କରୋନା ଭ୍ୟାକସିନ୍ ଗବେଷଣାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଛନ୍ତି ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଵଲୀ ଦତ୍ତା

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧/୦୫ : କରୋନା ଭାଇରସ୍ ଯୋଗୁ ସାରା ଦୁନିଆରେ ହାହାକାର ଲାଗିରହିଛି | ଏବେ ସୁଦ୍ଧା ୧ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ମହାମାରୀ କରୋନା | ମହାମାରୀ ଚିକିତ୍ସା ପାଇଁ ଔଷଧ ଓ ଭ୍ୟାକସିନ୍ ବାହାର କରିବା ପାଇଁ ୧୦୦ ରୁ ଅଧିକ ଦେଶ ପ୍ରୟାସ ଜାରି ରଖିଛନ୍ତି | କିନ୍ତୁ ଏବେ ସୁଦ୍ଧା କେଉଁ ଦେଶକୁ ସଫଳତା ମିଳିନାହିଁ | ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ କରୋନା ଭାଇରସ୍ ଭ୍ୟାକସିନ୍ ଉପରେ ଗବେଷଣା କରୁଥିବା ଟିମରେ ଜଣେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଵଲୀ ଦତ୍ତା ସାମିଲ ଅଛନ୍ତି | ଚନ୍ଦ୍ରଵଲୀ ଦତ୍ତା କୋଲକାତାରେ ଜନ୍ମ ହୋଇଥିଲେ | ଏହି ଟିମରେ ତାଙ୍କୁ ସାମିଲ କରାଯାଇଥିବାରୁ ସେ ଅତ୍ୟନ୍ତ ସମ୍ମାନିତ ଅନୁଭବ କରିଛନ୍ତି ବୋଲି କହିଛନ୍ତି | ମାନବ ସେବା ପାଇଁ ତାଙ୍କୁ ଯେଉଁ ମଉକା ମିଳିଛି ସେଥିପାଇଁ ସେ ବହୁତ ଖୁସି ବୋଲି ସେ କହିଛନ୍ତି | 

କୋଲକାତାରେ ରହୁଥିବା ଚନ୍ଦ୍ରଵଲୀ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟରେ କ୍ଲିନିକାଲ ଵାୟୋମେନକ୍ୟୋରିଂ ଫାସିଲିଟିରେ କାର୍ଯ୍ୟରତ | ସେଠାରେ କରୋନା ଭ୍ୟାକସିନର ମାନବ ପରୀକ୍ଷଣର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ChAdOx1 ନାମକ ଭ୍ୟାକସିନର ଟ୍ରାଏଲ୍ ଚାଲିଛି |

{"id":278887,"sizeSlug":"large"}

ଯଦି ଏହି ଟ୍ରାଏଲ୍ ସଫଳ ହୁଏ ତାହେଲେ କରୋନାରୁ ଲଢ଼ିବା ପାଇଁ ଦୁନିଆକୁ ସଫଳତା ମିଳିବ | ଟ୍ରାଏଲ୍ ସଫଳ ହେଲେ ଏହା କରୋନାର ସମ୍ଭାବିତ ଭ୍ୟାକସିନ୍ ମଧ୍ୟ ହୋଇପାରେ | ସେ କହିଛନ୍ତି ଯେ, କ୍ୱାଲିଟି ଏସୋରେନ୍ସ ମେନେଜର୍ ଭାବେ କାମ କରିବା ଅର୍ଥ ଏହା ସୁନିଶ୍ଚିତ କରିବା ଯେ ପରୀକ୍ଷଣ ପର୍ଯ୍ୟାୟରେ ପ୍ରଗତି ହେବା ପୂର୍ବରୁ ସମସ୍ତ ସ୍ଥରର ମାନକକୁ ଅନୁପାଳନ ସମ୍ପୂର୍ଣ କରାଯିବ | ତେବେ ଏହି ଭ୍ୟାକସିନ୍ ଆଗାମୀ ପର୍ଯ୍ୟାୟରେ କାମ କରିବା ନେଇ ସେମାନେ ସମସ୍ତେ ଆଶାବାଦୀ ବୋଲି ସେ କହିଛନ୍ତି | ସାରା ଦୁନିଆ ନଜର ବର୍ତ୍ତମାନ ସେହି ଭ୍ୟାକସିନ୍ ଉପରେ |

ଚନ୍ଦ୍ରଵଲୀ ଦତ୍ତା କହିଛନ୍ତି ଯେ, ଏହି ଗବେଷଣାରେ ଭାଗ ନେବାରେ ମାନବୀୟ କାରଣ ରହିଛି | ଏହା ଏକ ଅଣ ଲାଭକାରୀ ସଂସ୍ଥା | ସେଠାରେ ବୈଜ୍ଞାନିକମାନେ ଭ୍ୟାକସିନର ସଫଳତା ନେଇ ପ୍ରତିଦିନ ଘଣ୍ଟା ଘଣ୍ଟା ପରିଶ୍ରମ କରୁଛନ୍ତି | ମାନବ ଜୀବନ ରକ୍ଷା ପାଇଁ ସାମନେ ଦିନ ରାତି ପରିଶ୍ରମ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.