BS-VI ଇନ୍ଧନ ଯୋଗାଇ ଦେବାରେ ଇଣ୍ଡିଆନ ଅୟେଲ କର୍ପୋରେସନ ଦେଶରେ ପ୍ରଥମ

Published By : Prameya-News7 Bureau | March 22, 2020 IST

ମୁମ୍ବାଇ ୨୨।୩: ସର୍ବ ବୃହତ୍ତ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଦେଶରେ ବିଶ୍ୱର ସବୁଠୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ଯୋଗାଣ ଆରମ୍ଭ କରିଛନ୍ତି। ଆଇଓସିଏଲଙ୍କ ଦେଶବ୍ୟାପୀ ଥିବା ୨୮ ହଜାରରୁ ଅଧିକ ପେଟ୍ରୋଲ ପମ୍ପରେ ଏବେ ଏହି ସ୍ୱଚ୍ଛ ଇନ୍ଧନ ମିଳୁଛି। ଏଥିଲାଗି ଏପ୍ରିଲ ୨୦୨୦ ସୁଦ୍ଧା ପେଟ୍ରୋଲ ପମ୍ପରେ ବିଏସ୍-୬ ଇନ୍ଧନ ଉପଲବ୍ଧ କରାଇବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା। ତେବେ ଏହାର ୨ ସପ୍ତାହ ପୂର୍ବରୁ କମ୍ପାନୀ ଦେଶରେ ଏପରି ଇନ୍ଧନ ଉପଲବ୍ଧ କରିବା ଆରମ୍ଭ କରିଦେଇଛନ୍ତି।

{"id":242475,"sizeSlug":"large"}

ଦେଶରେ ଏପ୍ରିଲ ୧ ତାରିଖରୁ ବିଏସ-୬ ମାନକ ଇନ୍ଧନ ମିଳିବ। ଖୁବ୍ କମ୍ ସ୍ଥାନରେ ପୂର୍ବରୁ ମିଳୁଥିବା ମାନକ ତେଲ ମିଳିପାରିବ। ତେବେ ଆଇଓସିଏଲ ସାରା ଦେଶରେ ଏବେ ସ୍ୱଚ୍ଛ ଇନ୍ଧନ ଯୋଗାଣ ଲାଗି ସକ୍ଷମ ବୋଲି କହିଛନ୍ତି ଚେୟାରମ୍ୟାନ୍ ସଞ୍ଜିବ ସିଂହ। ଏଥିଲାଗି ୧ ସପ୍ତାହରୁ ଅଧିକ କାଳ ହେଲା ଆଇଓସିଏଲଙ୍କ ସାରା ଦେଶରେ ଥିବା ୨୮ ହଜାରରୁ ଅଧିକ ପେଟ୍ରୋ ଓ ଡିଜେଲ ପମ୍ପରେ ଏହି ଇନ୍ଧନ ଉପଲବ୍ଧ ହୋଇପାରୁଛି।

{"id":242476,"width":579,"height":321,"sizeSlug":"large"}

ତେବେ ଅନ୍ୟ ତୈଳ ବିତରଣକାରୀ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ମଧ୍ୟ ଖୁବ୍ ଶୀଘ୍ର ବିଏସ-୬ ମାନକ ଇନ୍ଧନ ଯୋଗାଣ ଆରମ୍ଭ କରିଦେବେ। ଫଳରେ ସାରା ଦେଶରେ ଏପ୍ରିଲ ୧ ତାରିଖରୁ ସ୍ୱଚ୍ଛ ଇନ୍ଧନକୁ ସ୍ୱିଚିଂ କରିଯିବ ବୋଲି ଜଣାପଡିଛି। ଫଳରେ ଭାରତ ମଧ୍ୟ ସେହି ଦେଶଙ୍କ ସୂଚୀର ସାମିଲ ହେବ ଯେଉଁମାନେ କମ୍ ସଲଫର ଯୁକ୍ତ ତୈଳ ବ୍ୟବହାର କରୁଛନ୍ତି। ତେବେ ଭାରତ ପ୍ରଥମ ଦେଶ ଯିଏ ସିଧା ବିଏସ-୪ ଇନ୍ଧନରୁ ବିଏସ୍-୬କୁ ସ୍ୱିଂଚିଂ କରୁଥିବା ଦେଶ ବୋଲି କହିଛନ୍ତି ଆଇଓସିଏଲ ଅଧ୍ୟକ୍ଷ।

{"id":242477,"width":580,"height":365,"sizeSlug":"large"}

ସ୍ୱଚ୍ଛ ଇନ୍ଧନ ବ୍ୟବହାର ଲାଗି ଭାରତୀୟ ତୈଳ କମ୍ପାନୀମାନେ ଅନେକ ଦିନରୁ ପ୍ରୟାଶ ଜାରି ରଖିଥିଲେ। ଖାସ ଏଥିଲାଗି ୨୦୧୯ ଶେଷରୁ ଏଭଳି ଇନ୍ଧନର ଉତ୍ପାଦନ ଆରମ୍ଭ କରିଦେଇଥିଲେ। ଦେଶ ଏବେ କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ଅବଲମ୍ବନ କରୁଥିବା ବେଳେ ତୈଳକମ୍ପାନୀମାନେ ବିଏସ-୬ ଇନ୍ଧନ ବଜାରକୁ ଛାଡିବେ। ଯାହା ଦେଶର ପରିବେଶ ସୁରକ୍ଷାରେ ବି ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.