ପ୍ରିୟଙ୍କା ରାଧାକୃଷ୍ଣନ ରଚିଲେ ଇତିହାସ, ହେଲେ ନ୍ୟୁଜିଲ୍ୟାଣ୍ଡ ମନ୍ତ୍ରୀ

Published By : Prameya-News7 Bureau | November 02, 2020 IST

ୱିଲିଂଟନ : ପ୍ରିୟଙ୍କା ରାଧାକୃଷ୍ଣନ୍ ସୋମବାର ନ୍ୟୁଜିଲ୍ୟାଣ୍ଡରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରିୟଙ୍କା ମୂଳ ଭାରତୀୟ ନ୍ୟୁଜିଲ୍ୟାଣ୍ଡ ନାଗରିକ । ନ୍ୟୁଜିଲ୍ୟାଣ୍ଡର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହେବାରେ ପ୍ରିୟଙ୍କା ନୂଆ ଇତିହାସ ରଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରିୟଙ୍କା ରାଧାକୃଷ୍ଣନଙ୍କୁ ସ୍ଥାନିତ କରିଛନ୍ତି। କୌଣସି ମୂଳ ଭାରତୀୟ ମହିଳା ନ୍ୟୁଜିଲ୍ୟାଣ୍ଡ କ୍ୟାବିନେଟ୍‌ରେ ଅବସ୍ଥାପିତ ହେବାରେ ପ୍ରିୟଙ୍କା ପ୍ରଥମ ।

{"id":355166,"sizeSlug":"large"}

ପ୍ରିୟଙ୍କାଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ତେବେ ତାଙ୍କ ପରିବାର କେରଳର ମୂଳ ବାସିନ୍ଦା। ତାଙ୍କ ବିଦ୍ୟାଳୟ ପାଠପଢା ସିଙ୍ଗାପୁରରେ ହୋଇଥିଲା। ପରବର୍ତ୍ତି ଉଚ୍ଚଶିକ୍ଷା ନିମନ୍ତେ ସେ ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିଲେ। ସେ ଘରୋଇ ହିଂସା ପୀଡ଼ିତ ମହିଳା ଓ ପ୍ରବାସୀ ଶ୍ରମିକଙ୍କ ଶ୍ୱର ବିଦେଶରେ ଶାଣିତ କରିଆସିଛନ୍ତି। ତେବେ ତାଙ୍କ ଦାବିପ୍ରତି ସର୍ବଦା ଅଣଦେଖା କରାଯାଇଛି।

{"id":355167,"width":576,"height":432,"sizeSlug":"large"}

ସପ୍ତାହକ ପୂର୍ବେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜିସିଣ୍ଡା ଅର୍ଡର୍ନଙ୍କ ନେତୃତ୍ୱରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି। ଏଥିରେ ପ୍ରିୟଙ୍କା ସାଂସଦ ନିର୍ବାଚିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିଛନ୍ତି। ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା କରି ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ୍‌ରେ କିଛି ନୂଆ ପ୍ରତିଭା ଓ ଅଭିଜ୍ଞ ଲୋକଙ୍କୁ ସାମିଲ କରୁଥିବାରୁ ଉତ୍ସାହ ଅନୁଭବ କରୁଥିବାର କହିଛନ୍ତି। ପ୍ରିୟଙ୍କ ତାଙ୍କ ସ୍ୱାମୀଙ୍କ ସହ ଅକଲ୍ୟାଣ୍ଡରେ ବାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.