ହଡ଼ସନ୍‌ ନଦୀରୁ ମିଳିଲା ମୂଳଭାରତୀୟ ଗଣିତଜ୍ଞଙ୍କ ମୃତଦେହ, କ୍ରିପ୍ଟୋକରେନ୍ସିରେ ଥିଲେ ପ୍ରବୀଣ

Published By : Prameya-News7 Bureau | April 16, 2021 IST

ନ୍ୟୁୟର୍କ, ୧୬/୦୪: କ୍ରିପ୍ଟୋକରେନ୍ସି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାର୍ଯ୍ୟରତ ମୂଳ ଭାରତୀୟ ୩୧ ବର୍ଷୀୟ ଗଣିତଜ୍ଞ ଶୁଭ୍ର ବିଶ୍ୱାସଙ୍କ ମୃତଦେହ ନ୍ୟୁୟର୍କର ଏକ ନଦୀରୁ ମିଳିଛି ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଶୁଭ୍ରଙ୍କୁ ସମ୍ଭବତ ମାନସିକ ବେମାରୀ ହୋଇଥିଲା । ପୋଲିସ୍‌ ସୂତ୍ର ମୁତାବିକ ତାଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ହୋଇଥିବା ପ୍ରମାଣ ମିଳି ନାହିଁ । ତାଙ୍କର ବେମାରୀ କାରଣରୁ ସେ ନିଆଁ ଲଗାଇବା ଏବଂ ଖୋଲାସ୍ଥାନରେ ଛୁରୀ ଦେଖାଇବା ଭଳି ଅଜବ୍‌ କାର୍‌ନାମା କରୁଥିଲେ । ଏହାକୁ ନେଇ ସେ ରହୁଥିବା ସୋସାଇଟି ମ୍ୟାନେଜ୍‌ମେଣ୍ଟ୍‌ ତାଙ୍କୁ ବାହାର କରିବା ପାଇଁ ଅଭିଯୋଗ ହୋଇଥିଲା ।

ଶୁଭ୍ରଙ୍କ ଭାଇ ବିପ୍ରୋଜିତ୍‌ ବିଶ୍ୱାସ ତାଙ୍କ ମୃତ୍ୟୁକୁ ନେଇ କହିଛନ୍ତି ଯେ, ଶୁଭ୍ରଙ୍କ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡ଼ିଛି । ଶୁଭ୍ର ମାନସିକ ବେମାରୀରେ ପୀଡ଼ିତ ଥିଲେ । ପରିବାର ତାଙ୍କୁ ଏଥିରୁ ବାହାରିବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ସେ ଏଥିରୁ ବାହାରି ପାରୁନଥିଲେ ।   

କ୍ରିପ୍ଟୋକରେନ୍ସି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସରେ ଶୁଭ୍ର ନିଜ କ୍ୟାରିୟର କରିବା ସହିତ ସେ ଏଥିରେ ଏକ୍ସପର୍ଟ ହୋଇଯାଇଥିଲେ । ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା । ସେ ସମସ୍ତଙ୍କୁ ଖରାପ ବ୍ୟବହାର କରିବାକୁ ଲାଗିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.