Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଜାତିବାଦକୁ ସହ୍ୟ କଲେନି, ବ୍ରିଟେନର ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଲେ ଭାରତୀୟ ମୂଳ ନିବାସୀ ଅର୍ଥଶାସ୍ତ୍ରୀ ମେଘନାଦ ଦେଶାଇ

21/11/2020 at 7:09 PM

ଲଣ୍ଡନ ୨୧।୧୧: ଭାରତୀୟ ମୂଳ ନିବାସୀ ଅର୍ଥଶାସ୍ତ୍ରୀ, ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ପାର୍ଟିରେ ଜାତିବାଦ ଅଭିଯୋଗ ଆଣି ଇସ୍ତଫା ଦେଇଥିବା ଜଣା ପଡିଛି।

୮୦ ବର୍ଷୀୟ ଦେଶାଇ କହିଛନ୍ତି, ସେ କେବଳ ଜଣେ ଲେବର ପାର୍ଟିର ସମର୍ଥକ ହୋଇ ରହିବେ। ସୂଚନା ଅନୁଯାୟୀ ଦଳର ପୂର୍ବତନ ନେତା ଜେରେମି କର୍ବିନ ଦଳ ବିରୋଧୀ କାର୍ଯ୍ୟ କରି ୧୯ ଦିନ ନିଲମ୍ବନ ହେବା  ପରେ ପୁଣି ଥରେ ତାଙ୍କୁ ପାର୍ଟି ଗ୍ରହଣ କରିବା ଦେଶାଇଙ୍କୁ ବ୍ୟଥିତ କରିଥିଲା। ଫଳରେ ଦୀର୍ଘ ୪୯ ବର୍ଷ ପରେ ଗୁରୁବାର ଦିନ ସେ ତାଙ୍କ ସଦସ୍ୟତା ବାତିଲ କରିବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

ଦେଶାଇ କହିଛନ୍ତି, ବିନା କୌଣସି କ୍ଷମା ପ୍ରାର୍ଥନାରେ ଜେରେମିଙ୍କୁ ପୁଣି ଥରେ ଦଳରେ ସାମିଲ କରାଇବା ବହୁତ ଅସ୍ଵାଭାବିକ ନିଷ୍ପତ୍ତି ଥିଲା। ଫଳରେ ଦେଶାଇ କମନ ହାଉସରେ ପାର୍ଟିର ହ୍ଵିପ୍‌କୁ ସ୍ଵୀକାର କରିନଥିଲେ।

ସେ କହିଛନ୍ତି ଯେ, ମୁଁ ନିଜକୁ ବହୁତ ଅସହଜ ମଣୁଥିଲି ଏବଂ ନିଜକୁ  ଲଜ୍ଜିତ ଅନୁଭବ କରିଥିଲି। କାରଣ ପାର୍ଟି ଏମିତି  ଜାତିବାଦ ଦିଗରେ ଅଭିପ୍ରେତ ହେବ ଜଣା ନଥିଲା। ଇହୁଦି ସାଂସଦଙ୍କ ସହିତ ଖୁଲମଖୁଲା ଦୁର୍ବ୍ୟବହାର କରାଗଲା ଏବଂ ମହିଳା ସଦସ୍ୟଙ୍କୁ ଟ୍ରୋଲ କରାଗଲା। ଏମିତି ଜାତିବାଦ ପରେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ। ଦଳରେ ଜାତିବାଦ ଚେର ଏତେ ଲମ୍ବିଲାଣି ଯେ, ଅଭିଯୋଗ ଆସିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ ବୋଲି ଦେଶାଇ କହିଛନ୍ତି।

ଲେବର ପାର୍ଟି ବର୍ଷ ବର୍ଷ ଧରି ଅସାମାଜିକ ଅଭିଯୋଗରେ ଉବୁଟୁବୁ ହୋଇ ଗଲାଣି। ୨୦୧୯ ନିର୍ବାଚନରେ ମଧ୍ୟ ଲେବର ପାର୍ଟିର ପରାଜୟର ଏହା ହିଁ କାରଣ ଥିଲା। ଚଳିତ ବର୍ଷ ସାର କେୟର ଷ୍ଟାରମେର ପାର୍ଟିର  ନେତା ଭାବେ ଦାୟିତ୍ଵ ସମ୍ଭାଳିଥିଲେ। ଏହା ପରେ ସେ କର୍ବିନଙ୍କୁ ଗତ ମାସରେ ସମାନତା ଓ ମାନବ ଅଧିକାର ଆୟୋଗ କାର୍ଯ୍ୟକୁ ଖଣ୍ଡନ କରିବା ଅଭିଯୋଗରେ ଦଳରୁ କାଢିବାକୁ ପଦକ୍ଷେପ ନେଇଥିଲେ। ଜାତିବାଦ ବିରୋଧୀ ପାର୍ଟିରେ ବଢି ଚାଲିଥିବା ସେ କହିଛନ୍ତି।

ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା କମ ଥିବା  ଦେଶାଇ କହିଛନ୍ତି। ଅନ୍ତତଃ ମୋତେ ମୋର ବିବେକ ସହ ବଞ୍ଚିବାର ଅଛି। ମୁଁ ଏମିତି ପାର୍ଟିରେ ରହି ପାରିବି ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ମୋତେ ଆଉ କୌଣସି ପାର୍ଟିରେ ସାମିଲ ହେବାର  ଯୋଜନା ନାହିଁ।

ସେ ନିଜର ଇସ୍ତଫା ପତ୍ର ହାଉସ୍ ଅଫ ଲର୍ଡ୍ସରେ ଲେବର ପାର୍ଟିର ନେତା ବେରୋନେସ ଏଞ୍ଜେଲା ସ୍ମିଥଙ୍କୁ ପଠାଇଛନ୍ତି। ନିଜର ଇସ୍ତଫା ଉପରେ ପୁନର୍ବିଚାର କରିବାକୁ ପାର୍ଟି ପକ୍ଷରୁ ଅନେକ ଅପିଲ୍ ପରେ  ବି ସେ ସ୍ଵତନ୍ତ୍ର ଭାବେ ରହିବେ ବୋଲି ଦେଶାଇ କହିଛନ୍ତି।

   Related Posts