Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବ୍ରିଟେନ୍‌ରେ ଛୁରି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ, ଭାରତୀୟ ଯୁବକକୁ ୧୫ ବର୍ଷ ଜେଲ ଦଣ୍ଡ

3/11/2019 at 4:15 PM

ଲଣ୍ଡନ ୩।୧୧: ବ୍ରିଟେନର ଅଦାଲତରେ ଭାରତର ଜଣେ ବ୍ୟକ୍ତିକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।  ଏହି ବ୍ୟକ୍ତି ଜଣକ ଛୁରି ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ ସହ ଲୁଟ  କରିଥିଲେ । ଅଦାଲତରେ ଏହି ଯୁବବକର ଦୋଷ ପ୍ରମାଣିତ ହୋଇଛି । ବ୍ରିଟେନ୍‌ର ଏହି ଅଦାଲତ ଅଭିଯୁକ୍ତ ଯୁବକକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହାର ପରବର୍ତ୍ତୀ ୫ ବର୍ଷ ଅଭିଯୁକ୍ତ ଉପରେ କଡା ନଜର ରଖାଯିବ। 

୨୮ ବର୍ଷ ବୟସ୍କ ଦିଲଜିତ୍‌ ଗ୍ରେୱାଲ ୩୦ ବର୍ଷ ବୟସ୍କ ଜଣେ ମହିଳାଙ୍କୁ ଛୁରି ଦେଖାଇ ତାଙ୍କୁ ଜୀବନରୁ ମାରିବା ଧମକ ଦେଇଥିଲା। ପାଖିପାଖି ଦେଢ ଘଣ୍ଟା ଯାଏଁ ଗ୍ରେୱାଲ ମହିଳାଙ୍କ ସହ ମାରପିଟ୍‌ କରି ଟଙ୍କା ମାଗିଥିଲା। ଭୟରେ ମହିଳା ଜଣକ ତାଙ୍କ ବ୍ୟାଗ୍‌ରୁ ଟଙ୍କା କାଢି ଦେଇଥିଲେ। ତଥାପି ଗ୍ରେୱାଲ ଅଧିକ ଟଙ୍କା ପାଇଁ ତାଙ୍କ ଘର ତନାଘନା କରିଥିଲା। ପରେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିଲା।

ଗ୍ରେୱାଲ ଯିବା ପରେ ମହିଳା ନିଜ ସାଙ୍ଗଙ୍କୁ ଫୋନ କରି ସବୁ କଥା କହିଥିଲେ ଓ ପୋଲିସ ସହ ସମ୍ପର୍କ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।

  

   Related Posts