ଦେଶରେ ଅକ୍ସିଜେନ ସଙ୍କଟ: ସହାୟତାର ହାତ ବଢ଼ାଇଲେ ବ୍ୟବସାୟୀ ବିନୋଦ ଖୋସଲା, ଦେବେ ୧ କୋଟି ଡଲାର

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୦୩/୦୫ : ଭାରତୀୟ ବଂଶୋଦ୍ଭବ ଆମେରିକାର କୋଟିପତି ବ୍ୟବସାୟୀ ବିନୋଦ ଖୋସଲା କରୋନା କାଳରେ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି । ଭାରତରେ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଯୋଗାଇବାକୁ ଏକ କୋଟି ଡଲାର ଦାନ କରିବେ । ଭାରତରେ କୋଭିଡ ମାମଲା ଲଗାତାର ବୃଦ୍ଧି ପାଉଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ ସଙ୍କଟ ଦେଖାଦେଇଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସନ ମାଇକ୍ରୋସିଷ୍ଟମ୍ସର ସହ-ସଂସ୍ଥାପକ ବିନୋଦ ଖୋସଲା ଭାରତୀୟ ହସ୍ପିଟାଲରେ ଅକ୍ସିଜେନ ଯୋଗାଇବାକୁ ଲଗାତାର ସାହାଯ୍ୟ କରୁଛନ୍ତି । 

ରବିବାର ଦିନ ସେ ଟ୍ୱିଟ କରି କହିଥିଲେ ଯେ, ଲୋକଙ୍କ ଜୀବନ ବଞ୍ଚାଇବା ଆବଶ୍ୟକ । କାରଣ ବିଳମ୍ବ କଲେ ଆହୁରି ଅଧିକ ଲୋକଙ୍କ ମୃତ୍ୟୁ ହେବ । ସେ କହିଛନ୍ତି ଯେ ଭାରତକୁ ଦେବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । ତାଙ୍କୁ ପ୍ରତିଦିନ ଭାରତରେ ଅଣଲାଭକାରୀ ଏବଂ ହସ୍ପିଟାଲରୁ ୨୦ ହଜାର ଅକ୍ସିଜେନ ସାନ୍ଦ୍ରକ, ୧୫ ହଜାର ସିଲିଣ୍ଡର, ୫୦୦ ଆଇସିୟୁ ବେଡ୍, ୧୦୦ ଭେଣ୍ଟିଲେଟର, ୧୦ ହଜାର ବେଡ଼ ବିଶିଷ୍ଟ କୋଭିଡ ସେଣ୍ଟର ପାଇଁ ଅନୁରୋଧ ଆସୁଛି. ତୁରନ୍ତ କିଛି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

wp:embed {"url":"https://twitter.com/vkhosla/status/1388950555309985793","type":"rich","providerNameSlug":"twitter","responsive":true,"className":""}
https://twitter.com/vkhosla/status/1388950555309985793
/wp:embed

ସେ କହିଛନ୍ତି ଯେ ଖୋସଲା ପରିବାର 'ଗିବ ଇଣ୍ଡିଆ' ତରଫରୁ ଏକ କୋଟି ଡଲାର ରାଶି ପ୍ରଦାନ କରିବ ଓ ଅନ୍ୟମାନଙ୍କ ଠାରୁ ମଧ୍ୟ ତତ୍କାଳ ସହାୟତା ଆଶା କରୁଛନ୍ତି ।

ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି। ଦେଶରେ ଲଗାତାର ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ ନା ହସ୍ପିଟାଲରେ ବେଡ଼ ମିଳୁଛି ନା ଅକ୍ସିଜେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.