ବଦଳାଇ ଦେଇଛି। ଏଥିରେ ମହାମାରୀ ସଂକ୍ରମଣ ପୂର୍ବରୁ ଚୀନ୍‌ ସହ  କାର୍ଯ୍ୟ କରିବା ଓ ବିସ୍ତାର ଲାଗି ଆଗ୍ରହୀ ଥିବା ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀମାନଙ୍କ ଯୋଜନା ବର୍ତ୍ତମାନଲାଗି ବାଧିତ ହୋଇଛି।ତେବେ ୨୦୨୦ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଅବସ୍ଥା ଏପରି ନଥିଲା। ସେତେବେଳେ ଚୀନରୁ ଭାରତୀୟ ଫାର୍ମା କମ୍ପାନୀମାନଙ୍କ ଆମଦାନୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।  ଚୀନ୍‌ରେ କରୋନା ଲକଡାଉନ୍‌ର ପ୍ରଭାବ ଜାଣିବା ଲାଗି ଏହି ଆଗ୍ରହ ଥିବା ବେଳେ ଚତୁର୍ଥ ତ୍ରୈମାସିକ ବେଳକୁ ଚୀନ୍‌ ଅଥବା ଚାଇନିଜ୍‌ ଶବ୍ଦର ଏବେ ଚର୍ଚ୍ଚା ବି ନାହିଁ।  ଏଣୁ ଏକ୍ଷେତ୍ରରେ ଏକ ଏହା ପରିବର୍ତ୍ତନର ସଙ୍କେତ ବୋଲି କହିଛନ୍ତି ବାଜର ସମୀକ୍ଷକ। 

{"id":281170,"sizeSlug":"large"}

ତେବେ  କରୋନା ଲକଡାଉନ୍‌ ସତ୍ତ୍ୱେ ଭାରତୀୟ କମ୍ପାନୀଙ୍କ ଅର୍ଡର ପୂରଣ କରିବାରେ ଅବହେଳା କରିନଥିଲା ଚୀନ୍‌।  ତେବେ ମହାମାରୀ ପର ପରିସ୍ଥିତିରେ ଚୀନ୍‌ରେ ଭାରତୀୟ କମ୍ପାନୀଙ୍କ ସମ୍ପ୍ରସାରଣ ଯୋଜନା ବାଧିତ କରିଛି। ଏହା ଛଡା ଚୀନ କମ୍ପାନୀମାନେ କାର୍ଯ୍ୟଆରମ୍ଭ କରିବା ପରେ କେତେକ ପ୍ରମୁଖ ଉପାଦାନର ମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ଏଥିରେ ଏବେ ସରକାର ଦେଶରେ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ ପାର୍କ (ଏପିଆଇ) ସ୍ଥାପନା ଲାଗି ବିଚାର କରିବା ଚୀନ୍‌ ଆମଦାନୀକୁ ପ୍ରଭାବିତ କରିବା ନିଶ୍ଚିତ ହୋଇଯାଇଛି।

{"id":281173,"width":576,"height":324,"sizeSlug":"large"}

ଚୀନ ବଜାରକୁ ଭାରତୀୟ ଫର୍ମାସ୍ୟୁଟିକାଲ କମ୍ପାନୀଙ୍କ ପ୍ରବେଶ ୨୦୧୯ରେ ହୋଇଥିଲା। ଚୀନରେ ନିଜ ଉତ୍ପାଦ ଲଞ୍ଚ ଲାଗି ସନ୍‌ ଫାର୍ମାସ୍ୟୁଟିକାଲ କମ୍ପାନୀ ସମେତ ସିପ୍ଲା, ଅରୋବିନ୍ଦ ଫାର୍ମା, ଗ୍ଲନମାର୍କ, ଷ୍ଟ୍ରେଡସ୍ ଓ ଆଲେମ୍ବିକ୍ ଫାର୍ମା ମିଳିତ ଉଦ୍ୟୋଗ ମଧ୍ୟ କରିଥିଲେ। ଏହା ଛ଼ଡା ଚୀନ ସରକାରୀ ହସ୍ପିଟାଲମାନଙ୍କୁ ଓଲଞ୍ଜାପାଇନ୍ ଯୋଗାଣ ଲାଗି ଡକ୍ଟର ରେଡିଜ୍‌ ଲାବୋରେଟୋରୀ  ଟେଣ୍ଡର ହାସଲ କରିବା ଭାରତୀୟ ଫାର୍ମା କମ୍ପାନୀଙ୍କ ଲାଗି ନିଶ୍ଟିତ ରୂପେ ଉଲ୍ଲେଖନୀୟ କୁହାଯାଇପାରେ। 

