Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କମଳା ହ୍ୟାରିସ୍‌ ହେଲେ ଆମେରିକାର ପ୍ରଥମ ମୂଳ ଭାରତୀୟ ଅଶ୍ବେତ ମହିଳା ଉପରାଷ୍ଟ୍ରପତି, ଶୀର୍ଷ ପଦବୀରେ ପହଞ୍ଚିବାରେ ପ୍ରଥମ

7/11/2020 at 11:03 PM

ଓ୍ବାସିଂଟନ୍‌ ୭/୧୧: ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜୋ ବାଇଡେନ୍‌। ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌କୁ ନିର୍ବାଚିତ ହୋଇଥିବା ବେଳେ ମୂଳ ଭାରତୀୟ କମଳା ହ୍ୟାରିସ୍‌ ମଧ୍ୟ ଇତିହାସ ରଚିଛନ୍ତି। ମୂଳ ଭାରତୀୟ କମଳା ହ୍ୟାରିସ୍‌ ପ୍ରଥମ ଅଶ୍ବେତ ମହିଳା ଭାବେ ଆମେରିକାର ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛିନ୍ତି ।

ଶନିବାର କମଳା ହ୍ୟାରିସ୍‌ ଇତିହାସ ରଚିଥିବା ବେଳେ ଆମେରିକାରେ ପାଖାପାଖି ଦୁଇ ଶତାବ୍ଦୀ ଧରି ଚାଲିଆସିଥିବା ପରମ୍ପରାରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଦକ୍ଷିଣ ଏସିଆ ସହ ସମ୍ପର୍କିତ ୫୬ ବର୍ଷୀୟା କାଲିଫର୍ଣ୍ଣିଆ ସିନେଟର ପ୍ରଥମ ଥର ହ୍ବାଇଟ୍ ହାଉସ୍‌କୁ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

୨୦ ବର୍ଷ ହେଲା ଡେମୋକ୍ରାଟିକ୍‌ ପାର୍ଟିର ମୁଖ୍ୟ ଭୂମିକା ନିଭାଇ ଆସିଥିବା କମଳା ହ୍ୟାରିସ୍‌ ସିନେଟର ହେବା ପୂର୍ବରୁ ଫ୍ରାନସିସ୍‌କୋ ଜିଲ୍ଲା ଆର୍ଟନି ଓ କାଲିପର୍ଣ୍ଣିଆର ଏଜି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ବାଇଡେନ୍‌ ତାଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ। ଜାନୁଆରୀ ୨୦ରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଓ ହ୍ୟାରିସ୍‌ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ।

ହ୍ୟାରିସ୍‌ ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଶ୍ୟାମଳା ଗୋପାଳନ  ଯିଏକି ଭାରତୀୟ ଥିଲେ ବାପା ଡୋନାଲ୍ଡ ହ୍ୟାରିସ୍‌ ଯିଏକି ଜମାଇକାନ୍‌ ଥିଲେ। ହ୍ୟାରିସ୍‌ ଏବଂ ତାଙ୍କ ଭଉଣୀ  ଛୋଟ ହୋଇଥିବା ବେଳେ ତାଙ୍କ ବାପା-ମାଙ୍କ ବିବହା ବିଛେଦ ଘଟିଥିଲା । ପରେ ତାଙ୍କ ସ୍ବର୍ଗତ ମାଙ୍କ ପାଇଁ ହ୍ୟାରିସ୍‌ଙ୍କୁ ଖ୍ୟାତି ମିଳିଥିଲା। ନିଜ ମା’ଙ୍କୁ ନିଜ ଜୀବନର ସବୁଠୁ  ବଡ଼ ଉଦାହରଣ ବୋଲି ମାନନ୍ତି କମଳା ହ୍ୟାରିସ୍‌।

ସେପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରୁ ପରଦା ଉଠିବା ପରେ କମଳା ହ୍ୟାରିସ୍‌ ଏକ ଭିଡିଓ ଟ୍ବିଟ୍‌ କରି ଲେଖିଛନ୍ତି, ‘ଏହି ନିର୍ବାଚନ ବାଇଡେନ୍‌ ଓ ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା। ଏହା  ଆମେରିକାର ଆତ୍ମା ଓ ଆମର ଇଚ୍ଛା ସମ୍ପର୍କ​‌ରେ ଥିଲା। ଆମ ସାମ୍ନା​‌ରେ ବହୁତ କାର୍ଯ୍ୟ ପଡ଼ିଛି। ଆସନ୍ତୁ ଆରମ୍ଭ କରିବା।’

୫୫ ବର୍ଷୀୟା ହ୍ୟାରିସ୍‌ ପ୍ରଥମ ଭାରତୀୟ ମୂଳର ଆମେରିକୀୟ ମହିଳା ଯିଏକି ଆମେରିକା ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାସହ ଆମେରିକାର ଶୀର୍ଷ ସ୍ଥାନରେ ପହଞ୍ଚିବାରେ ପ୍ରଥମ ମହିଳା ଭାବେ ହ୍ୟାରିସ୍‌ ଇତିହାସ ରଚିଥିବା ବେଳେ ଉପ ରାଷ୍ଟ୍ରପତି ପଦରେ ପହଞ୍ଚଥିବା ପ୍ରଥମ ଦକ୍ଷିଣ ଏସିଆର ଲୋକ ଭାବେ ମଧ୍ୟ ଇତିହାସ ରଚିଛନ୍ତି କମଳା ହ୍ୟାରିସ୍‌।

   Related Posts