Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଇଣ୍ଡିଆନ ଓରିଜିନ ମଡେଲ ହେଲେ ‘ମିସ୍ ୟୁନିଭର୍ସ’ ଅଷ୍ଟ୍ରେଲିଆ, ଗୌରବ ବଢାଇଲେ ପ୍ରୀୟା

28/06/2019 at 10:22 PM

ମେଲବୋର୍ଣ୍ଣ : ‘ମିସ୍ ୟୁନିଭର୍ସ ଅଷ୍ଟ୍ରେଲିଆ’ ଟାଇଟଲକୁ ଶୁକ୍ରବାର ନିଜ ନାମରେ କରିନେଇଛନ୍ତି  ଇଣ୍ଡିଆନ ଓରିଜିନ ମଡେଲ ପ୍ରୀୟା ସେରାବ । ବିବିଧତା ଓ ସଂସ୍କୃତିବାଦ ସମ୍ପର୍କରେ ସଚେତନତା ପାଇଁ ଲକ୍ଷ ରଖିଥିବା ପ୍ରୀୟାଙ୍କୁ  ଟାଇଟଲ ବିଜୟିନୀ ଘୋଷଣା କରାଯାଇଥିବା ବେଳେ ଏହାକୁ ସେ ତାଙ୍କ ସାଙ୍ଗସାଥୀ ଓ ପରିଜନଙ୍କ ସହ ସେଲିବ୍ରେଟ କରିଛନ୍ତି।  

ମିସ୍ ୟୁନିଭର୍ସ ଅଷ୍ଟ୍ରେଲିଆ ଟାଇଟଲ ପାଇଁ ପ୍ରୀୟାଙ୍କ ସମେତ ୧ ଡଜନରୁ ଊର୍ଦ୍ଧ୍ୱ ଫାଇନାଲିଷ୍ଟ ଥିଲେ। ତେବେ ୨୬ ବର୍ଷିୟା ପ୍ରୀୟା ଟାଇଟଲ ହାସଲ କରିଛନ୍ତି। ଆଗାମୀବର୍ଷ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ପ୍ରୀୟା ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିବେ। ପ୍ରୀୟା ଭାରତର କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୋର ନିକଟସ୍ଥ ବେଲାମେନୁରେ ଜନ୍ମଗ୍ରହଣ କରିଥିଲେ। ତେବେ ସେ ୧୧ ବର୍ଷ ବୟସର ହୋଇଥିବା ବେଳେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ ହେଁ ତାଙ୍କ ବାଲ୍ୟ କାଳର ଅଧିକାଂଶ ସମୟ ଓମାନ ଓ ମିଳିତ ଆରବ ଏମିରଟସରେ କଟିଥିଲା।

ପରିବାର ସହ ଅଷ୍ଟ୍ରେଲିଆ ରାଜଧାନୀ ମେଲବର୍ଣ୍ଣରେ ରହୁଥିବା ପ୍ରୀୟା ମେଲବର୍ଣ୍ଣ ଲ ସ୍କୁଲରୁ ଆଇନରେ ସ୍ନାତକ  ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଭିକ୍ଟୋରିଆ ଷ୍ଟେଟର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ପ୍ରୀୟା ଭିକ୍ଟୋରିଆ ସୁପ୍ରିମକୋର୍ଟରେ ଏବେ ଜଣେ ଓକିଲ ଭାବେ ଯୋଗ ଦେଇଥିଲେ।  ସେ ଅତୀତରେ ତିମୋର ଲେସ୍ତେରେ ଅନୁଷ୍ଠିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମରେ ଇଣ୍ଟର୍ଣ୍ଣ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ପେଷାଦାର ଜୀବନ ଆରମ୍ଭ କରିବା ପୂର୍ବରୁ ଜାତି ସଂଘରେ କରିଥିବା  ଇଣ୍ଟର୍ଣ୍ଣ ସମୟକୁ ତାଙ୍କ କ୍ୟାରିୟରର ସର୍ବ ଶ୍ରେଷ୍ଠ ସମୟ ବୋଲି କହିଛନ୍ତି।

   Related Posts