{"id":281174,"width":582,"height":311,"sizeSlug":"large"}

ଚୀନ୍‌ରେ ଭାରତୀୟ କମ୍ପାନୀଙ୍କ ଲାଗି କାର୍ଯ୍ୟ କରିବା କିନ୍ତୁ ଏତେ ସହଜ ନୁହେଁ। କାରଣ ଏଥିଲାଗି ସ୍ୱତନ୍ତ୍ର ଲାଇସେନ୍ସ ବ୍ୟବସ୍ଥା ଥିବା ବେଳେ ୨ରୁ ୩ ବର୍ଷର ଆର୍ଥିକ ଗତିବିଧି ମଧ୍ୟ ଜରୁରି।  ୨୦୧୯ ଚତୁର୍ଥ ତ୍ରୈମାସିକରେ ସନ୍‌ ଫାର୍ମା ଓସିପ୍ଲା ଚୀନରେ ଆର୍ଥିକ ପ୍ରଗତି ନେଇ ବିସ୍ତୃତ ଚର୍ଚ୍ଚା କରିଥିଲେ। ତେବେ ସିପ୍ଲା ଓ ସନ୍‌ ଫାର୍ମାଙ୍କୁ ଦୀର୍ଘ ବର୍ଷେକାଳ ଚୀନରୁ କୌଣସି ସଂକେତ ମିଳିନଥିବା ବେଲେ ଡକ୍ଟର ରେଡିଜ୍ ଲାବୋରେଟରୀକୁ ବେଶ୍  ସହଜରେ ଅବସର ମିଳିଥିଲା।

{"id":281175,"width":575,"height":383,"sizeSlug":"large"}

ଚୀନ ଯୋଜନା ନେଇ ରେଡିଜ୍ ଲାବୋରେଟୋରୀ ସିଇଓ ଏରେଜ ଇସ୍ରାଏଲଙ୍କୁ ପଚରାଯିବାରେ ଚୀନ ଆମ ଲାଗି ଏକ ମହତ୍ୱପୂର୍ଣ୍ଣ ବଜାର ବୋଲି କହିଛନ୍ତି। ଏଣୁ ଚୀନରେ ଡକ୍ଟର ରେଡିଜ୍ ଲାବୋରେଟୋରୀ ତାଙ୍କର କାରବାର ସମ୍ପ୍ରସାରଣ କରିଥିବାର ଜଣାପଡିଛି। ତେବେ ଚୀନ ରଣନୀତି ନେଇ ସାନଫ୍ରାନସିସ୍କୋ ବୈଠକରେ ସେ ଯାହା କହିଥିଲେ ତାହା ଏବେବି ବୈଧ ବୋଲି କହିଛନ୍ତି ଇସ୍ରାଏଲ।  ହୁଏତ ମହାମାରୀର ପ୍ରସାର ଚୀନ୍‌ରେ କାର୍ଯ୍ୟ କରିବା ଏବଂ ବିସ୍ତାର କରିବା ପାଇଁ ଭାରତୀୟ ଫାର୍ମା କମ୍ପାନୀଗୁଡିକର ଯୋଜନାକୁ ପ୍ରଭାବିତ କରିଛି।  ହେଲେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଫାର୍ମା ବଜାରରେ ପ୍ରବେଶ ଲାଗି ସେମାନଙ୍କ ଉଦ୍ଦେଶ୍ୟ ଏବଂ ରଣନୀତି ଅକ୍ଷୁର୍ଣ୍ଣ ରହିଛି। ଏଥିଲାଗି ହୁଏତ କିଛି ସମୟ ଲାଗିପାରେ କିନ୍ତୁ ଏ ଦିଗରେ ଫର୍ମା କମ୍ପାନୀମାନଙ୍କ ଆଶା କିନ୍ତୁ ମଉଳିନି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.