Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସାବଧାନ୍ ଚୀନ ! ଜବାବ ଦେବାକୁ ଭାରତର ପ୍ରସ୍ତୁତି ଆରମ୍ଭ, ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା କମାଣ୍ଡୋ ଏବେ ଲଦାଖରେ

2/07/2020 at 9:04 PM

ନୂଆଦିଲ୍ଲୀ, ୦୨|୦୭:   ଚୀନ ସହ ବିବାଦ ମଧ୍ୟରେ ଭାରତ ଲଦାଖରେ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପାରା ସ୍ପେଶାଲ ଫୋର୍ସଙ୍କୁ ଲଦାଖ ପଠାଯାଇଛି । ଏଠାରେ କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ଏହି ସ୍ପେଶାଲ ଫୋର୍ସର କମାଣ୍ଡୋମାନେ  ୨୦୧୭ରେ ପାକିସ୍ତାନ ବିପକ୍ଷରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଯଦି ଆବଶ୍ୟକ ପଡେ ଏହି କମାଣ୍ଡୋଙ୍କୁ ଚୀନ ବିପକ୍ଷରେ ମଧ୍ୟ ବ୍ୟବହାର କରାଯିବ ।

ସ୍ପେଶାଲ ଫୋର୍ସର ଦୁଇଟି ୟୁନିଟକୁ ପୂର୍ବ ଲଦାଖରେ ମୁତୟନ କରାଯାଇଛି । ସେମାନେ କେଉଁ ପରସ୍ଥିତିରେ କଣ କରିବେ ଭଲ ଭାବେ ଜାଣିଛନ୍ତି । ଆବଶ୍ୟକ ପଡିଲେ ସେମାନେ ଚୀନ ସେନା ସହ ମୁହାଁମୁହିଁ ମଧ୍ୟ ହୋଇପାରନ୍ତି । ଭାରତରେ ୧୨ରୁ ଅଧିକ ସ୍ପେଶାଲ ଫୋର୍ସର ରେଜିମେଣ୍ଟ ରହିଛନ୍ତି । ସେମାନଙ୍କୁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ନିୟୋଜିତ କରାଯାଇଛି । ଜମ୍ମୁ-କାଶ୍ମୀରରେ ମୁତୟନ କମାଣ୍ଡୋମାନେ ଲେହର ପର୍ବତାଞ୍ଚଳରେ ଅଭ୍ୟାସ କରୁଛନ୍ତି ।

ସୂଚନାଯୋଗ୍ୟ, ଜୁନ ୧୫ରେ ଗଲଓ୍ୱାନ ଘାଟିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହେବା ପରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ ସୈନ୍ୟ ନିହତ ହୋଇଥିଲେ ।

ଉଭୟ ଦେଶ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଚୀନ ବାରମ୍ବାର ଭାରତୀୟ ଯବାନଙ୍କୁ ଟାର୍ଗେ୍ଟ କରୁଛି । ଭାରତ ମଧ୍ୟ ଚୀନ ବିରୋଧରେ ପଦକ୍ଷେପ ନେବାକୁ ଯାଇ ବିଭିନ୍ନ ପ୍ରକଳ୍ପରୁ ଚୀନ କମ୍ପାନୀକୁ ବାଦ୍ ଦେବା ସହ ୫୯  ଚାଇନା ଆପକୁ ବ୍ୟାନ୍ କରିଛି ।

   Related Posts