ବ୍ରିଟେନ୍ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ବାଜିମାତ୍

Published By : Prameya-News7 Bureau | December 13, 2019 IST

ଲଣ୍ଡନ୧୩.୧୨-  ବ୍ରିଟେନ୍ ସାଧାରଣ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଜୋରଦାର ପ୍ରଦର୍ଶନ । ଉଭୟ ଶ୍ରମିକ ଦଳ ଏବଂ ଜାଠ ଦଳର ପ୍ରାର୍ଥୀ ହୋଇଥିବା  ମୂଳ ଭାରତୀୟ ରାଜନେତା ଭଲ ଭୋଟ ପାଇଛନ୍ତି । ପ୍ରାୟ ଡଜନେ ଏମପି ସେମାନଙ୍କ ଆସନ ବଜାୟ ରଖିଥିବା ବେଳେ , କିଛି ନୂଆ ମୁହଁ ବି ଏଥର ବ୍ରିଟିଶ୍ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ୍ ଜନଶନ୍  ବିପୁଳ ଭୋଟ ସହ ପୁଣି କ୍ଷମତାକୁ ଫେରୁଥିବା ସ୍ପଷ୍ଟ ହୋଇଯାଇଥିବା ବେଳେ , ନୂଆବର୍ଷରେ ୟୁରୋପିୟନ ୟୁନିୟନ୍ରୁ ବ୍ରିଟେନ ବାହାରିବା ପ୍ରକ୍ରିୟାକୁ ମିଳିଚି ସମର୍ଥନ ।

ଗତ ସଂସଦର ସବୁ ଭାରତୀୟ ବଂଶୋଦ୍ଭବ ସାଂସଦ ପୁନଃନିର୍ବାଚିତ ହୋଇଛନ୍ତି ।  ଜାଠ ଦଳର ପ୍ରାର୍ଥୀ ହୋଇ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି  ଗଗନ ମହିନ୍ଦ୍ରା ଏବଂ କ୍ଲାଇରେ କୌଥିନୋ । ସେହିଭଳି ଲେବର ପାର୍ଟିରୁ ନିର୍ବାଚିତ ହୋଇଥିବା  ନବେନ୍ଦ୍ରୁ ମିଶ୍ରା ମଧ୍ୟ ନୂଆ ମୁହଁ । ବ୍ରିଟେନର ପୂର୍ବତନ ଗୃହ ସଚିବ ପ୍ରୀତି ପଟେଲ ମଧ୍ୟ ଭଲ ବ୍ୟବଧାନରେ ବିଜୟୀ ହୋଇଛନ୍ତି . ସେ ପୁଣି ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ କ୍ୟାବିନେଟ୍ ରେ ସେ ପୁଣି ଭଲ ପଦବୀ ପାଇବା ନିଶ୍ଚିତ ।

ସେହିଭଳି ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ରିଶି ସୁନାକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି . ସେ ବୋରିସ ଜନସନହ୍କ ପୂର୍ବ ସରକାରରେ କ୍ୟାବିନେଟ୍ ରେ ଥିଲେ । ଲେବର ପାର୍ଟି ଟିକେଟରେ ଜିତିଥିବା  ଅନ୍ୟ ଏଙ୍କ ମଧ୍ୟରେ ଅଛନ୍ତି ଶୈଳେଶ ଭାରା , ସୁଏଲ ବ୍ରାଭରମ୍ୟାନ୍ । ସେହିପରି  ଜାଠ ବା କନଜରଭେଟିଭ୍ ପାର୍ଟି ଟିକେଟରେ ନଭେନ୍ଦ୍ରୁ ମିଶ୍ରା, ପ୍ରିତି କଉର ଗିଲ୍,ତନମନଜିତ ସିଂ ଧେଶି,ବିରେନ୍ଦ୍ର ଶର୍ମା,ଲିସା ନାନ୍ଦି,ସୀମା ମାଲହୋତ୍ରା ଆଦି ପ୍ରମୂଖ ପ୍ରାର୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.