ଅଷ୍ଟ୍ରେଲିଆରେ ଭାରତୀୟ ମହିଳା ଡାକ୍ତରଙ୍କୁ ହତ୍ୟା, ସୁଟକେସ୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | March 06, 2019 IST

ସିଡନୀ ୬|୩ : ଭାରତୀୟ ୩୨ ବର୍ଷୀୟ ମହିଳା ଦନ୍ତ ଚିକିତ୍ସକଙ୍କ ମୃତଦେହ ଅଷ୍ଟ୍ରେଲିଆରୁ ଏକ ସୁଟକେସରୁ ଉଦ୍ଧାର ହୋଇଛି । ସେ କିଛି ଦିନ ପୂର୍ବରୁ ସିଡନୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ସନ୍ଦିଗ୍ଧ ଭାବେ ନିଖୋଜ ହୋଇଯାଇଥିଲେ । ପୋଲିସ ସୂଚନା ଅନୁସାରେ ପ୍ରିତି ରେଡ୍ଡୀ ନାମକ ଏହି ମହିଳାଙ୍କ ମୃତଦେହ ଇଷ୍ଟର୍ଣ୍ଣ ସିଡନୀ ଷ୍ଟ୍ରୀଟ୍ ନିକଟ ଏକ ପାର୍କ ହୋଇଥିବା ତାଙ୍କ କାର୍ ଭିତରୁ ଏକ ସୁଟକେସରୁ ମିଳିଛି । ସେହିଭଳି ମହିଳାଙ୍କ ପୂର୍ବ ପ୍ରେମିକଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁସାରେ ପ୍ରିତିଙ୍କୁ ଶେଷଥର ପାଇଁ ରବିବାର ଦିନ ମ୍ୟାକଡୋନଲ୍ଡ ଲାଇନ୍ ରେ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା ।

ଏହାପରେ ମଙ୍ଗଳବାର ଦିନ ପୋଲିସକୁ ତାଙ୍କ କାର୍ କିଙ୍ଗସଫୋର୍ଡ ଷ୍ଟ୍ରେଚନ ଲନ୍ ରୁ ମିଳିଥିଲା । କାର୍ ଭିତରୁ ସୁଟକେସରୁ ତାଙ୍କ ମୃତଦେହ ମିଳିଥିଲା । ମହିଳାଙ୍କ ଶରୀରକୁ କେତେଥର ଛୁରୀ ସାହାଯ୍ୟରେ ଆଘାତ କରାଯାଇଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ଦିନ ସେ ତାଙ୍କ ପ୍ରେମିକଙ୍କ ସହ ସିଡନୀ ମାର୍କେଟ୍ ଷ୍ଟ୍ରିଟ୍ ର ଏକ ହୋଟେଲରେ ରହିଥିଲେ । ପ୍ରିତି ଶେଷଥର ପାଇଁ ସକାଳ ୧୧ଟା ବେଳେ ଘରଲୋକଙ୍କ ସହ କଥା ହୋଇଥିଲେ । ସେ ସେଣ୍ଟ ଲିୟୋନାର୍ଡୋରେ କୌଣସି ଏକ ଡେଣ୍ଟାଲ କନଫରେନ୍ସକୁ ଯାଉଥିବା କହିଥିଲେ । ସେ କହିଥିଲେ ଯେ, ସେ ପରେ ଘରକୁ ଫେରିବେ । ମାତ୍ର ସେ ଘରକୁ ଫେରିନଥିଲେ । ପ୍ରିତି ଫେରିନଥିବାରୁ ପରିବାରଲୋକ ପୋଲିସରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.